Odisha news

ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ନୂତନ କମିଟି ଘୋଷିତ

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବା ସହ କମିଟିକୁ କ୍ରିୟାଶୀଳ କରାଯାଇଛି । ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବଳରାମ ସାହୁ ୧୩ଜଣ ଜିଲ୍ଲା ପଦାଧିକାରୀ, ୧୭ଜଣ କାର୍ଯ୍ୟକାରିଣୀ ଓ ୧୨ଜଣ ସଂଯୋଜକ ନାମ ଘୋଷଣା କରିଛନ୍ତି । ଜିଲ୍ଲା ଉପସଭାପତି ଭାବେ ସୋମନାଥ ବେହେରା, ଜ୍ୟୋତିର୍ମୟୀ ପରିଡା, ଦେବରାଜ ସାହୁ ଓ ଚନ୍ଦନ ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଦେବବ୍ରତ ସାମଲ ଓ ଭବାନୀ ଶଙ୍କର ସାହୁ, ସମ୍ପାଦକ ଭାବେ ସତ୍ୟକାନ୍ତ ବେହେରା, ଚନ୍ଦନ କୁମାର ସେନାପତି, ଆଦିତ୍ୟ ସ୍ୱାଇଁ, ଶାନ୍ତନୁ ଦଳେଇ, କୋଷାଧ୍ୟକ୍ଷ ଭାବେ ପାର୍ଥସାରଥୀ ଦାସ, ସୋସିଆଲ ମିଡିଆ ଓ ମିଡିଆ ସଂଯୋଜକ ଭାବେ ପ୍ରଦୀପ ମହାନ୍ତ, ଆଇଟି ସେଲ ସଂଯୋଜକ ଅମୀୟ ଦାସ, ସାମାଜିକ ସଂଗଠନ ସଂଯୋଜକ ନୟନ କୁମାର ଦାସ, ଆତ୍ମନିର୍ଭର ଭାରତ ସଂଯୋଜକ ଲକ୍ଷ୍ମୀନାରାୟଣ ସେନାପତି, ରକ୍ତଦାନ ଅଭିଯାନ ସଂଯୋଜକ ସନ୍ଧ୍ୟାରାଣୀ ସାହୁ, ବେଟୀ ବଚାଓ ବେଟୀ ପଢାଓ ସଂଯୋଜକ ସୁସ୍ମିତା ବେହେରା, ଖେଲୋ ଇଣ୍ଡିଆ ସେଲ ସଂଯୋଜକ ଜଦୁପତି ମହାନ୍ତ, ଆଇନଜିବୀ ଦେବରଞ୍ଜନ ପାଲ, ସ୍ୱଚ୍ଛ ଭାରତ ସଂଯୋଜକ କାର୍ମୁ ପାତ୍ର, ମିଲେନିୟମ ଭୋଟର ସେଲ ସଂଯୋଜକ ମନୋଜ ବେହେରା, ଯୋଗ ଭାର ସେଲ ସଂଯୋଜକ କେଶବ ନାଥ ଓ ଆରଟିଆଇ କୋର୍ଡିନେଟର ସେଲ ଭାବେ ଜଗଦିଶ ବିନ୍ଧାଣୀ ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।

 

Comments are closed.