Odisha news

ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ରଣପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ : ଚାନ୍ଦପୁର ଥାନା ର ନୂତନ ଗୃହ ଉଦଘାଟନ

ରଣପୁର : ଦୀର୍ଘ ଦିନ ବ୍ୟବଧାନ ପରେ ସୋମବାର ଦିନ  ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ରଣପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଚାନ୍ଦପୁର ଥାନା ର ନୂତନ ଗୃହ ଉଦଘାଟନ କରିବା ସହିତ ଗୋପାଳପୁର ଠାରେ କର୍ମୀ ସମ୍ମିଳନୀ ଯୋଗଦେଇ ଫେରି ଥିବା ଜଣାପଡିଛି ଯାହାକୁ ନେଇ କର୍ମୀ ଙ୍କ ମନରେ ଉତ୍ସାହ ଥିବା ବେଳେ କିଛି କର୍ମୀଙ୍କ ମନରେ ଅସନ୍ତୋଷ ଥିବା ଜଣାପଡିଛି… ତେବେ ଦୀର୍ଘ ଦିନଧରି ଚାନ୍ଦପୁର ଫାଣ୍ଡି ଥାନା ର ମାନ୍ୟତା ପାଇଥିବା ବେଳେ ସେହି ଫାଣ୍ଡି ଗୃହ ରେ ଥାନା କାର୍ଯ୍ୟ ଚାଲୁରହିଥିଲା ରାଜ୍ୟ ସରକାର ଙ୍କ ତରଫରୁ ନୂତନ ତଥା ଆଧୁନିକ ଶୈଳୀ ରେ ନିର୍ମାଣ ହୋଇଥିବା ଥାନା ଗୃହ  କୁ  ସୋମବାର ଅପରାହ୍ନ ଏକ ଘଂଟିକା ସମୟ ରେ ଉଦଘାଟନ  କରାଯାଇଅଛି  ଏହି ଉଦଘାଟନ  କାର୍ଯ୍ୟକ୍ରମ ରେ  ସାଂସଦ ପିନାକୀ ମିଶ୍ର   ପୋଲିସ ମହାନିର୍ଦ୍ଧେଶକ ଅଭୟ ଆଇ. ଜି. ନରସିଂହ ଭୋଳା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲ୍ଲା ଆରକ୍ଷୀ ଅଧିକାରୀ ସିଦ୍ଧାର୍ଥ କାଟେରିଆ ପ୍ରମୁଖ ଉପସ୍ଥିତ ଥିଲେ ଏହା ପରେ  ଚାନ୍ଦପୁର ଠାରେ ମଧ୍ୟାନ୍ନ   ଭୋଜନ ସାରି  ରଣପୁର ନିର୍ବାଚନ ମଣ୍ଡଳୀ ର ଗୋପାଳ ପୁର ଠାରେ ଆୟୋଜିତ ହୋଇ ଥିବା  ବିଜୁ ଯୁବ ଛାତ୍ର ଓ ମହିଳା କର୍ମୀ ସମିଳନୀ ରେ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ପ୍ରାୟ ଏକ ସହ ରୁ ଉର୍ଧ୍ଵ କର୍ମୀ ଙ୍କୁ ଉଦବୋଧନ ଦେଇ ଅପରାହ୍ନ ପାଞ୍ଚ ଘଂଟିକା ସମୟ ରେ ଭୁବନେଶ୍ୱର ଫେରିଥିବା ଜଣାପଡିଛି ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଦେବାଶିଷ ପଟନାୟକ ରଣପୁର ବ୍ଲକ ସାଂସଦ ପ୍ରତିନିଧି ସ୍ଵର୍ଣ ପ୍ରକାଶ ରାଉତରାୟ ସଚ୍ଚିକାନ୍ତ ଷଡ଼ଙ୍ଗୀ ପ୍ରତିଭା ମହାନ୍ତି ଯୁବ ନେତା ଲିଙ୍ଗରାଜ ନାୟକ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ

Comments are closed.