ହସ୍ତଶିଳ୍ପ ବ୍ୟବସାୟୀ ଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ ଯୋଜନା କୁ ଭଣ୍ଡୁର କରିବାକୁ ମୁଷ୍ଟିମେୟ ରାଜନେତାଙ୍କ ଷଡଯନ୍ତ୍ର : ୨୨୩ଜଣ କୁ ପ୍ରଶାସନ ଥଇଥାନ ପରେ ବି ବିଦ୍ରୋହ
ଥଇଥାନ ଅନିମିୟତା କୁ ନେଇ ସାମ୍ବାଦିକ ସମିଳନୀ, ସର୍ବସମ୍ମୁଖରେପୁଣି ଲଟେରୀଉଠାଣ ସହିତ ଅବଶିଷ୍ଟ ଙ୍କୁ ଥଇଥାନ ପାଇଁ ଦାବି ।
କୋଣାର୍କ: କୋଣାର୍କ କୁ ଅନ୍ତର୍ଜାତୀୟ ସ୍ତରୀୟ ଭିତ୍ତିଭୂମି ରେ ପରିଣତ କରିବା ଲକ୍ଷନେଇ ପ୍ରାଥମିକ ପର୍ଯ୍ୟାୟରେ କୋଣାର୍କ ସୂର୍ଯ୍ୟମନ୍ଦିର ପାରିପାର୍ଶ୍ବିକ ଉର୍ଣ୍ଣତି ଯୋଜନା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ପ୍ରଶାସନ ପକ୍ଷରୁ କୋଣାର୍କର ସୂର୍ଯ୍ୟ ମନ୍ଦିର ସହ କୋଣାର୍କ ସହର ର ସୌନ୍ଦର୍ଯ୍ୟକରଣ ପାଇଁ ଜୋରସୋରରେ କାର୍ଯ୍ୟ ଆଗେଇ ଚାଲିଛି । ଏହା ଭିତରେ ପ୍ରାଥମିକ ପର୍ଯ୍ୟାୟରେ ପୁରିଜିଲ୍ଲା ପ୍ରଶାସନ ଓ କୋଣାର୍କ ହସ୍ତଶିଳ୍ପ ମହାସଙ୍ଘ ର ସହମତି ଭିତିକ ଆଲୋଚନା ମାଧ୍ୟମରେ ସୂର୍ଯ୍ୟ ମନ୍ଦିର ପରିସର ରୁ ଆରମ୍ଭ ହୋଇଛି ହସ୍ତଶିଳ୍ପ ବ୍ୟବସାୟୀ ଙ୍କ ଦୋକାନ ସ୍ଥାନାନ୍ତରିତ ଓ ଥଇଥାନ ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ଭିତରୁ ସମୁଦାୟ ୧୬୪ ଜଣ ହସ୍ତଶିଳ୍ପ ଦୋକାନୀ ସମେତ ସ୍ଥାନୀୟ ନେତୃମଣ୍ଡଳ ଙ୍କ ସହମତି ରେ ମୋଟ ୨୨୩ ଜଣଙ୍କୁ ନୂତନ ହସ୍ତଶିଳ୍ପ ବଜାରରେ କୋଣାର୍କ ଏନଏସି କାର୍ଯ୍ୟାଳୟରେ ଲଟେରୀ ମାଧ୍ୟମରେ ଜାଗା ଯୋଗାଇ ଦିଆଯାଇଛି।
ମାତ୍ର ଏହି ଜାଗା ବଣ୍ଟନ ରେ ଲଟେରୀ ବ୍ୟବସ୍ଥା ରେ କିଛି ଲୋକ ଅସନ୍ତୁଷ୍ଟ ଥିବା ବେଳେ ଯେଉଁ ଲଟେରୀ ପ୍ରକ୍ରିୟା ହସ୍ତଶିଳ୍ପ ବ୍ୟବସାୟ ସଂଘ ର କୋର କମିଟି ଏବଂ ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ଙ୍କ ଉପସ୍ଥିତ ରେ କରାଯାଇଥିଲେ ମଧ୍ୟ ଏହି ଲଟରୀ ଉଠାଣକୁ ନେଇ କେତେକ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରି ତାହା ପୁଣି ଥରେ ସର୍ବସମ୍ମୁଖ ରେ କରାଯାଉ ବୋଲି ଅସନ୍ତୁଷ୍ଟ ବ୍ୟକ୍ତି ମାନେ ଦାବି କରୁଥିବା ଜଣାପଡିଛି।