Odisha news

ଏହି ୩ଟି ଗୁଣ ଥିବା ବ୍ୟକ୍ତିଙ୍କୁ ସବୁ ସ୍ଥାନରେ ମିଳିଥାଏ ସମ୍ମାନ

ସବୁ ବ୍ୟକ୍ତି ଙ୍କ ନିକଟରେ ଉଭୟ ଖରାପ୍ ଓ ଭଲ ଗୁଣ ରହିଥାଏ । ମଣିଷ ନିଜର ପ୍ରକୃତି ଦ୍ଵାରା ଅନ୍ୟକୁ ପ୍ରଭାବିତ କରିଥାଏ । ତେଣୁ ସେହି ପ୍ରକୃତି ଯଦି ଖରାପ୍ ହୁଏ ସେ ସବୁବେଳେ ଅପମାନ ର ଶିକାର ହୋଇଥାଏ । କିନ୍ତୁ ପ୍ରକୃତି ଯଦି ଭଲ ହୁଏ ତାର ମାନ ସମ୍ମାନ ବଢ଼ିଥାଏ । ଏପରି ୩ଟି ଗୁଣ ରହିଛି ଯାହା ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନିତ କରିଥାଏ । ଶାସ୍ତ୍ର ଅନୁସାରେ ସେହି ସବୁ ଗୁଣକୁ ମଣିଷ ନିଜ ଭିତରେ ବଢ଼ାଇବା ଆବଶ୍ୟକ ।
* ସତ୍ୟର ମାର୍ଗ ରେ ଚାଲିବା – ମଣିଷ ସବୁବେଳେ ସତ୍ୟର ମାର୍ଗ ଆପଣାଇବା ଆବଶ୍ୟକ । ପରିସ୍ଥିତି ଯାହା ବି ହୋଇଥାଏ କେବେ ସତ୍ୟ ନିଷ୍ଠାର ମାର୍ଗ ଛାଡ଼ିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ଯିଏ ସବୁବେଳେ ସତ୍ୟର ମାର୍ଗ ଆପଣାଇ ଥାଏ ସେହି ସଫଳତା ହାସଲ କରେ । ମିଥ୍ୟା କହୁଥିବା ବ୍ୟକ୍ତି ମାନଙ୍କ ପାଇଁ କ୍ଷଣିକ ଆନନ୍ଦ ଲାଭ ହୋଇଥାଏ ।
* ଯେଉଁ ବ୍ୟକ୍ତି ର ମଧୁର ବାଣୀ ହୋଇଥାଏ ସେ ସବୁବେଳେ ମାନ ସମ୍ମାନ ଲାଭ କରିଥାଏ । ମଧୁର ବାଣୀ କଠୋର ରୁ କଠୋର ବ୍ୟକ୍ତିକୁ ପ୍ରଭାବିତ କରିଥାଏ । ମଧୁର କଥା କହୁଥିବା ମଣିଷର ସମାଜରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।
* ପରିଶ୍ରମ ସଫଳତା ର ପୁଞ୍ଜି ଅଟେ । ଶାସ୍ତ୍ର ଅନୁସାରେ କୌଣସି କାମ କୁ କରିବା ପାଇଁ ଆଳସ୍ୟ ଦେଖାଇବା ଉଚିତ୍ ନୁହେଁ । ଯେଉଁ ଲୋକମାନେ ପରିଶ୍ରମୀ ହୋଇ ଥାଆନ୍ତି ସେମାନଙ୍କ ସଫଳତା ସହିତ ମାନ ସମ୍ମାନ ମିଳିଥାଏ ।

Comments are closed.