Odisha news

ଅଙ୍ଗନବାଡି କର୍ମି ନିଯୁକ୍ତି ପ୍ରକ୍ରିୟାରେ ଯୋଗ୍ୟ ପର୍ଥୀନୀଙ୍କୁ ଅଗ୍ରାଧିକାର ଦେବା ପାଇଁ ଉପଜିଲ୍ଲାପାଳ ଠାରେ ଗ୍ରାମବାସୀଙ୍କ ଫେରାଦ

ନୂଆପଡା-୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣିମୁଣ୍ତା ପଞ୍ଚାୟତ ମହେଶ୍ୱର ଗ୍ରାମର ମାଝିପଡା ରେ ନୁତନ ଭାବେ ଅଙ୍ଗନବାଡି କର୍ମି ନିଯୁକ୍ତି ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସିନାପାଲି ଦ୍ୱାରା ବିଜ୍ଞାପନ ଦିଆଯାଇଥିଲା। ହେଲେ ଜାଲିଆତି କାଗଜପତ୍ର ଦେଇ ମହେଶ୍ୱର ଗ୍ରାମର ବାସିନ୍ଦା ବୋଲି ପ୍ରମାଣ ପତ୍ର ବାହାର କରି ଅଙ୍ଗନବାଡି କର୍ମି ପଦବୀ ପାଇଁ ଅନଲାଇନ ଆବେଦନ କରିଥିବା ନୂଆପଡା ଉପଜିଲ୍ଲାପାଳ ଙ୍କ ଠାରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସିନାପାଲି ବ୍ଲକ ରାଣିମୁଣ୍ତା ପଞ୍ଚାୟତ ମହେଶ୍ୱର ଗ୍ରାମର ମାଝିପଡା ୱାର୍ଡ ନମ୍ୱର ୭ ରେ ନୁତନ ଭାବେ ଅଙ୍ଗନବାଡି କର୍ମି ପାଇଁ ବିଜ୍ଞାପନ ଦିଆଯାଇଥିଲା। ଉକ୍ତ ବିଜ୍ଞାପନ ଅନୁସାରେ ଗ୍ରାମର ଯମୁନା ମାଝି, ପ୍ରେମଶିଳା ମାଝି, ଅନଲାଇନ ଆବେଦନ କରିଛନ୍ତି। ଏବଂ ଏମାନେ ମହେଶ୍ୱର ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି। ହେଲେ ଆଉଜଣେ ପ୍ରାର୍ଥିନି ଚୁଡାମଣି ମାଝି ଧିଙ୍ଗିଆମୁଣ୍ତା ରେ ଜନ୍ମହୋଇ ବର୍ତ୍ତମାନ ୭ ରୁ ୮ ମାସ ହେବ ବିବାହ ହୋଇ ରାଣିମୁଣ୍ତା ଗ୍ରାମକୁ ଯାଇ ସେଠାର ବାସିନ୍ଦା ଅଟନ୍ତି। କିନ୍ତୁ ତାଙ୍କ ବାପା ଜଣେ ରାଜନୈତିକ ବାହୁବଳ ହେତୁ ମହେଶ୍ୱର ଗ୍ରାମର ବାସିନ୍ଦା ପ୍ରମାଣ ପତ୍ର ବାହାର କରି ଏହି ପଦବୀ ପାଇଁ ଅନଲାଇନ ଆବେଦନ କରିଛନ୍ତି।

ଯାହାକି ଅଙ୍ଗନବାଡି କର୍ମି ପାଇଁ ବିଜ୍ଞାପନ ହୋଇଥିବା ପତ୍ର ସଂଖ୍ଯା ୪୧୨ ଅନୁସାରେ ଅଯୋଗ୍ୟ ଅଟେ। ଏହାକୁ ନେଇ ମହେଶ୍ୱର ଅଙ୍ଗନବାଡି କର୍ମି ଗିରିଜା ହଂସ ସିନାପାଲି ସିଡିପିଓ ଙ୍କୁ ଅଭିଯୋଗ ଦେଇଛନ୍ତି ଯେ, ଅଙ୍ଗନବାଡି କର୍ମି ଶ୍ରୀ ମତି ହଂସ ଙ୍କ ଅଭିଯୋଗ ଅନୁସାରେ ଚୁଡାମଣି ମାଝି ଙ୍କ ବିବାହ ନିମନ୍ତ୍ରଣ ପତ୍ର ଧିଙ୍ଗିଆମୁଣ୍ତା ଗ୍ରାମର ସମେତ ଭୋଟର ତାଲିକା, ସଂଲଗ୍ନ କରି ସ୍ୱଚ୍ଛ ମାନବିକତା ସହ ପ୍ରମାଣ କରୁଛି ଯେ ଚୁଡାମଣି ମାଝି ମହେଶ୍ୱର ଗ୍ରାମର ପରିଶରଭୁକ୍ତ ନାହାଁନ୍ତି ଏବଂ ମୋତେ ରାଜନୈତିକ କ୍ଷେତ୍ର ରେ ଅଙ୍ଗନବାଡି ପଦବୀ ପାଇଁ ହାସଲ୍ କରିବାକୁ ଚେ଼ଷ୍ଟା ଚଲାଉଥିବା ବେଲେ ମୋତେ ଧମକ ଚମକ ଦେଇଥିବାରୁ ମୁଁ ମୋର ସର୍ଭେ ଖାତାରେ ନାମ ଦେଇଛି ବୋଲି ଉଲ୍ଲେଖ କରିଛନ୍ତି। ଏନେଇ ଗ୍ରାମବାସୀ ନୂଆପଡା ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ବେଲେ ମହେଶ୍ୱର ଗ୍ରାମର ପରିଶରଭୁକ୍ତ ପ୍ରାର୍ଥିନୀ ମାନଙ୍କ ମଧ୍ଯ ରେ ଉଚିତ୍ ତଦନ୍ତ କରି ନିଯୁକ୍ତି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଥିବା ସୁଚନା ମିଲିଛି। ଏନେଇ ଜିଲ୍ଲା ପ୍ରଶାସନ ସତ୍ଯାସତ୍ଯ ଅନୁସନ୍ଧାନ କରି ଯୋଗ୍ୟ ପର୍ଥୀନିଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରିବାକୁ ସାଧାରଣ ରେ ଦାବି ହେଉଛି।

Comments are closed.