Odisha news

ମଦ ବ୍ୟବସାୟୀ ଓ ଅଫିସର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଆଳି ଅବକାରୀ ବିଭାଗ ଅଫିସ

ଆଳି ୨୨/୦୭/୨୧ ଆଳି ଅଞ୍ଚଳରେ ନୂତନ ଭାବେ ଲାଇସେନ୍ସ ପାଇଥିବା ସରକାରୀ ମଦ ବ୍ୟବସାୟୀ ମାନେ ନିଜ ନିଜର କୋଟା ପୂରଣ କରିବା ପାଇଁ ପ୍ରତିଯୋଗିତାରେ ଲାଗି ପଡିଛନ୍ତି। ସେଥିପାଇଁ ଦିନ ରାତି ଏକାଠି କରି ନିଜର ଦାମୀ ଦାମୀ ଗାଡ଼ିରେ ମଧ୍ୟ ରାତ୍ରରେ ଗାଁ ଗାଁ ମାନଙ୍କ ରେ ଥିବା ଚା ,ପାନ ଓ ଡାଲି ଚାଉଳ ଦୋକାନ ରେ ନିଜର ବ୍ୟବସାୟ ର ପେଣ୍ଠ ସ୍ଥଳୀ ଖୋଲି ଚାଲିଛନ୍ତି।ଏପରିକି ଅବକାରୀ ବିଭାଗ ସହିତ ଭିତିରି ସମ୍ପର୍କ ରଖି ସନ୍ଧ୍ୟା ପାଞ୍ଚଟା ପରତ ଦୂରର କଥା ସପ୍ତାହନ୍ତ ସଟଡାଉନ ଶନିବାର ଓ ରବିବାର ରେ ମଦ  ଖୁଲମ ଖୁଲା ବିକ୍ରି କରି ଚାଲିଛନ୍ତି।ଅବକାରୀ ବିଭାଗ କର୍ମଚାରୀ ଙ୍କ ଅପାରଗତା ସମ୍ବନ୍ଧିତ ତଥ୍ୟ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ବିଭାଗ ଏହାକୁ ଲୁଚେଇବା କୁ ଯାଇ ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ରେ ଏକ ଡାଲି ଚାଉଳ ଦୋକାନ ରେ ବିକ୍ରୟ ହେଉଥିବା ବିପୁଳ ପରିମାଣର ଚୋରା   ମଦ  ଜବତ କରିବା ସହ ଆସାମୀ କୁ ଗିରଫ କରିଛି।ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜବତ ମଦ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ କିନ୍ତୁ ସରକାରୀ ହିସାବରେ ତାହାକୁ କମ ଦେଖାଯାଇଛି ବୋଲି ଅଭିଯୋଗ ହେଉଛି।ଏଠାରେ ପ୍ରଶ୍ନ ଉଠୁଛି  କେଉଁ ପ୍ରଭାବଶାଳୀ ବ୍ୟକ୍ତି ଙ୍କ କଥାରେ ଅବକାରୀ ବିଭାଗ ଜବତ କରିଥିବା ମଦ ର ପରିମାଣ କମ କରିଛନ୍ତି ଏଥିରେ ଜିଲ୍ଲାର ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ରଜତ କୁମାର ପ୍ରହରାଜ ଅବଗତ ଅଛନ୍ତି ନା ଜାଣି ନଜାଣିଲା ପରି ରହୁଛନ୍ତି। ସୂଚନା ଅନୁଯାୟୀ  ଗୁରୁବାର ପୂର୍ବାହ୍ନରେ ସବନିସପେକ୍ଟର  ଅମେରେନ୍ଦ୍ର ଶତପଥୀ, ଏ.ଏସ.ଆଇ  ରେଣୁବାଳା ମଳିକ,କନେଷ୍ଟବଳ ଲୁଲୁ ସାହୁ,   ଟୁକୁନା ପ୍ରଧାନ, ପ୍ରଶାନ୍ତ ଘଡେଇ,ସୁନୀଲ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ମିଳିତ ହୋଇ ମିଳିଥିବା ଖବର ଅନୁସାରେ ଗଜରାଜପୁର  ମହେଶ୍ବର ମଳିକ (୨୩) କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଦେଶୀ ମଦ ୨୦ଲିଟର ,ବିଅର ୩୨ଲିଟର ଓ ବିଦେଶୀ ମଦ ର ବିଭିନ୍ନ ବ୍ରାଣ୍ଡ ର ୪୩ଲିଟର ମଦ ଜବତ କରି ଆସାମୀ ଙ୍କୁ ଡାକ୍ତରୀ ମଇନା କରି କୋର୍ଟ ଚାଲାଣ କରାଯାଇଛି।ଚାନ୍ଦା ମୂଳରେ ଏ ଜଗତ l ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ବଡ ମାଛ ଙ୍କୁ ନିର୍ଭୟରେ ବିଚରଣ କରିବାକୁ ଛାଡି ଦେଇ ଚୁନା ମାଛ ପରି ଛୋଟ ଛୋଟ ବେପାରୀଙ୍କୁ ଧରି ବାହା ବାହା ନେବା ଅବକାରୀ ବିଭାଗର ଅଭ୍ୟାସରେ ପରିଣତ ହୋଇଛି କିନ୍ତୁ ମଦ ଯୋଗାଣକାରୀ ପ୍ରଭାବଶାଳୀ ମଦ ବ୍ୟବସାୟୀ ଗୋଷ୍ଠୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l
Nalco

Comments are closed.