ବାରଙ୍ଗ : ସ୍ୱପ୍ନରେ ବି କେହି ଭାବିନଥିବେ ଯେ , ମୃତୁ୍ୟ ତାଙ୍କ ଚାରିପଟେ ଚାହିଁ ରହିଛି । ଗୋଟିଏ ଭୁଲ ପାଇଁ ନିମିଷକରେ ଚାଲିଯାଇଥାନ୍ତା ଅମୁଲ୍ୟ ଜୀବନ । ହେଲେ ସ୍ୱଭାଗ୍ୟ ବସତ ସେହିଭଳି କିଛି ଘଟଣା ଘଟିବା ପୂର୍ବରୁ ଉଦ୍ଧାର ହୋଇଛନ୍ତି ପର୍ଯ୍ୟଟକ । ଏଭଳି ଘଟଣା ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିଛି । ଦୀର୍ଘ ୩୫ ମିନିଟ୍ କାଳ ନନ୍ଦନକାନନ ସଫାରିରେ ଫସିରହିଥିବା ୨୩ ପର୍ଯ୍ୟଟକ ଶେଷରେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି । ସୂଚନା ଯୋଗ୍ୟ ଯେ , ମଙ୍ଗଳବାର ଦିନ ୧୧.୪୫ମିନିଟ୍ରେ ଓଡି ୦୨ ଆର ୬୬୨୨ ନମ୍ବର ନନ୍ଦନକାନନ ସଫାରୀ ବସ ୨୩ ଜଣ ପର୍ଯ୍ୟଟକଙ୍କୁ ଧରି ପ୍ରାଣୀଉଦ୍ୟାନର ସଫାରି ବୁଲିବାକୁ ବାହାରିଥିଲା । ବାଘ ସଫାରି ବୁଲିସାରିବା ପରେ ସିଂହ ସଫାରିକୁ ଯାଇଥିଲା । ହେଲେ ସେଠାରେ ଗାଡିଟି ରାସ୍ତା ଖରାପ ଥିବାରୁ ଦବି ଯାଇଥିଲା । ବସ୍ରେ ବସିଥିବା ପର୍ଯର୍୍ୟଟକ ଭୟବିତ ହୋଇପଡିଥିଲେ ।
ଦୀର୍ଘ ୩୫ ମିନିଟ୍ ପରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ପର୍ଯର୍୍ୟଟକ । ସେହି ବସରେ ଥିବା ପର୍ଯ୍ୟଟକଙ୍କ କହିବା ମୁତାବକ , ସେହି ୩୫ ମିନିଟ୍ ଥିଲା ସମସ୍ତଙ୍କ ପାଇଁ ଏକ ଘଡିସନ୍ଧି ମୁର୍ହୁତ୍ତ । ଘଣ୍ଟାର ଟିକ୍ଟିକ୍ ସବ୍ଧ ଅପେକ୍ଷା ସମସ୍ତଙ୍କର ହୃଦୟର ସ୍ପଦନ ଅଧିକ ସୁବୁଥିଲା । କେହି କିଛି ଭାବିପାରୁନଥିଲେ । କାରଣ ତାଙ୍କ ଚାରିପଟରେ ଥିଲେ ମାସଂ ଖିଆ ହିସ୍ର ପଶୁ ସିଂହ । ଚାରିପଟେ ହେଣ୍ଟାଳ ମାରି ବିଚରଣ କରୁଥିଲା । ଯାହା ଜଣାପଡୁଥିଲା ସେ ମଣିଷର ନିଶ୍ୱାସକୁ ଠିକ୍ ସେ ବାରିପାରୁଥିଲା । ଏହାରି ଭିତରେ ସମୟ ଗଡିଚାଲିଥିଲା । ଆଉ ମଧ୍ୟ ମନର ଭୟ ବଢିବଢି ଚାଲିଥିଲା । ହେଲେ ସଫାରି ବସ ଆଗକୁ ଗଡୁନଥିଲା । ଏହାରି ଭିତରେ ଗାଡିଚାଳକ ବହୁ ଚେଷ୍ଟା କରୁଥିଲେ କିନ୍ତୁ ସଫଳ ହୋଇପାରୁନଥିଲେ । ଗାଡିର ଚକ ସମ୍ପୂର୍ଣ୍ଣ ଭାବେ ଦବି ଯାଇଥିଲା । ମୋହରମ ରାସ୍ତା ସାଙ୍ଗକୁ ବର୍ଷାରେ ଓଦା ହୋଇ ରାସ୍ତା ଖରାପ ହୋଇଥିବାରୁ ଚକାଟି ବାରମ୍ବାର ସ୍ଲିପ୍ କରୁଥିଲା । ଶେଷରେ ଉପାୟ ଶୁନ୍ୟ ହୋଇ କର୍ତ୍ତୁପକ୍ଷଙ୍କୁ ସୁଚନା ଦେଇଥିଲେ ।
କର୍ତ୍ତୁପକ୍ଷ ସିଂହ ଦୁଇଟିକୁ ଫିଡିଙ୍ଗ୍ ଚାମ୍ବରକୁ ନେବା ପରେ ଅନ୍ୟ ଏକ ସଫାରି ଗାଡି ନେଇ ୨୩ ଜଣ ପର୍ଯ୍ୟଟକଙ୍କମାନଙ୍କୁ ଉଦ୍ଧାର କରିଥିଲେ । ଆଉ ସିଂହ ସଫାରିକୁ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିଥିଲେ । ଜେସିବି ସାହାର୍ଯ୍ୟରେ ଗାଡିକୁ ଉଠାଇବା ପରେ ପୁଣି ସିଂହ ସଫାରିକୁ ଖୋଲିଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ , ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପ୍ରତି କେତେ ଯତ୍ନବାନ କର୍ତ୍ତୁପକ୍ଷ । ନନ୍ଦନକାନନ ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଏ ଟଙ୍କା ଯାଉଛି କୁଆଡେ । ଯଦି ପର୍ଯ୍ୟଟକଙ୍କର କିଛି ଅସୁବିଧା ହୋଇଥାନ୍ତା ଏଥିପ୍ରତି ଦାୟୀ ହୋଇଥାନ୍ତା । ତେବେ ଏହି ରାସ୍ତା କାମ ପାଇଁ ଟଙ୍କା ଖର୍ଚ୍ଚ ହେଉଛି । କେବଳ କିଛି ମୋହରମ ଆଣି ପାଣି ଛିଞ୍ଚôଲା ପରି ରାସ୍ତାରେ ଛିଞ୍ଚାଯାଉଛି କିନ୍ତୁ ଭଲରେ ରାସ୍ତା କାମ ହେଉନଥିବା ସାଧାରଣରେ ମତପ୍ରକାଶ ପାଉଛି ।
Comments are closed.