ନୂଆଦିଲ୍ଲୀ : ଦେଶରେ କରୋନା ର ଦ୍ଵିତୀୟ ଲହର ନ ସରୁଣୁ ବୈଜ୍ଞାନିକ ତୃତୀୟ ଲହର ପାଇଁ ଚେତାଇ ଦେଲେଣି । ତୃତୀୟ ଲହର ବିପଦ ମଧ୍ୟରେ ଅନେକ ରାଜ୍ୟରେ ସ୍କୁଲ୍ ମଧ୍ୟ ଖୋଲା ହେବା ଆରମ୍ଭ ହୋଇ ଯାଇଛି । ଏହାକୁ ନେଇ ICMR ର ଡିଜି ଡ. ବଳରାମ ଭାଗର୍ବ ଗୋଟିଏ ମହତ୍ତ୍ଵ ପୂର୍ଣ୍ଣ କଥା ସ୍କୁଲ୍ ଖୋଲିବାକୁ ନେଇ କହିଛନ୍ତି । ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ର ପ୍ରେସ ବିଜ୍ଞପ୍ତି ହୋଇଥିଲା । ସେହି ସମୟ ରେ ଭାର୍ଗବ ଙ୍କୁ ସ୍କୁଲ୍ ଖୋଲା ଯିବାକୁ ନେଇ ପ୍ରଶ୍ନ କରଯାଇଥିଲା । ସେ କହିଥିଲେ ଯେ ଛୋଟ ପିଲା ମାନଙ୍କୁ ବଡ଼ ପିଲାଙ୍କ ତୁଳନାରେ କମ୍ ସଂକ୍ରମଣ ହୋଇଥାଏ , ତେଣୁ ପ୍ରାଇମେରୀ ସ୍କୁଲ ଖୋଲା ଯାଇ ପାରିବ ଓ ତା ପରେ ସେକେଣ୍ଡାରୀ ସ୍କୁଲ୍ ।
ଭାର୍ଗବ କହିଛନ୍ତି ଯେ ଆଦାଲ୍ଟ ମାନଙ୍କ ତୁଳନାରେ ଛୋଟ ପିଲାମାନେ ଭୂତାଣୁ କୁ ଖୁବ୍ ସହଜରେ ହ୍ୟଣ୍ଡେଲ କରି ପାରନ୍ତି । ଛୋଟ ପିଲାଙ୍କ ଲଙ୍ଗସ୍ ରେ ACE ରିଶେପ୍ଟରସ୍ କମ୍ ହୋଇଥାଏ । ସେଥିପାଇଁ ତାଙ୍କର ସଂକ୍ରମଣ ର ବିପଦ କମ୍ ଦେଖା ଦେଇଥାଏ । ଆହୁରି ମଧ୍ୟ ଦେଖାଯାଇଛି ଯେ ୬-୯ ବର୍ଷର ପିଲାଙ୍କ ମଧ୍ୟରେ ୫୭.୨ ପ୍ରତିଶତ ଆଣ୍ଟି ବଡି ଦେଖାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି କରୋନା ସମୟରେ ୟୁରୋପ ରେ ପ୍ରାଇମେରୀ ସ୍କୁଲ ବନ୍ଦ୍ ମଧ୍ୟ କରା ଯାଇ ନଥିଲା । ତେଣୁ ପ୍ରାଇମେରୀ ସ୍କୁଲ ଖୋଲଗଲେ କୌଣସି ଅସୁବିଧା ନାହିଁ ବୋଲି କୁହା ଯାଇଛି ।

Comments are closed.