Odisha news

ଲେଜର ସ୍କାନରରେ ଅନୁଧ୍ୟାନ ହେବ ଗର୍ଭ ଗୃହ ର ମରାମତି

ପୁରୀ, : ରଥଯାତ୍ରା ର ପରଦିନ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ପକ୍ଷରୁ ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ମରାମତି କାର୍ଯ୍ୟ ର ଅନୁଧ୍ୟାନ କରାଯିବ । ଲେଜର ସ୍କାନର ଜରିଆରେ ୍ଗର୍ଭଗୃହ , ନାଟମଣ୍ଡପ ଓ ଭୋଗମଣ୍ଡପ ସମେତ ଶ୍ରୀମନ୍ଦିର ପରିସରରେ ଭାଙ୍ଗି ଯାଇଥିବା ପଥର ଗୁଡିକୁ ଅନୁଧ୍ୟାନ ପରେ ବଦଳାଇ ଦିଆଯିବ । ଶନିବାର ଏଏସଆଇ ଅଧିକ୍ଷକ ଅରୁନ କୁମାର ମଲିକ୍ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଲେଜର ସ୍କାନରରେ ଅନୁଧ୍ୟାନ କରାଯାଇ ଆସନ୍ତା ୧୪ ତାରିଖ ରୁ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଗଣମାଧ୍ୟମ ଙ୍କୁ କହିଛନ୍ତି ।

Ad2

Comments are closed.