ଅନ୍ୟପକ୍ଷରେ ଏ ପରିପ୍ରେକ୍ଷୀରେ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ର ସଭାପତି ସୁବାଷ ନାୟକ ଙ୍କୁ ପଚାରିବାରେ ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଙ୍କୁ ଦୋକାନ ପାଇଁ ଜାଗା ଯୋଗାଇ ଦିଆଯାଇଥିବା ବେଳେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ପ୍ରଶାସନ ସହ ଆଲୋଚନା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ପୁଣି ଲଟେରୀ ମାଧ୍ୟମରେ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମାତ୍ର ଏନେଇ କୋଣାର୍କ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ କୁହାନ୍ତି ହସ୍ତଶିଳ୍ପ ମହାସଙ୍ଘ ଓ ସ୍ଥାନୀୟ ନେତୃତ୍ୱ ଙ୍କ ସହମତି ରେ ବ୍ୟବସାୟୀ ଙ୍କ ଲିଷ୍ଟି ପ୍ରକାଶ କରାଯାଇଥିଲା ,ତାପରେ ବି ଜେଉଁ ବ୍ୟବସାୟୀ ମାନେ ଏଥୁରେ ସାମିଲି ହୋଇପାରିନାହାନ୍ତି ସେ ନେଇ ସେ ଖବର କାଗଜରେ ନୋଟିସି ପ୍ରକାଶକରି ବ୍ୟବସାୟ ମାନଙ୍କର ଆପତ୍ତି ଅଭିଯୋଗ କାର୍ଯ୍ୟାଳୟରେ ନିର୍ଦ୍ଧିଷ୍ଟ ସମୟଭିତରେ ଦେବା ପାଇଁ ଅନୁରୋଧ କରିଥିଲେ ।
ସେଥିମଧ୍ୟରୁ ଅନେକଙ୍କୁ ଏଥିରେ ଥଇଥାନ କରାଯାଇଛି ।ଯଦି ପୁଣି କୌଣସି ବେବସାୟୀ ଏଥିରେ ସାମିଲି ହୋଇପାରିନାହାନ୍ତି ,ତେବେ ସେମାନେ ଲିଖୁତ ଭାବେ ଅଭିଯୋଗ ଜଣାଇଲେ ପୁଣି ଆମ ପକ୍ଷରୁ ଥଇଥାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର କୌଣସି ବ୍ୟବସାୟୀ ଯଦି ଉଦ୍ୟସ୍ୟ ମୂଳକଭାବେ ସରକାରଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଚେଷ୍ଠା କରିବେ ତେବେ ପ୍ରଶାସନ ପକ୍ଷରୁ ଦୃଢକର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଥିଲେ । ଏଠି ସୂଚନା ଥାଉକି କୋଣାର୍କ ସ୍ଥିତ ମୈତ୍ରୀ ବିହାର ପରିସର ରେ ସୋମବାର ଦିନ ମଧ୍ୟାହ୍ନରେ ଲଟେରୀ ପାଇ ମଧ୍ୟ ଅସନ୍ତୁଷ୍ଟ ଥିବା ହସ୍ତଶିଳ୍ପ ବ୍ୟବସାୟୀ ଓ ସ୍ଥାନ ପାଇନଥିବା ୧୧ଜଣ ହସ୍ତଶିଳ୍ପ ବ୍ୟବସାୟୀ ଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଲଟେରୀ ଉଠାଣ କୁ ନେଇ ଅନିୟମୀତତା ହୋଇଥିବା କୁ ନେଇ ବିରୋଧ କରିବା ସହିତ ଅବଶିଷ୍ଟ ୧୧ ଜଣ ହସ୍ତଶିଳ୍ପ ବ୍ୟବସାୟୀ ଙ୍କୁ ତୁରନ୍ତ ନୂତନ ଭାବେ ନିର୍ମିତ ହୋଇଥିବା ହସ୍ତଶିଳ୍ପ ବଜାରରେ ଥଇଥାନ କରିବା କୁ ପ୍ରଶାସନ ନିକଟରେ ଦାବି କରିଥିଲେ ।
Comments are closed.