ଯେବେଠାରୁ କୋଭିଡ ଟୀକ୍କା ଭାରତରେ ଲଞ୍ଚ ହୋଇଛି ସେହି ସମୟରୁ ବିଭିନ୍ନ କଳ୍ପନା ଜଳ୍ପନା କଥା ଶୁଣିବାକୁ ମିଳୁଛି l ନିକଟରେ ଭ୍ୟାକସିନ ସହିତ ଯୋଡି ହୋଇଥିବା ଅନେକ ତଥ୍ୟ ସାମ୍ନାକୁ ଆସିଛି , ଯେପରିକି ମହିଳା ମାନଙ୍କର ମାସିକ ଧର୍ମ ପ୍ରଭାବିତ ହୋଇଥାଏ l କିନ୍ତୁ କେନ୍ଦ୍ର ସରକାର ଏହି ତଥ୍ୟକୁ ଖାରଜ କରିଛନ୍ତି ଓ ଜନସାଧାରଣ ମାନଙ୍କୁ ମିଛ କଥାକୁ ଧ୍ୟାନ ନଦେବା ପାଇଁ କହିଛନ୍ତି l
କିନ୍ତୁ ବର୍ତମାନ ଆଉ ଗୋଟିଏ ତଥ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି l ଟୀକ୍କା କାରଣ କରାଇଥିବା ଲୋକ ମାନଙ୍କ ମଧ୍ୟରେ ନପୁଂସକ ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହି ତଥ୍ୟ ସେତେବେଳେ ଜୋର ଧରିଲା ଯେତେବେଳେ ଲୋକପ୍ରିୟ ସିଙ୍ଗର ନିକ୍କୀ ମିନାଜ ତାଙ୍କ ନିଜର ୨୨ ମିଲିୟନ ସୋସିଆଲ ମିଡ଼ିଆ ଫଲୋଅର୍ସ ଙ୍କ ସହିତ ସେୟାର କରିଥିଲେ ଯେ ତାଙ୍କର ସମ୍ପର୍କୀୟ ଙ୍କ ସାଙ୍ଗ ଟୀକ୍କା ନେବା ପରେ ନପୁଂସକ ହୋଇଗଲେ l
କୋଭିଡ ଟୀକ୍କା ଓ ନପୁଂସକତା ମଧ୍ୟରେ କଣ ସମ୍ପର୍କ ?
ଚଳିତ ବର୍ଷ ଜୁଲାଇ ରେ ଇଟାଲୀ ର କିଛି ଗବେଷକ ୨ ହଜାର ରୁ ଅଧିକ ପୁରୁଷଙ୍କ ଉପରେ ତାଙ୍କର ସ୍ୱାସ୍ଥ୍ୟ ଓ ନପୁଂସକତା କୁ ନେଇ ସର୍ଭେ କରିଥିଲେ l ଏହି ସମସ୍ତ ପୁରୁଷ କରୋନା ପରୀକ୍ଷା ବେଳେ ପଜିଟିଭ ମିଳିଥିଲେ l କିନ୍ତୁ କୋଭିଡ ଟୀକ୍କା ଦ୍ୱାରା ନପୁଂସକତା ବ୍ୟାପୁଛି ଏହା ସଠିକ ତଥ୍ୟ ନୁହେଁ l କାରଣ ଏହାକୁ ନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ସଠିକ ତଥ୍ୟ ମିଳିନାହିଁ l କୌଣସି ଗବେଷଣା ରେ ଏହି ବିଷୟରେ କିଛି ଠିକ ଭାବରେ ଜଣା ପଡି ନାହିଁ l
ନପୁଂସକତା ର ଅନେକ କାରଣ ରହିଛି l ଯେପରିକି ମଧୁମେହ ,ହାଇପର ଟେନସନ , ହୈ କୋଲେଷ୍ଟ୍ରଲ ଓ କରୋନା ର ଲକ୍ଷଣ ଥିଲେ ମଧ୍ୟ ଦେଖା ଯାଇଥାଏ l ପ୍ରାରମ୍ଭି ତଥ୍ୟ ରୁ ଏହା ମଧ୍ୟ ଜଣା ପଡିଥିଲା ଯେ କୋଭିଡ ଟୀକ୍କା ଏହିଭଳି ରୋଗର ସଂକ୍ରମଣ କୁ କମାଇ ଦେଇଥାଏ l ଆପଣମାନେ ଜାଣିବା ଆବଶ୍ୟକ ଯେ ଭ୍ୟାକସିନ ନିର୍ମାଣ ଇମ୍ୟୁନ ରେସପନସ କୁ କମ କରିବା ପାଇଁ କରାଯାଇଛି l
Comments are closed.