ଆଜିର ଦୁନିଆରେ ଏଭଳି କେହି ଜଣେ ବି ମନୁଷ୍ୟ ନାହାନ୍ତି ଯାହାଙ୍କର କୌଣସି ସମସ୍ୟା ନାହିଁ l କିନ୍ତୁ ଯେଉଁ ବ୍ୟକ୍ତି ବାଧାବିଘ୍ନ କୁ ଗୋଟିଏ ଆହ୍ୱାନ ଭାବରେ ଗ୍ରହଣ କରିଥାଏ ସେ ଜୀବନରେ ସଫଳ ହୁଏ l ଶାସ୍ତ୍ର ଅନୁସାରେ ସଫଳତା ମଣିଷ ଜୀବନର ସବୁଠୁ ବଡ଼ ପୁଞ୍ଜି ଅଟେ l
ସବୁବେଳେ ସମସ୍ୟାକୁ ଛାତି ଦେଖାଇ ମୁକାବିଲା କରିବା ଆବଶ୍ୟକ l ଯିଏ ଜୀବନରେ ସମସ୍ୟାକୁ ଆହ୍ୱାନ ଭାବରେ ଗ୍ରହଣ କରିଥାଏ ସେ ସବୁବେଳେ ସମସ୍ୟାର ସମାଧାନ କରି ଥାଆନ୍ତି l ସଫଳତା ରେ ପରିଶ୍ରମ ,ଧର୍ଯ୍ୟ , ସଂଘର୍ଷ ର ବିଶେଷ ଭୂମିକା ରହିଛି l ବ୍ୟକ୍ତି ଏହି ଗୁଣ ଗୁଡିକୁ ଆପଣେଇବା ଆବଶ୍ୟକ l
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଖରାପ ପରିସ୍ଥିତିରେ ବ୍ୟକ୍ତିକୁ ଧର୍ଯ୍ୟ ହରାଇବା ଉଚିତ ନୁହେଁ l ଗୋଟିଏ ଧର୍ଯ୍ୟ ବାନ ବ୍ୟକ୍ତି ନିଜର ସ୍ଥିତିକୁ ଉନତ କରିବା ପାଇଁ ଲଗାତାର ସଂଘର୍ଷ କରିଥାଏ l ବିଦ୍ୱାନ ମାନଙ୍କ ମତରେ ସ୍ଥିତି ଯାହା ବି ହେଉ ଭୟ କରିବା ଉଚିତ ନୁହେଁ l ଏହାକୁ ଗୋଟିଏ ଆହ୍ୱାନ ଭାବରେ ଗ୍ରହଣ କରିବା ଆବଶ୍ୟକ l
* ବିଦ୍ୱାନ ମାନଙ୍କ ମତରେ ସମସ୍ୟା କୁ ରଣନୀତି ପ୍ରୟୋଗ କରି ଜିତିବା ଆବଶ୍ୟକ l ବ୍ୟକ୍ତିର ପ୍ରତିଭା ଓ କ୍ଷମତା ବିଷୟରେ ସେତେବେଳେ ଜଣାପଡେ ଯେତେବେଳେ ବିପଦ ଆସିଥାଏ l ତେଣୁ ଜୀବନରେ ହାରି ନଯାଇ ସମସ୍ୟାର ମୁକାବିଲା କରିବା ଆବଶ୍ୟକ l
* ଜ୍ଞାନୀ ମାନଙ୍କ ମତରେ ବ୍ୟକ୍ତି ସଫଳତା ପାଇବା ପାଇଁ ସବୁବେଳେ ସକାରତ୍ମକ ମନୋଭାବ ରଖିବା ଉଚିତ l ମନରେ ଯଦି

Comments are closed.