Odisha news

ଦୁଷ୍ମନ୍ତ ଦାସ ମୃତୁ୍ୟ ଘଟଣା , ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ. ମନମୋହନ ସାମଲ

 ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନକରି ଓଡିଶା ଲୋକଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟସରକାର
 ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁନାହିଁ
 ଦୁଷ୍ମନ୍ତଙ୍କ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ ହେଲେ ସରକାରଙ୍କ ମିଛ ଧରାପଡିବ
 ମୃତକଙ୍କ ପରିବାରକୁ ସର୍ବନିମ୍ନ ୫୦ଲକ୍ଷ ଟଙ୍କା ସହାୟତା ଦାବୀ
ଭୁବନେଶ୍ୱର,ତା.୧୦/୦୯: କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଦୀର୍ଘ ୨ ବର୍ଷ ହେଲା ଦୁର୍ଘଟଣା ଜନୀତ କ୍ଷତ ଚିକିସôା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବହୁବାର ଆପତି କରିବା, ଦରଖାସ୍ତ ଦେବା ସତ୍ୱେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ସହାୟତା ପାଇ ନଥିଲେ । ଦୀର୍ଘ ୮/୯ ମାସ କଟକ ବଡ ମେଡିକାଲରେ ଚିକିସôା ହେବା ସହ ରାଜଧାନୀର ବିଭିନ୍ନ ଘରୋଇ ଚିକିସôାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅର୍ଥ ବାଧକ ହୋଇଥିଲା । ପରିଶେଷରେ ଅସହାୟ ହୋଇ ଆତ୍ମବିଶ୍ୱାସ ହରାଇ ସେ ବିଧାନସଭା ସମ୍ମୁଖରେ ସରକାରଙ୍କ ଅସହଯୋଗର ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ମେଡିକାଲରେ ତା ୦୮/୦୯/୨୦୨୧ରେ ମୃତୁ୍ୟ ବରଣ କରିଥିଲେ । ଏହି ଘଟଣା ସମଗ୍ର ଜଗତସିଂହପୁର ଜିଲ୍ଲା ସମେତ ସାରା ରାଜ୍ୟରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କରିଛି ।
ଗତକାଲି ବିଜେପି ତରଫରୁ ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ନେତୃତ୍ୱରେ ଶ୍ରୀମତୀ ସୁରମା ପାଢୀ, ଶ୍ରୀଯୁକ୍ତ ରମାରଂଜନ ବଳୀୟାରସିଂହ, ଶ୍ରୀଯୁକ୍ତ ସତ୍ୟବ୍ରତ ପଣ୍ଡା, ଶ୍ରୀଯୁକ୍ତ ବିରଂଚିନାରାୟଣ ତ୍ରିପାଠୀଙ୍କୁ ନେଇ ଗଠିତ ଏକ ରାଜ୍ୟସ୍ତରୀୟ ଟିମ୍ ସ୍ୱର୍ଗତଃ ଦାସଙ୍କ ଗ୍ରାମ ପଙ୍କପାଳ ଯାଇ ମୃତକଙ୍କ ପରିବାର ବର୍ଗ ଓ କ୍ଷୁବ୍ଧ ଅଂଚଳବାସୀଙ୍କୁ ଶାନ୍ତ୍ୱନା ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଏକ ଅମୂଲ୍ୟ ଜୀବନ ନଷ୍ଟ ହେଲା ବୋଲି କହିବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅସମର୍ଥ ପ୍ରକାଶ କରୁଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କାର୍ଯ୍ୟ କରୁନି ଅଥଚ ୨୦୧୮ ମସିହାରୁ ସାରା ଦେଶରେ ଗରୀବ ରୋଗୀଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଉଥିବା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରି ଓଡିଶା ଲୋକଙ୍କୁ ପ୍ରତାରିତ କରୁଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।
