ଆମେ ପ୍ରାୟ ସମସ୍ତେ ସକାଳୁ ଚା ,କଫି ଇତ୍ୟାଦି ପିଇବାକୁ ପସନ୍ଦ କରିଥାଉ l ଆମେ ପ୍ରାୟ ଜାଣିଚୁ ଯେ ଏହାକୁ ଖାଲି ପେଟରେ ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ ,କିନ୍ତୁ ଆମେମାନେ ଏହି ଅଭ୍ୟାସକୁ ଛାଡି ପାରୁ ନାହୁଁ l ଯଦି ଆପଣ ନିଜକୁ ସମ୍ପୁର୍ଣ୍ଣ ନିରୋଗୀ ରଖିବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପାଇଁ ଲାଉରସ ରାମବାଣ ଅଟେ l ଏହା ଆପଣଙ୍କର ସାରା ଦିନକୁ ଶକ୍ତି ପ୍ରଦାନ କରିଥାଏ ଓ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ କରିଥାଏ l ଲାଉ ରେ ଥିବା ପ୍ରାକୃତିକ ଶର୍କରା ସ୍ତର ଗ୍ଲାଇକୋଜୀନ ସ୍ତରକୁ ବଢାଇବା ସହିତ ମାଂସପେଶୀକୁ ମଜବୁତ କରିଥାଏ l
* ଗ୍ରୀଷ୍ମ ଋତୁରେ ଗରମ ପ୍ରଭାବରୁ ଆମ ଶରୀରର ଉତ୍ତାପ ବଢିଥାଏ l ଯେଉଁ କାରଣରୁ ଗରମ ଲାଗିବା ଓ ଝାଳ ବାହାରିବା ଗୋଟିଏ ସାଧାରଣ ସମସ୍ୟା l ସେଥିପାଇଁ ଗରମ ପ୍ରଭାବରୁ ବଦହଜମୀ , ବାନ୍ତି ସହିତ ଭୋକ ମଧ୍ୟ ଲାଗି ନଥାଏ l ଯଦି ଆପଣ ଲାଉରେ ଅଦାକୁ ମିଶାଇ ଜୁସ କରି ପିଇବେ ତେବେ ଆପଣଙ୍କୁ ଗରମ କମ ଲାଗିବା ସହିତ ଉତ୍ତାପରୁ ମଧ୍ୟ ଆରାମ ମିଳିବ l
* ଆମ ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ ହେଲା ହୃତ୍ପିଣ୍ଡ l ଲାଉ ଜୁସ ହୃତ୍ପିଣ୍ଡ ପାଇଁ ଅତି ଲାଭଦାୟକ ଅଟେ l ଲାଉ ଜୁସ ପ୍ରତିଦିନ ପିଇବା ଦ୍ୱାରା ବ୍ଲଡ଼ ପ୍ରେସର ରେଗୁଲେଟ ହୋଇଥାଏ ଯେଉଁ କାରଣରୁ ହୃଦୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ l
* ଯଦି ଆପଣ ଓଭର ୱେଟ ଅଟନ୍ତି ତେବେ ପ୍ରତେକଦିନ ଲାଉରସ ସେବନ କରନ୍ତୁ l ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ l ଏଥିରେ କ୍ୟାଲୋରୀ ଖୁବ କମ ପରିମାଣର ରହିଛି l ସକାଳର ଗୋଟିଏ ଗ୍ଲାସ ଲାଉଜୁସ ଆପଣଙ୍କୁ ସୁସ୍ଥ ରଖିବ l
* ଯଦି ଆପଣ ସକାଳୁ ବ୍ୟାୟାମ କରୁଛନ୍ତି ଆପଣଙ୍କ ପାଇଁ ଲାଉରସ ଖୁବ ହିତକର l ଏଥିରେ ୯୮ %ଜଳ ରହିଛି l ଯାହା ଆପଣଙ୍କୁ ଡିଟକ୍ସ କରିଥାଏ ଓ ଦିନସାରା ପରିଶ୍ରମ କରିବା ପାଇଁ ଶକ୍ତି ଯୋଗାଇ ଥାଏ l ଲାଉରସ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ କରିଥାଏ l

Comments are closed.