Odisha news

ନଦୀରେ ଗାଧେଇବା ହେଲା କାଳ : ଜଣେ ମୃତ ଜଣେ ନିଖୋଜ, ଅଳ୍ପକେ ବର୍ତ୍ତିଲେ ୪ ବାଳକ

ବାରଙ୍ଗ : ନଇରେ ଗାଧେଇବା ଦୁଇ ଜଣ ବାଳକଙ୍କୁ କାଳ ସାଜିଛି । ନଇରେ ଗାଧେଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାଇଯାଇ ଜଣେ ମୃତୁ୍ୟ ବରଣ କରିଥିବା ବେଳେ ଜଣେ ଏଯାବତ୍ ନିଖୋଜ ଥିବା ସୂଚନା ମିଳିଛି । ସାଙ୍ଗରେ ଆସିଥିବା ଚାରିଜଣ ବାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପ୍ରକାଶ ଯେ , ଶନିବାର ଦିନ ବାରଙ୍ଗ ଥାନା ମୁଣ୍ଡମୁହାଣ ଗ୍ରାମସ୍ଥିତ କାଠଯୋଡି ନଦୀକୁ ଗାଧେଇବା ପାଇଁ କଟକରେ ଥିବା ଏକ ପାଉଁରୁଟି କମ୍ପାନୀରେ କାମ କରୁଥିବା ୫ଜଣ ପିଲା ସହିତ କମ୍ପାନୀର ମାଲିକଙ୍କ ପୁଅ ଏଠାକୁ ଆସିଥିଲେ । ଚାରିଜଣ ନଦୀକୁ ଗାଧେଇବାକୁ ତଳକୁ ଓଲାହିଥିଲେ ।

ଆଉ ଦୁଇଜଣ ନଦୀର ଉପର ମୁଣ୍ଡାରେ ରହିଥିଲେ । ପାଣିର ସ୍ରୋତରେ ପିଲାମାନେ ଭାସିଯାଉଥିବା କିଛି ଯୁବକମାନେ ଦେଖିବାକୁ ପାଇ ପାଣିରୁ ଦୁଇଜଣକୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ନଦୀର ସ୍ରୋତରେ ଭାସିଯାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଜଣାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଛି ବହୁ ଖୋଜଖୋଜି କରିବା ପରେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ସନ୍ଧ୍ୟା ହୋଇଯିବାରୁ ଆସନ୍ତା କାଲି ଅନ୍ୟ ଜଣକୁ ଖୋଜାଯିବ ବୋଲି ସୁଚନା ମିଳିଥିବା ବେଳେ ମୃତ ବାଳକ ପାଉଁରିଟ୍ କମ୍ପାନୀ ମାଲିକଙ୍କ ପୁଅ ପ୍ରଭାତ ଚୈାଧୁରୀ ବୋଲି ଜଣାପଡିଛି ।

Comments are closed.