Odisha news

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ଶୀର୍ଷକ ଆଲୋଚନା ଚକ୍ର

ନୂଆପଡା-୩/୭ ସକାଳ ଖବର( ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡା ଜିଲ୍ଲା ଖଡିଆଳ ସ୍ଵୟଂଶାସିତ କଲେଜର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସାଂପ୍ରତିକ ପରିସ୍ଥିତିରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ଶୀର୍ଷକ ଉପରେ ଭର୍ଚ୍ୟୁଆଲ୍ ମାଧ୍ୟମ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ଅନୁପମା ପାଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଆଲୋଚନା ଚକ୍ର ରେ ଓଡିଆ ବିଭାଗର ପ୍ରମୁଖ ସାଗରିକା ପଣ୍ଡା , ନ୍ୟାସନାଲ କଲେଜ ନୂଆପଡା ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ରାମଚନ୍ଦ୍ର ମିଶ୍ର, ଆଲୋଚିକା ଭାବରେ କଟକ ରେଭେନ୍ସା କଲେଜର ସହକାରୀ ପ୍ରାଧ୍ୟାତ୍ପିକା ଡ. ବିଜୟ ଲକ୍ଷ୍ମୀ ଦାଶ,ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ପରିପେକ୍ଷୀରେ ଅଚ୍ୟୁତାନନ୍ଦ ଦାଶ ମାଳିକା ଶୀର୍ଷକ ବିଷୟବସ୍ତୁ ଉପରେ ବିଷଦ ଭାବେ ଆଳୋଚନା କରିଥିଲେ । ଉକ୍ତ ଆଲୋଚନାଚକ୍ର ରେ ଶତାଧିକ ସଂଖ୍ୟାରେ ବିଭିନ୍ନ କଲେଜର ରୁ ଅଧ୍ୟାପକ/ ଅଧ୍ୟାପିକା , ଛାତ୍ର/ଛାତ୍ରୀ ସାମିଲ୍ ହୋଇଥିଲେ । ଶେଷ ରେ ଓଡିଆ ବିଭାଗର ଅଧ୍ୟାପକ ସୁରଜଂନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco

Comments are closed.