ନୂଆଦିଲ୍ଲୀ : ୨୧ ଦିନ ଧରି ଚାଲିଥିବା ବର୍ଷାକାଳୀନ ଲୋକସଭା ଅଧିବେଶନ ରେ ଗଣ୍ଡଗୋଳ ଓ ତୁମୁଳ କାଣ୍ଡ ମଧ୍ୟରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ସରକାରଙ୍କ ମଧ୍ୟରେ ସହମତି ପ୍ରକାଶ କରିଛନ୍ତି l ଲୋକସଭାର ଷୋମବାର ଦିନ ହୋଇଥିବା ଅଧିବେଶନ ରେ ସମ୍ବିଧାନର ୧୨୭ ତମ ସଂଶୋଧନ ବିଲ ପ୍ରେରିତ କରାଯାଇଥିଲା l ବିପକ୍ଷ ଦଳ ଗୁଡିକ କହିଥିଲେ ସେ ଏହି ବିଲ କୁ ନେଇ ସରକାରଙ୍କ ସପକ୍ଷରେ ରହିଛନ୍ତି l ଏହି ସଂଶୋଧନ ଲୋକସଭାରେ ଓ ରାଜ୍ୟ ସଭାରେ ପାସ ହୋଇଗଲା ପରେ ରାଜ୍ୟ ଗୁଡିକ ନିକଟରେ ଅଧିକାର ରହିବ ଯେ ସେ OBC ତାଲିକାରେ ନିଜ ଇଛା ଅନୁସାରେ ଜାତି ଗୁଡିକୁ ସାମିଲ କରି ପାରିବେ l
ବିଶେଷ କଥାଟି ଏହା ଅଟେ ଯେ ଏହି ୨୧ ଦିନର ସଦନରେ ପେଗାସସ , ଚାଷୀ ଆନ୍ଦୋଳନ ଭଳି ବିଭିନ ମୁଦା କୁ ନେଇ ହଙ୍ଗାମା କରୁଥିବା ବିପକ୍ଷ ଏହି ବିଲ କୁ ନେଇ ସରକାରଙ୍କ ସହିତ ଅଛନ୍ତି l ଲୋକସଭାରେ ପରେ ରାଜ୍ୟ ସଭାରେ ଏହି ବିଲ ପାସ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟରୁ ସ୍ୱୀକୃତି ମିଳିବାକୁ ବାକି ରହିଲା l ଏହାପରେ ଏହି କାନୁନ ପ୍ରସ୍ତୁତ ହୋଇ ପାରିବ l ଏହାପରେ କର୍ଣ୍ଣାଟକରେ ଲିଙ୍ଗାୟତ , ଗୁଜୁରାଟ ରେ ପଟେଲ ,ହରିୟାଣା ରେ ଯାଠ ଓ ମହାରାଷ୍ଟ୍ରରେ ମରାଠା ଆରକ୍ଷଣ କୁ ନେଇ ରାସ୍ତା ସଫା ହୋଇଯିବ l
ଚଳିତ ଅଧିବେଶନରେ ଲୋକସଭାରେ ୩ଟି ବିଲ ପାସ ହେଲା l ଲିମିଟେଡ଼ ଲାଇବିଲିଟି ପାର୍ଟନରସିପ ବିଲ , ୨୦୨୧ , ଡିପୋଜିଟ ଏଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ବିଲ ,ଓ ସିଡ୍ୟୁଲ ଟ୍ରାଇବ୍ସା ଅର୍ଡର ବିଲ ପାସ ହୋଇଛି l ରାଜ୍ୟସଭାରେ ଟ୍ରିବ୍ୟୁନାଲ ରିଫର୍ମ ବିଲ ପାସ ହୋଇଛି l ଗତ ତିନି ସପ୍ତାହ କାଳ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାରୀ ଖୁବ ଗଣ୍ଡଗୋଳ ମଧ୍ୟରେ ଯାଇଛି l ଚରଠୁଟା ସପ୍ତାହର ପ୍ରଥମଦିନ ମଧ୍ୟ ଖୁବ ଗଣ୍ଡଗୋଳ ହୋଇଥିଲା l ବିପକ୍ଷ ଦଳ ଜ୍ୱାସୁସି , ତିନିଟି ନୂଆ କୃଷି ନିୟମ ଓ ଦରଦାମ ବୃଦ୍ଧିକୁ ନେଇ ହୋ ହାଲ୍ଲା କରିଥିଲେ l ବିପକ୍ଷ ଏହି ସମସ୍ତ ବିଷୟକୁ ନେଇ ଆଲୋଚନା କରିବାକୁ ଚାହୁଁ ଥିଲା ବେଳେ ସରକାର କହିଥିଲେ ବିପକ୍ଷ ଗୃହ ଚାଲିବାକୁ ଦେଉ ନାହାନ୍ତି l
Comments are closed.