Odisha news

ବୈଶିଙ୍ଗା ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ବୈଶିଙ୍ଗା ଠାରେ ଦ୍ୱିତୀୟ ଗଳା ପୋଲ ପାଇଁ ଦାବି ପତ୍ର ପ୍ରଦାନ

ବୈଶିଙ୍ଗା :  ମୟୂରଭଞ୍ଜ ଜିଲ୍ଲାର ବିଜେପି ଦଳର ଏକ ମାତ୍ର ସାଂସଦ  ତଥା କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିରେ ପାଇଥିବା ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଇଂ. ବିଶ୍ଵେଶର ଟୁଡୁଙ୍କ ପ୍ରଥମ ଓଡିଶା ଗସ୍ତ ସମୟରେ ବୈଶିଙ୍ଗା ଠାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ବାଲେଶ୍ଵରରୁ ବାହାରି ମୟୂରଭଞ୍ଜର ପ୍ରବେଶ ପଥ କଲମା ଠାରେ ବିଜେପି ଦଳର କର୍ମକର୍ତ୍ତା ମାନେ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ ବୈଶିଙ୍ଗା ପର୍ଯ୍ୟନ୍ତ ପାଛୋଟି ଆଣି ଥିଲେ ।
ବୈଶିଙ୍ଗା ବସଷ୍ଟାଣ୍ଡଠାରେ ପଶିବା କ୍ଷଣି ବୈଶିଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ଇନ୍ଦ୍ରାବତୀ ମୁର୍ମୁ ଓ କେନ୍ଦୁଆ ସରପଞ୍ଚ ସ୍ନିଗ୍ଧା ରାଣୀ ହାଁସଦା ଆଦିବାସୀ ପରମ୍ପରାରେ ହଳଦୀ ପାଣିରେ ଗୋଡ଼ ଧୋଇ ଦେବା ସହ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ବିକାଶ ମଞ୍ଚ ତରଫରୁ ଆବାହକ ଅରୁଣ କୁମାର ଓତା, ସୀତାନାଥ ବେହେରା , ବ୍ରଜମୋହନ ବେହେରା ଓ ଲକ୍ଷ୍ମୀଧର ଦଣ୍ଡପାଟବୈଶିଙ୍ଗା ବଜାର ମଧ୍ୟ ଦେଇ ୧୮ନଂ ଜାତୀୟ ରାଜପଥ ଉପରେ ନିର୍ମିତ ଉଡନ୍ତା ପୋଲରେ ଯାତ୍ରାଙ୍କ ସୁବିଧା ନିମନ୍ତେ ଦ୍ୱିତୀୟ ଗଳା ପୋଲର ଆବଶ୍ୟକତା ଉପରେ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନାରେ ବୈଶିଙ୍ଗା ବଜାର କମିଟିର ସଭାପତି ସୁଦର୍ଶନ ମହାପାତ୍ର, ସମ୍ପାଦକ ସଦାଶିବ ପାଣି, ପ୍ରଶାନ୍ତ କୁମାର ପଣ୍ଡା, ଦାମୋଦର ଜେନା, ମୁକ୍ତିକାନ୍ତ ପଣ୍ଡା,ବାପି ପଣ୍ଡା ଓ ବିଜେପି ଦଳର ଖଗେଶ୍ଵର ରାଉଳ, ରତିକାନ୍ତ ମହାନ୍ତ, ସର୍ବେଶ୍ଵର ଜେନା, ପ୍ରଶାନ୍ତ ସାମଲଙ୍କ ସମେତ ଶତାଧିକ କର୍ମୀ ପ୍ରବଳ ବର୍ଷା ସତ୍ତ୍ୱେ ଉପସ୍ଥିତ ରହିଥିଲେ।

Comments are closed.