ସମସ୍ତଙ୍କ ଦିନର ଆରମ୍ଭ ସକାଳରୁ ହୋଇଥାଏ l ଆପଣ ଏହା ଜାଣନ୍ତି ଯେ ଯଦି ସକାଳ ସମୟଟି ଭଲରେ ବିତି ଥାଏ ତେବେ ସାରାଦିନ ଭଲରେ ଯାଏ l ତେଣୁକରି ଆମେ ସକାଳୁ ଉଠିବା ପରେ ନଜରକୁ ଆସିଥିବା ପ୍ରତେକ ବ୍ୟକ୍ତିଙ୍କୁ ଆମେ “ଶୁ ପ୍ରଭାତ “କହି ସମ୍ଭାଷଣ କରିଥାଉ l କେବଳ ସମ୍ଭାଷଣ ଜଣାଇବା ମହତ୍ଵପୂର୍ଣ୍ଣ ନୁହେଁ ,ଏହାକୁ ସେତିକି ସୁନ୍ଦର କରିବା ମଧ୍ୟ ଜରୁରୀ ଅଟେ l ସେଥିପାଇଁ ଆପଣଙ୍କୁ କିଛିଟା କଥାକୁ ଧ୍ୟାନ ଦେବାକୁ ପଡିବ l
ସକାଳକୁ କିପରି କରିବେ ସୁନ୍ଦର :
– ସକାଳୁ ନିଜର ନିତ୍ୟକର୍ମ ସାରି ଆପଣଙ୍କୁ କିଛି ସମୟ ପାଇଁ ବ୍ୟାୟାମ କିମ୍ବା କୌଣସି ଯୋଗାସନ କରିବା ଆବଶ୍ୟକ l ଏହାଦ୍ୱାରା ଶରୀରରେ ରକ୍ତ ସନ୍ତରଣ ଠିକ ଭାବରେ ହୋଇଥାଏ ଓ ମସ୍ତିସ୍କ ରେ ଏଂଡିଫର୍ଣ୍ଣିଙ୍ଗ ହର୍ମୋନ ରିଲିଜ ହୋଇ ମାନସିକ ଚାପ କମ ହୋଇଥାଏ l ଯାହାଦ୍ୱାରା ଆପଣ ସକାରାତ୍ମକ ଧାରଣା ମନରେ ଆଣି ଥାଆନ୍ତି l
– ସକାଳୁ ଶୀଘ୍ର ଉଠିବା ପାଇଁ ରାତିରେ ଶୀଘ୍ର ଶୋଇବା ଆବଶ୍ୟକ l କାରଣ ରାତିରେ ଡେରିରେ ଶୋଇବା ଦ୍ୱାରା ପରଦିନ ଆମେ ସକାଳୁ ଡେରିରେ ଉଠିଥାଉ ଓ ବେଳେବେଳେ ଆମର ନିଦ ମଧ୍ୟ ପୁରା ହୋଇନଥାଏ l
– ସକାଳ ସମୟରେ ସଂଗୀତ ଶୁଣିବା ଖୁବ ଲାଭ ଦାୟକ ଅଟେ l ଏହା ଆପଣଙ୍କ ମୁଡ଼ ଠିକ କରିଥାଏ ଏବଂ ତା ସହିତ ଆପଣଙ୍କୁ ସାମାନ୍ୟ ନାଚିବା ପାଇଁ ପ୍ରୋତ୍ସାହନ ଦେଇଥାଏ ,ଯାହାଦ୍ୱାରା ଆପଣଙ୍କର ଶରୀରର କିଛିଟା ବ୍ୟାୟାମ ହୁଏ l
– ଦିନ ସାରା ଶରୀରକୁ ସତେଜ ରଖିବା ପାଇଁ ଆପଣଙ୍କୁ ସକାଳୁ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ l ଏହାଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ
– ସକାଳ ସମୟରେ କୌଣସି ଅଯଥା କଥାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ l ତା ବଦଳରେ କିଛି ସମୟ ଭଗବାନଙ୍କ ନିକଟରେ ଦିଅନ୍ତୁ l ଯାହାଦ୍ୱାରା ଆପଣଙ୍କ ଦିନ ଭଲରେ ବିତିବା ସହିତ ମାନସିକ ଶାନ୍ତି ମିଳିବ l
– ଈଶ୍ୱରଙ୍କ ନିକଟରୁ ମିଳିଥିବା ମୂଲ୍ୟବାନ ଜୀବନକୁ ଶାନ୍ତିର ସହିତ ବଞ୍ଚନ୍ତୁ ଓ ଅନ୍ୟକୁ ବଞ୍ଚିବାକୁ ଦିଅନ୍ତୁ l ବର୍ତ୍ତମାନ ସମୟ ଠିକ ଚାଲିନାହିଁ ତେଣୁ ଆମେ ସମସ୍ତେ ଧର୍ଯ୍ୟ ରଖିବା ଆବଶ୍ୟକ l

Comments are closed.