ନୂଆଦିଲ୍ଲୀ : ଆଜିକାଲି ଆମେ ଯେ କୌଣସି ଜିନିଷ ଅନଲାଇନ୍ ରେ ବିକ୍ରି ହେଉଥିବାର ଦେଖୁଚେ । ଆମେ ମାନେ ଆମକୁ ଯେଉଁ ଜିନିଷ ପସନ୍ଦ ହେଉଛି ତାହାକୁ ତୁରନ୍ତ ଅନଲାଇନ୍ ରେ ଅର୍ଡର କରି ଦେଉଚୁ ଓ ଘରେ ବସି ପାଇ ଯାଉଛୁ । ସେହିଭଳି ଆପଣ ଚାହିଁଲେ ଘରେ ବସି ଅନଲାଇନ୍ ରେ ପାହାଡ ମଧ୍ୟ ପାଇ ପାରିବେ । ଦୁନିଆର ଚର୍ଚ୍ଚିତ ଇ କମର୍ସ ୱେବ୍ ସାଇଟ୍ eBay ନିଜ ୱେବସାଇଟ ପ୍ଲାଟ ଫର୍ମ ରେ ପାହାଡ ବିକ୍ରି କରୁଛି , ଯାହାକୁ ଆପଣ ୧.୨ ମିଲିୟନ ଡଲାର ଦେଇ କିଣି ପାରିବେ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮,୯୮, ୮୬,୩୬୦ ଟଙ୍କା ବିନିମୟ ରେ କିଣି ପାରିବେ ।
ଟେବଲ୍ ଟପ୍ ପର୍ବତରୁ ପ୍ରେରିତ ହୋଇ ୧୯ବିଂଶ ଶତାବ୍ଦୀ ର ଜଣେ କଳାକାର ପାହାଡ ର ପେଣ୍ଟିଂ କରିଥିଲେ । ବର୍ତ୍ତମାନ୍ ଏହାକୁ eBay re ୧.୨ମିଲିୟନ ଡଲାର ରେ ବିକ୍ରି ହେଉଛି । ସୁଇଜରଲ୍ୟାଣ୍ଡ ର ସବୁଠୁ ଛୋଟ ଟେବଲ୍ ହିଲ କୁ ଜୁଲାଇ ୧୫ ତାରିଖ ଦିନ ଅନଲାଇନ୍ ପ୍ଲାଟଫର୍ମ ରେ ବିକ୍ରି ପାଇଁ ସୁଚିବଧ କରାଯାଇଥିଲା ।
ଏହି ପାହାଡର ମାଲିକ୍ ଏହାର ମୂଲ୍ୟ ୨୩୫,୦୦୦ ଡଲାର ସ୍ଥିର କରାଯାଇଛି । ଏହି ପର୍ବତ ଶିଖର ବାଉଁଶ ରେ ନିର୍ମିତ ହେଲା ଭଳି ଦେଖା ଦେଇଥାଏ । ଏହାର ଉଚ୍ଚତା ୧୩୦ ଫୁଟ୍ ଅଟେ । ଜର୍ମାନ୍ କଳାକାର କେଷ୍ପର ଡେଭିଡ ଏହାକୁ ୧୮୧୮ରେ ” ୱାଣ୍ଡର ଅଫ୍ ଦି ସି ଅଫ୍ ଫଗ୍ ” ଭାବରେ ଚିତ୍ରିତ କରିବା ପରେ ଏହାର ଚାହିଦା ବୃଦ୍ଧି ହୋଇଥିଲା ।

Comments are closed.