ନୂଆପଡା-୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ଗ୍ରାମରେ ଝାଡା ବାନ୍ତି ଆକ୍ରାନ୍ତ ହୋଇ ବର୍ତ୍ତମାନ ଚାରି ଜଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଖବର ଜଣାପଡିଛି। ବର୍ତ୍ତମାନ କାପସୀ ମାଝୀପଡା ର ଜ୍ୟୋସ୍ନା ନିଆଲ(୧୧), ସୁଶିଳା ମାଝୀ(୩୪), କେତକୀ ମଶ୍ରା(୧୨), ଜକ୍ତା ନିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ କାଲି ରାଜୁ ମାଝୀ, ଜଗତ ମାଝୀ,ଲଳିତା ରଣା, ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସି ଚିକିତ୍ସା ପରେ ଘରକୁ ଫେରି ଥିବା ଜଣା ପଡିଛି। ଆହୁରି ଅନେକ ବ୍ୟକ୍ତି ଝାଡ଼ାବାନ୍ତି ହେବାରୁ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବର୍ତମାନ ସମ୍ପୃକ୍ତ ପଡ଼ା ରେ ପ୍ରାୟ ୧୨ ରୁ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ଅଛନ୍ତ। ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପୃକ୍ତ ପଡ଼ାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଲୋକେ ସବୁବେଳେ ସେହି ସ୍ଥାନରେ ଯାତାୟତ କରିବା ସହିତ ସେଠାରୁ ଦୂଷିତ ପାନୀୟଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏପରି ଦଶା ଭୋଗିବା କୁ ପଡୁଛି ବୋଲି ପ୍ରକାଶ। ବାରମ୍ବାର ପ୍ରଶାସନ କୁ ଅବଗତ କରାଯାଉଛି, ହେଲେ କାହାରି ଦୃଷ୍ଟି ପଡୁ ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ତାରାକାନ୍ତ ଦାସ ଙ୍କୁ ପଚାରିବାରୁ ସମ୍ପୃକ୍ତ ପଡା କୁ ବିଭାଗୀୟ ଅଧିକାରୀ କର୍ମଚାରୀ ପହଁଚି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯାଇ ଥିବା ପ୍ରକାଶ କରିଛନ୍ତି।
Comments are closed.