ସ୍ୱର୍ଗତଃ ଦୁଷ୍ମନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାରେ ବିଫଳତା, ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା, ମୁଖ୍ୟମନ୍ତ୍ରୀଙ୍କ ନୀରବତା, ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ଓ ପରେ ମୃତୁ୍ୟ ସହିତ ମୃତୁ୍ୟ ପରବର୍ତୀ ଅବସ୍ଥାରେ ରାତିଅଧିଆ ପରିବାରର ସ୍ତ୍ରୀ ସମେତ ମହିଳା ମାନଙ୍କୁ ନେବା, ରାତିରେ ପୋଷ୍ଟମଟମ୍ କରିବା, ଗ୍ରାମକୁ ଶବ ନଆଣିବା ଓ ପରିବାର ଲୋକଙ୍କ ଠାରୁ କେତେକ କାଗଜରେ ଦସ୍ତଖତ ନେବା, ପ୍ରଶାସନ ସମସ୍ତ କଳବଳ ଲଗାଇ ଚଂଚକତା ପୂର୍ଣ୍ଣ ଭାବେ ରାତିଅଧିଆ ଶବ ସକôାର କରିବା ସମସ୍ତ ଘଟଣା ସନେ୍ଦହଯୁକ୍ତ ଓ ତଦନ୍ତ ସାକ୍ଷେପ । ହଜାରେ ମିଛ ମିଶି ଗୋଟେ ସତ ହେବ ନାହିଁ, ହଜାରେ ଅନ୍ୟାୟ ମିଶି ଗୋଟିଏ ନ୍ୟାୟ ହୋଇପାରିବ ନାହିଁ ଯେଉଁଭଳି ଭାବରେ ଏହି ଘଟଣାକୁ ପ୍ରସାରିତ କରିଛନ୍ତି ଏହା ଏକ ଲଜ୍ଜାଜନକ ଘଟଣା ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।
ସମସ୍ତ ଘଟଣାକୁ ଅନୁଧ୍ୟାନ କଲା ପରେ ରାଜ୍ୟ ବିଜେପି ଟିମ୍ ତରଫରୁ ମୃତକଙ୍କ ପରିବାରଙ୍କୁ ସର୍ବନିମ୍ନ ୫୦ଲକ୍ଷ ଟଙ୍କା ପ୍ରଦାନ ଦାବୀ, ସ୍ୱର୍ଗତଃ ଦୁଷ୍ମନ୍ତଙ୍କ ପନôୀଙ୍କୁ କର୍ମ ସଂସ୍ଥାନ, ଦୁଷ୍ମନ୍ତଙ୍କ ଚିକିସôା ଓ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତ ଘଟଣାର ସିବିଆଇ ତଦନ୍ତ, ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାରଣରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବୀ ଉପସ୍ଥାପିତ କରାଯାଇଛି ।
ସ୍ୱର୍ଗତଃ ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳା କରି ରାଜ୍ୟ ସରକାର ଏକ ସାମାଜିକ ଅପରାଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ସ୍ୱର୍ଗତଃ ଦୁଷ୍ମନ୍ତଙ୍କ ମୃତୁ୍ୟ ଘଟଣା ଓଡିଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନଗ୍ନ ଉଦାହରଣ ବୋଲି କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ମନମୋହନ ସାମଲ ପ୍ରକାଶ କରିଛନ୍ତି ।
ସ୍ୱର୍ଗତଃ ଦୁଷ୍ମନ୍ତ ଯେତେବେଳେ ବେସରକାରୀ ଡାକ୍ତରଖାନା ଗଲେ ସେତେବେଳେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଭରସା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ମିଳୁନାହିଁ ସେତେବେଳେ ସେ ନିଜର ଆତ୍ମବିଶ୍ୱାସ ହରାଇ ଆତ୍ମହତ୍ୟା କରିଥିଲେ । ଯଦି ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହୋଇଥାନ୍ତା ତାହାଲେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା କରିନଥାନ୍ତେ । ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପରିବାରଙ୍କୁ ଯେଉଁ ଆର୍ଥୀକ ସହାୟତା ଦେବେ ବୋଲି କହିଥିଲେ ତାଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ କୌଣସି ଆର୍ଥୀକ ସହାୟତା ମିଳିନାହିଁ । ଯଦି ଆୟୁଷ୍ମାନ ଯୋଜନା ଲାଗୁ ନହୁଏ ତେବେ ଦୁଷ୍ମନ୍ତଙ୍କ ଭଳି ରାଜ୍ୟରେ ଥିବା ଆହୁରି ଅନେକ ଦୁଷ୍ମନ୍ତ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ । ରାଜ୍ୟ ସରକାର ଓଡିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ ବୋଲି ଶ୍ରୀ ବିଭୁ ତରାଇ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ରାଜ୍ୟ ମୁଖପାତ୍ର ରମା ରଞ୍ଜନ ବଳିୟାରସିଂହ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Ad2

Comments are closed.