Odisha news

ଭଗବାନ ମୋତେ ଡିଭର୍ସ କରେଇଦିଅ : ଡିଏଫଓଙ୍କୁ ଘଣ୍ଟ ଘୋଡାଉଛି କିଏ ? ଘଟଣାସ୍ଥଳରେ ଡିଆଇଜି

ଭୁବନେଶ୍ୱର,(ନି.ପ୍ର): ‘ଭଗବାନ ମୋର ଡିର୍ଭସ କରିଦିଅ । ମୋ ଶତୃକୁ ଏଭଳି ମଣିଷଟିଏ ନ ମିଳୁ । ଏହିପରି ଆହୁରି ଅନେକ କଥା ଲେଖାଥିବା ଆଉ ଏକ ଚିଠି ଗୁରୁବାର ଜବତ କରିଛି ପୋଲିସ । ଜବତ ହୋଇଥିବା ଚିଠି ବିଦ୍ୟାଭାରତୀଙ୍କ ହାତଲେଖା ହୋଇଥିବା ପୋଲିସ କହିଛି । ବୁଧବାର ନାଲି କାଳିରେ ଲେଖାଥିବା ଜବତ ଚିଠି ସର୍ମ୍ପକରେ ବିଦ୍ୟାଭାରତୀ ମନ ଖରାପ ଥିଲେ ଲେଖନ୍ତି ବୋଲି ମତ ଦେଇଥିଲେ । ଗୁରୁବାର ଜବତ ହୋଇଥିବା ଚିଠି ଉପରେ ସେଭଳି କିଛି ପ୍ରତିକ୍ରିୟା ମିଳିନାହିଁ । ଘଟଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତଲାରେ ନାମ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୋରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପୋଲିସ ଜେରା କରୁ ନାହିଁ । ଜେରା କରାଯିବ ବୋଲି ପାରଳାଖେମୁଣ୍ଡି ଏସ୍ପି କହିଥିବାବେଳେ ଗୁରୁବାର ଡିଆଇଜି ମଧ୍ୟ ଅନୁରୂପ କଥା କହିଛନ୍ତି । ଡିଏଫଓଙ୍କୁ ଘଣ୍ଟ ଘୋଡା ଯାଉଥିବା ଚର୍ଚ୍ଚା ଜୋରଦାର ହେଲାଣି । କାରଣ ଘଟଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଡିଏଫ୍ଓ ଓ ଥାନା ଓଆଇସିଙ୍କୁ ଜେରା କରାଯାଉ ନାହିଁ, କେବଳ ଜେରା କରାଯାଉଛି ବୋଲି କୁହାଯାଉଛି । ତେଣୁ ଏଥିରେ କିଛି ରହସ୍ୟ ଥିବା ସନେ୍ଦହ ହେବା ସ୍ୱଭାବିକ । ଗତ ୧୨ ତାରିଖ ରାତିରେ ଗୁରୁତର ଭାବେ ପୋଡି ଯାଇଥିବାବେଳେ ୧୩ ତାରିଖ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟିବାର ଦଶମ ଦିନରେ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାସ୍ଥଳ ପରିଦର୍ଶନ କରି ସୌମ୍ୟଙ୍କ କ୍ୱାଟର କ୍ରାଇମସ୍ପଟ ବୋଲି କହିଛନ୍ତି ।
ଡିଆଇଜି ଶ୍ରୀ ଭୋଇ ଆହୁରି କହିଛନ୍ତି ଯେ, ଘଟଣା ସ୍ଥଳ ପରିଦର୍ଶନ କଲି, ଏଠାରେ ଜଳିବାର ଚିହ୍ନ ରହିଛି । ଯେତିକି ତଦନ୍ତ ହୋଇଛି, ସେଥିରୁ ଜଣାପଡୁଛି ଏହି ସ୍ଥାନ ହିଁ କ୍ରାଇମସ୍ପଟ । ତଦନ୍ତ ଆଗକୁ ଯାଉଛି, ଅନେକ ଦିଗରୁ ତଦନ୍ତ ହେବାର ଅଛି । ସବୁକିଛି ତଦନ୍ତ ସରିଲା ପରେ ସଠିକ୍ ଭାବେ କିଛି କୁହାଯାଇପାରିବ । ଯିଏବି ସମ୍ପୃକ୍ତ ସମସ୍ତେ ତଦନ୍ତ ପରିସରଭୁକ୍ତ, ସମସ୍ତଙ୍କୁ ଜେରା ହେବ ବୋଲି କହିଛନ୍ତି ଡିଆଇଜି ।
ଗୁରୁବାର ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା କରୁଛି । କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି । ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଅାଁ ଲାଗିଲା । ଘରେ ଏହି ଘଟଣା ହୋଇଥିଲା, ନା ବାହାରେ ହୋଇଥିଲା ? ସେନେଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଘରେ ନିଅାଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ ? ସେହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ? ଘରର ସ୍ଥିତି କେମିତି ଥିଲା ? ପାରିପାଶ୍ୱର୍ିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ । ସେପଟେ ଘର ଭିତର ଯାଞ୍ଚ କରିବା ପରେ ପୋଡ଼ା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସ୍ପି ।
ଅନ୍ୟପଟେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର । ଆଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ ।
ସେପଟେ ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନି । ଘଟଣା ସମୟରେ ଉପସ୍ଥିତ ଥିଲେ ସୁଦ୍ଧା, ଘର ଭିତରେ କିପରି ସୌମ୍ୟ ପୋଡିହେଲେ ସେ କହିପାରୁ ନାହାନ୍ତି ।
ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ୱା ସନେ୍ଦହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ ପଚରାଉଚରା କରିପାରିବ । ପଚରାଉଚରା କଲେ ସୌମ୍ୟଙ୍କ ହତ୍ୟା ମାମଲାରେ ଡିଏଫଓଙ୍କ ସଂପୃକ୍ତି ସମ୍ପର୍କରେ ଜଣାପଡ଼ିଯିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ତାଙ୍କୁ ଗିରଫ କରାଗଲେ ସବୁ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ପାର୍ଥସାରଥୀଦ ନାୟକ ।
ସେପଟେ ଏହି ହତ୍ୟା ମାମଲାରେ ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି । ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହିଛନ୍ତି । ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ଚିଠି ସାମ୍ନାକୁ ଆସିଛି । ଏହି ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରଯାଉଛି । ଏହି ଚିଠିରେ ଲେଖା ଯାଇଛି- “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ । ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି । କିନ୍ତୁ ପ୍ଲିଜ୍ କିଛି ବି କରି ଡିଭୋର୍ସ କରିଦିଅ । ଭଗବାନ, ମୋ ଦୁଶ୍ମନକୁ ଏମିତି ଲୋକ ଗୁଟେ ନ ଦିଅନ୍ତୁ । ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖା ଗଲାନି । ଏମିତିଆ ମଣିଷ ମୋ ଜୀବନରେ ଦେଖିନି’ ବୋଲି ଚିଠିରେ ଲେଖାଯାଇଛି ।

Nalco

Comments are closed.