ତାଳଚେର ୮/୮ ତାଳଚେର ଟାଉନ ଥାନା ଅନ୍ତର୍ଗତ ତାଳଚେର ବଅଁରପାଳ ଜାତୀୟ ରାଜପଥ ସ୍ଥିତ ବହ୍ଲର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୈନିକ ଫେରିବାଲଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ, ଆଜି ମଧ୍ୟାନ୍ନ ସମୟରେ ଓଡ଼ି ୦୧ଏ-ଏଲ-୧୩୨୨ ଲୁନା ଯୋଗେ ଏମଡି ମୁଦ୍ଦିନ୍ ଘୂରୀବୁଲି ଶାଢ଼ୀ ବ୍ୟବସାୟ କରିବାକୁ ଯାଇଥିଲେ । ଏହି ସମୟରେ ଏହାର ବିପରୀତ ଦିଗରୁ ଏକ ଦ୍ରୃତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କର ଟ୍ରକତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଟ୍ରକ ଚାଳକ ଏହି ଦୁର୍ଘଟଣାକୁ ଦେଖି ଭୟବିତ ହୋଇ ସେଠାରୁ ଚମ୍ପଟ ମାରିଥିଲେ । ଏହି ଖବର ପାଇବାପରେ ତାଳଚେର ସଦର ପୋଲିସ୍ ସେଠାରେ ପଂହଚି ଟ୍ରକଟିକୁ ଜବତ କରିବା ସହ ଶବକୁ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା । ମୃତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ହୋଇଥିବା ବେଳେ ସେ ଦୀଘଦିନ ବ୍ୟାପି ତାଳଚେର ଟାଉନ୍ ବିରାଦର ପଡ଼ା ଠାରେ ଘରଭଡ଼ା ନେଇ ଲୁଗା ବ୍ୟବସାୟ କରୁଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ସମଗ୍ର ତାଳଚେର ସହରରେ ଏକ ଶୋକରଛାୟା ଖେଳାଇ ଦେଇଥିଲା ।
Comments are closed.