Odisha news

ତାଲିବାନର ସିଧା କଥା : ଭାରତ ଓ ପାକିସ୍ତାନ ନିଜ ବିବାଦରେ ଆଫଗାନିସ୍ତାନକୁ ଟାଣିବା ଉଚିତ ନୁହେଁ

କାବୁଲ : ଭାରତ ସହ କିଭଳି ସମ୍ପର୍କ ରହିବ ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ତାଲିବାନ । ଭାରତ ସମେତ ସବୁ ପଡ଼ୋଶୀ ଦେଶଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖାଯିବ ବୋଲି ତାଲିବାନ ନେତା ତଥା ଆଫଗାନିସ୍ତାନ ଭାବି ବୈଦେଶିକ ମନ୍ତ୍ରୀ ଶେର୍ ମହମ୍ମଦ ଆବାସ ଷ୍ଟାନିକଜାଇ କହିଛନ୍ତି ।

କଶ୍ମୀର ମାମଲାରେ ତାଲିବାନ ସହାୟତା କରିବା ବୋଲି ପାକିସ୍ତାନ ଆଶା ବାନ୍ଧି ବସିଥିବାବେଳେ ଷ୍ଟାନିଜଜାଇ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ନିଜ ବିବାଦରେ ଆଫଗାନିସ୍ତାନକୁ ଟାଣିବା ଉଚିତ ନୁହେଁ । ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଲମ୍ବା ସୀମା ରହିଛି ଓ ସେମାନେ ଇଚ୍ଛା କଲେ ପରସ୍ପର ସହ ଲଢେଇ କରିପାରିବେ । କିନ୍ତୁ ନିଜର ବିବାଦ ପାଇଁ ସେମାନେ ଆଫଗାନିସ୍ତାନକୁ ବ୍ୟବହାର କରିବା ଉଚିତ ନୁହେଁ ଓ ଏଥିପାଇଁ ଆମେ କାହାରିକୁ ଅନୁମତି ଦେବୁନାହିଁ ।

ଏହା ପୂର୍ବରୁ ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଥିଲେ ଯେ ଆଫଗାନିସ୍ତାରେ ଭାରତ ସରକାର କରିଥିବା ବିଭିନ୍ନ ପ୍ରକଳ୍ପକୁ ନେଇ ତାଲିବାନର କୌଣସି ଆପତ୍ତି ନାହିଁ । ଯଦି କୌଣସି ପ୍ରକଳ୍ପ ଅସଂପୂର୍ଣ୍ଣ ରହିଛି ସେମାନେ ତାହାକୁ ସଂପୂର୍ଣ୍ଣ କରିପାରନ୍ତି । ତେବେ ଭାରତ ସରକାର ଆଫଗାନିସ୍ତାନରେ ଥିବା ପୂର୍ବର ସରକାରଙ୍କୁ ସମର୍ଥନ କରୁଥିବାରୁ ଆମେ ତାହାକୁ ବିରୋଧ କରୁଥିଲୁ ।

 

Ad2

Comments are closed.