Odisha news

ଜୀବଜନ୍ତୁ ଙ୍କ ଇନ୍ଦ୍ରିୟ ମନୁଷ୍ୟ ମାନଙ୍କ ଇନ୍ଦ୍ରିୟ ଅପେକ୍ଷା ଶକ୍ତିଶାଳୀ : ଭୁମିକମ୍ପ ଆସିବା ପୂର୍ବରୁ ପୋଷା ବିଲେଇ ମାଲିକାଣୀ ଙ୍କୁ କଲା ସତର୍କ

ନୂଆଦିଲ୍ଲୀ : ସାଧାରଣତଃ କୁହାଯାଏ ଯେ ଯଦି ପୃଥିବୀ ଉପରେ କିଛି ବିପତି ଆସିବାକୁ ଅଛି ସର୍ବ ପ୍ରଥମେ ଜୀବଜନ୍ତୁ ମାନେ ଜାଣି ପାରି ଥାଆନ୍ତି । କିଛି ଏପରି ହୋଇଛି ଅଷ୍ଟ୍ରେଲିଆ ରେ , ଯେଉଁ ଠାରେ ଭୂମିକମ୍ପ ଆସିବାର କିଛି ସମୟ ପୂର୍ବରୁ ବିଲେଇ କୁ ଜଣା ପଡିଥିଲା ଓ ସେ ସେହି ସ୍ଥାନ ଛାଡି ଚାଲି ଯାଇଥିଲା ।
ଘଟଣାଟି ଅଷ୍ଟ୍ରେଲିଆ ର ମେଲବର୍ଣ୍ଣ ର ଯେଉଁଠାରେ ଗୋଟିଏ ବିଲେଇ ସହରକୁ ଭୂମିକମ୍ପ ଆସିବାର ପୂର୍ବରୁ ସୂଚନା ଦେଇଥିଲା । ଏହି ଭୂମକମ୍ପ ଅଷ୍ଟ୍ରେଲିଆ କୁ ଦୋହଲାଇ ଦେଇଥିଲା । ସେପ୍ଟେମ୍ବର ୨୨ ତାରିଖ ବୁଧବାର ଦିନ ଟୁଇଟର ରେ ସେୟାର କରାଯାଇଥିବା ଗୋଟିଏ ଭିଡିଓ ରେ କେରୋଲ ନାମକ ଗୋଟିଏ ଧଳା ବିଲେଇ ଗୋଟିଏ ହଲୁଥିବା ଖେଳନା ମାଛ ସହିତ ଖେଳୁଥିଲା । ସେ ଭୂମିକମ୍ପ ଆସୁଥିବାର ଅନୁଭବ କରି ସତର୍କ ହୋଇଯାଇ ଖେଳ ଛାଡ଼ି ଉକ୍ତ ସ୍ଥାନରୁ ଚାଲି ଯାଇଥିଲା । ଏହାପରେ ଘରର ଗେଟ୍ ପାଖରେ ଯାଇ ବସି ପଡିଥିଲା ।
ବିଲେଇ ର ମାଲିକାଣୀ କହିଥିଲେ ଯେ ବିଲେଇ ଟି ଶାନ୍ତ ହୋଇ ଚାଲି ଯିବାର କିଛି ସମୟ ପରେ ସେ ଭୂମିକମ୍ପ କୁ ଅନୁଭବ କରିଥିଲେ । ବିଲେଇ ର ଏହି ଭିଡିଓ କୁ ୧୮୦୦ ରୁ ଉର୍ଦ୍ଧ ଲୋକ ଦେଖିଛନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଛନ୍ତି ଯେ ଭୂମିକମ୍ପ ର ତୀବ୍ରତା ଅଧିକ ନଥିଲେ ମଧ୍ୟ ବିଲେଇ ତାହାକୁ ଅନୁଭବ କରି ପାରିଛି । ଏହି ଭୂମିକମ୍ପ ର ତୀବ୍ରତା ରିକ୍ଟର ସ୍କେଲ ରେ ୩. ୧ ରହି ଥିଲେ ମଧ୍ୟ ବିଲେଇ ଏହାକୁ ଅନୁଭବ କରିଥିଲା । ଏହିଥିରୁ ଜଣା ପଡ଼ୁଛି ଯେ ଜୀବଜନ୍ତୁ ଙ୍କ ଇନ୍ଦ୍ରିୟ ମନୁଷ୍ୟ ମାନଙ୍କ ଇନ୍ଦ୍ରିୟ ଅପେକ୍ଷା ଶକ୍ତିଶାଳୀ ।
Govt

Comments are closed.