Odisha news

ଜସ୍ପ୍ରୀତ ବୁମରାହ ସବୁଠୁ ଦୃତ ୧୦୦ ୱିକେଟ ନେଇଥିବା ଭାରତୀୟ ଦୃତ ବୋଲର ହେଲେ

ନୂଆଦିଲ୍ଲୀ : ଜସ୍ପ୍ରିତ୍ ବୁମରାହ ଓବଲ୍ ରେ ଇଂଲଣ୍ଡ ବିରୁଦ୍ଧରେ ଚତୁର୍ଥ ଟେଷ୍ଟ ର ପଞ୍ଚମ ଦିନରେ ୧୦୦ ୱିକେଟ୍ ନେଇଥିବା ସବୁଠୁ ଦୃତ ଭାରତୀୟ ବୋଲର ହୋଇଛନ୍ତି ।

ବୁମରାହ ଓଲିପପ ଙ୍କ ୱିକେଟ୍ ସହିତ ଏହାକୁ ପୁରା କରିଛନ୍ତି । ସେ ଗୁରୁବାର ଦିନ ଟେଷ୍ଟ ର ପ୍ରଥମ ଦିନରେ ଇଂଲଣ୍ଡ ର ଧୁରନ୍ଧର ବ୍ୟାଟସମ୍ୟାନ୍ ରୋରି ଓ ହସିବ ହମିଦ ଙ୍କ ୱିକେଟ୍ ନେଇଥିଲେ ।

ତିନି ବର୍ଷ ପୂର୍ବରୁ ପଦାର୍ପଣ କରିଥିବା ବୁମରାହ , କପିଲ ଦେବ୍ (୨୫ଟେଷ୍ଟ ) ମହମ୍ମଦ ସାମି (୨୯ ଟେଷ୍ଟ ) , ଇର୍ଫାନ ପଠାନ ( ୨୯ ଟେଷ୍ଟ ) ପଛରେ ପକାଇ ୨୪ ଟି ଟେଷ୍ଟ ରେ ଏହି ସୁଯୋଗ ହାସଲ କରିଛନ୍ତି । ଏହି ୨୭ ବର୍ଷୀୟ ବୁମରାହ ଭାରତର ଅଷ୍ଟମ ଦୃତତର ବୋଲର ଅଟନ୍ତି ।

ବୁମରାହ ଙ୍କ ଦଳ ର ସାଥୀ ଆର୍. ଅଶ୍ଵିନୀ ମେଷ ଯାଏ ୧୮ ତମ ଟେଷ୍ଟ ରେ ଏହାକୁ ହାସଲ କରିଥିଲେ । ଅଶ୍ଵିନୀ ଙ୍କ ପରେ ଇରପଲ୍ଲି ପ୍ରସନ୍ନା (୨୦), ଅନିଲ କୁମ୍ବଲେ (୨୧), ସୁଭାଷ ଗୁପ୍ତେ (୨୨), ବି ଏସ ଚନ୍ଦ୍ରଶେଖର (୨୨), ପ୍ରଜ୍ଞାନ ଓଝା ( ୨୨) ଓ ବିନୁ ମାଙ୍କଡ ( ୨୩ ) , ।
ବୁମରାହ ନିଜ ଟେଷ୍ଟ କ୍ୟାରିଅର ର ଆରମ୍ଭ ରେ ୨୦୧୮ ରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଯୋହନସବର୍ଗ ରେ ୪ଟି ୱିକେଟ ନେଇଥିଲେ । ସେ ୩ଟି ଟେଷ୍ଟ ଶୃଙ୍ଖଳା ରେ ୧୪ଟି ୱିକେଟ ନେଇଥିଲେ ।

Shares