Odisha news

ସିଟ ବେଲ୍ଟ ବାନ୍ଧିବାକୁ କହିବା କ୍ରୁ ମେମ୍ବରଙ୍କୁ ପଡିଲା ଭାରି : ଦୁଇଟି ଦାନ୍ତ ଭାଙ୍ଗିଦେଲେ ମହିଳା ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ସେକ୍ରାମେଣ୍ଟରୁ ସେନ ଡିଏଗୋ ଯାଉଥିବା ବିମାନରେ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କ୍ରୁ ମେମ୍ବରଙ୍କର ଦାନ୍ତ ଭାଙ୍ଗି ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ କ୍ରୁ ମେମ୍ବରଙ୍କର ଭୁଲ କେବଳ ଏତିକି ଥିଲା ସେମାନେ ମହିଳା ଯାତ୍ରୀଙ୍କୁ ବେଲ୍ଟ ବାନ୍ଧିବାକୁ କହିଥିଲେ l ଏହି କଥାକୁ ନେଇ ସେ ରାଗିଯାଇ ଫ୍ଲାଇଟରେ ଗଣ୍ଡଗୋଳ କରିବାକୁ ଲାଗିଲେ l ଘଟଣା ପରେ ଏହି ୨୮ ବର୍ଷୀୟା ମହିଳା ଜଣଙ୍କୁ ଗିରଫ କରାଯାଇଥିଲା l ସୂଚନା ମିଳିଥିଲା ଯେ ତାଙ୍କୁ ବିମାନରେ ସିଟ ବେଲ୍ଟ ବାନ୍ଧିବାକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ସେ ଧ୍ୟାନ ଦେଇନଥିଲେ ,ସେଥିପାଇଁ କ୍ରୁ ମେମ୍ବରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା l ତାଙ୍କ ଅନୁରୋଧକୁ ଦେଖି ମହିଳା ଜଣଙ୍କ ରାଗି ଆକ୍ରମଣ କରିଥିଲେ l

ପ୍ରତେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମହିଳା ଯାତ୍ରୀ ଜଣଙ୍କ କ୍ରୁ ମେମ୍ବରଙ୍କ ମୁହଁକୁ ଗୋଟିଏ ଶକ୍ତ ମୁଥ ମାରିଥିଲେ ,ଯାହାଦ୍ୱାରା ସେ ଆଘାତ ପାଇ ତାଙ୍କର ଦୁଇଟି ଦାନ୍ତ ଭାଙ୍ଗି ଯାଇଥିଲା ଓ ପାଟି ଭିତରୁ ରକ୍ତ ବାହାରିବାକୁ ଲାଗିଲା l ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇ ନାହିଁ ଯେ ମହିଳା ଜଣଙ୍କ ମଦ୍ୟପାନ କରିଥିଲେ କି ନାହିଁ ,କିନ୍ତୁ ଏହାପରେ ବିମାନରେ ମଦକୁ ନେଇ ପ୍ରତିବନ୍ଧକ ଲଗାଯାଇଛି l ଗୋଟିଏ ତଥ୍ୟରେ ପୋଲିସ କହିଛି ସାକ୍ଷୀ ମାନଙ୍କର ସାକ୍ଷ ଅନୁସାରେ ବିମାନ ଉଡାଣ ଭରିବା ବେଳେ ଜଣେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ,ଏହା ଫଳରେ ଯାତ୍ରୀ ଜଣଙ୍କ କ୍ରୁ ମେମ୍ବରଙ୍କୁ ଆଘାତ ଦେଇଥିଲେ l

Nalco

Comments are closed.