Odisha news

ପ୍ରେମର ପ୍ରଭୋଲନ ଦେଖାଇ ପ୍ରେମିକ କଲା ଶାରୀରିକ ସମ୍ପର୍କ , ଧୋକା ଦେଇ ଛୁ ମାରିଲା ପ୍ରେମିକ : ପ୍ରେମିକା ଥାନାର ଦ୍ୱାରସ୍ଥ

ଯୁଗେ ଯୁଗେ ପ୍ରେମ ସତ୍ୟ ଚିରନ୍ତନ । ପ୍ରେମରେ ଅନ୍ଧ ହୋଇ ପ୍ରେମିକ ପ୍ରେମିକା ସବୁ ସୀମା ଟପି ପ୍ରେମକୁ ଶାଶ୍ୱତ କରିଥାନ୍ତି । ହେଲେ ବର୍ତ୍ତମାନ ଯୁଗରେ ଏହି ପ୍ରେମ କିଛିକାଂଶରେ ଖେଳଣା ପାଳିଟି ଯାଇଛି । କେତେବେଳେ ପ୍ରେମିକ ପ୍ରେମିକା କୁ ଧୋକା ଦେଉଛି ତ କେତେବେଳେ ପ୍ରେମିକା ପ୍ରେମିକ କୁ ଧୋକା ଦେଉଛି । ଠିକ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଧୋବାପଡା ସାହି ରେ । ଜଣେ ଯୁବତୀ ଙ୍କୁ ମିଛ ପ୍ରତିଶୃତି ଦେଇ ବିବାହ ର ପ୍ରଲୋଭନ ଦେଖାଇ ତା ସହିତ ଅନୈତିକ ସମ୍ପର୍କ ସ୍ଥାପନ କରି ଶେଷରେ ପ୍ରେମିକ ପ୍ରେମିକାକୁ ଧୋକା ଦେଇଥିବା ପିଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି

