Odisha news

ସିନାପାଲି ବ୍ଲକ ଓ ଚାରି ଗୋଟି ପଞ୍ଚାୟତ ପୁରସ୍କୃତ

ନୂଆପଡା-୬/୮(ସୁରେନ୍ଦ୍ର ପ୍ରସାଦ ତିୱାରି) ଗତ ବର୍ଷ ଗ୍ରାମୀଣ ଆବାସ ଯୋଜନାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲାପାଳ ସିନାପାଲି ବ୍ଲକ ଓ ଚାରି ଗୋଟି ପଞ୍ଚାୟତ କୁ ପୁରସ୍କୃତ କରି ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି । ଏହି ସଫଳତା ପାଇଁ ନୂଆପଡା ଠାରେ ଗତକାଲି ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ବୈଠକରେ ଜିଲ୍ଲାପାଳ ସ୍ବାଧାଦେବ ସିଂ ମାନପତ୍ର ଏବଂ ଟ୍ରାଫି ଦେଇ ଉତ୍ସାହିତ କରିଛନ୍ତି। ସିନାପାଲି ବିଡ଼ିଓ ସଦାଶିବ ନାୟକ ଏବଂ ବିପିସି ପ୍ରଜ୍ଞାପରମିତା ଦାସ, ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ହୋଇଥିଲେ। ଜିଲ୍ଲ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ତରଣୀ ସେନ ନାୟକ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସିନାପାଲି ବ୍ଲକ ଲିଟିଗୁଡା, କୈଠପଦର, ଘଣ୍ଟିଗୁଡା ଓ ଟିମନପୁର ଗ୍ରାମ ପଞ୍ଚାୟତ କୁ ମଧ୍ୟ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି। ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟାରେ ସଫଳତା ମିଳିଥିବା ବିଡ଼ିଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Comments are closed.