ନୂଆପଡା ଖଡ଼ିଆଳ NAC ୱାର୍ଡ ନ ୯ ର ଧୋବାପଡା ସାହିର ଶାନ୍ତ ହଂସ ଙ୍କ ୨୧ ବର୍ଷୀୟ ଝିଅ ଲକ୍ଷ୍ମୀ ହଂସ ଏବଂ ୱାର୍ଡ ନ ୭ ଲାଳସାହେବ ପଡ଼ା ର ୩୩ ବର୍ଷୀୟ ଯୁବକ ସୁବାଷ ରଣା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ରୂପ ନେଇଥିଲା । ଗୋଟିଏ ଏପଟେ ଯୁବକ ବିବାହିତ ହୋଇଥିବା ବେଳେ ଲକ୍ଷ୍ମୀ ହଂସ କୁ ଏକଥା ଜଣା ନଥିଲା । ଅନ୍ୟପଟେ ଯୁବକ ବିବାହ ର ପ୍ରଲୋଭନ ଦେଖାଇ ଯୁବତୀ ଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ ରଖି ଆସିଥିଲା । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇ ବସିଲେ ଯେ ଯୁବତୀ ମଧ୍ୟ ଅଭିଯୁକ୍ତ ଯୁବକ ଙ୍କ କଥା ରେ ଆସି ନିଜ ସବୁ କିଛି ସମର୍ପଣ କରି ଦେଇଥିଲେ। ଶେଷ ରେ ଲକ୍ଷ୍ମୀ ଗର୍ଭବତୀ ହୋଇଗଲା। ଏକଥା ଲକ୍ଷ୍ମୀ ନିଜ ପ୍ରେମିକ ସୁବାସ ଙ୍କୁ କହିବା ପରେ ଦୁହେଁ ଘରୁ ଫେରାର ହୋଇ ଖଡ଼ିଆଳ ସ୍ଥିତ ଫୋକଟ ପଡା ସାହି ରେ ଏକ ଭଡା ଘରେ ରହିଥିଲେ । ଭଡା ଘରେ ଦଶ ଦିନ ରହିବା ପରେ ହଠାତ ଦିନେ ଅଭିଯୁକ୍ତ ଙ୍କ ସ୍ତ୍ରୀ ଉକ୍ତ ଘରକୁ ଆସି ଉଭୟ ଙ୍କ ସହ ଗାଳିଗୁଲଜ କରି ଉଭୟଙ୍କୁ ମାଡ଼ପିଟା ମଧ୍ୟ କରିଥିବା ପିଡ଼ିତା ଯୁବତୀ ପ୍ରକାଶ କରିଛନ୍ତି ।
ଯୁବକ ଜଣକ ବିବାହିତ ହୋଇଥିବା ଜାଣି ଲକ୍ଷ୍ମୀ ର ପାଦ ତଳୁ ମାଟି ଖସି ଯାଇଥିଲା । ପରେ ଉକ୍ତ ଯୁବକ ପିଡ଼ିତା ଯୁବତୀ ଲକ୍ଷ୍ମୀ ଙ୍କୁ ବୁଝାସୁଝା କରିଥିଲା ଯେ ମୋର ସ୍ତ୍ରୀ କୁ କୌଣସି ସନ୍ତାନ ହେଉନଥିବା ରୁ ମୁ ତତେ ମଧ୍ୟ ସ୍ତ୍ରୀ କରି ରଖିବି ବୋଲି କହି ଭୁଆଁ ବୁଲାଇ ତାକୁ ବୁଝାସୁଝା କରିଥିଲା । ଏବଂ ତାକୁ କଣ୍ଟାବାଞ୍ଜି କୁ ନେଇ ଗର୍ଭପାତ କରିବାକୁ ଉଦ୍ୟମ କରିଥିଲା । ଗର୍ଭପାତ କରିବା ରେ ବିଫଳ ହେବାରୁ ତାକୁ ଆଣି ଅସୁସ୍ଥ ଅବସ୍ଥା ରେ ଖଡ଼ିଆଳ ର ଏକ ପରିତ୍ୟକ୍ତ ଜାଗାରେ ଛାଡି ଫେରାର ହୋଇଯାଇଥିଲା । କୌଣସି ସୂତ୍ରରୁ ଯୁବତୀଙ୍କ ପରିବାର ଲୋକେ ଖବର ପାଇ ଝିଅକୁ ଉଦ୍ଧାର କରି ଖଡ଼ିଆଳ ଥାନା ର ଦ୍ୱାରସ୍ଥ ହୋଇଥିଲେ । ପରେ ପ୍ରେମିକ ଯୁବକ ସୁବାସ ରଣା କୁ ଥାନାକୁ ଡକାଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପିଡ଼ିତା ଙ୍କୁ ସ୍ତ୍ରୀ କରି ରଖିବି ବୋଲି ସୁବାସ ରଣା କହିଥିଲା ।। ସେହିଦିନ ଠାରୁ ଆଜକୁ ଚାରି ମାସ ବିତି ଯାଇଥିଲେ ହେଁ ଉକ୍ତ ଯୁବକ ର କୌଣସି ଦେଖା ସାକ୍ଷାତ ନାହିଁ । ବର୍ତ୍ତମାନ ପିଡ଼ିତା ଯୁବତୀ ଏବଂ ପିଡ଼ିତା ଙ୍କ ପରିବାର ଲୋକେ ବାରମ୍ବାର ଖଡ଼ିଆଳ ଥାନା ଆସି ନ୍ୟାୟ ଭିକ୍ଷା କରୁଥିଲେ ହେଁ ପୋଲିସ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ପିଡ଼ିତା ଯୁବତୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏବାବଦ ରେ ଆମେ ଖଡ଼ିଆଳ SDPO ସନ୍ତକ ଜେନା ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରି ଦେଇଛନ୍ତି ।

Comments are closed.