Odisha news

ମଙ୍ଗଳବାର ଦିନ କରନ୍ତୁ ଏହି ୫ଟି ଉପାୟ : ଦୁରେଇ ଯିବ ସମସ୍ତ ଅସୁବିଧା

ମଙ୍ଗଳବାର ଦିନଟି ସମସ୍ତ ଶୁଭକାର୍ଯ୍ୟ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ l ଏହି ଦିନ ସଙ୍କଟ ମୋଚନ ହନୁମାନଙ୍କ ନିକଟରେ ଆରାଧନା କରି ବ୍ୟକ୍ତି ସମସ୍ତ ପ୍ରକାରର ରୋଗ ଦୋଷ ,ଭୟ ଓ ଆର୍ଥିକ ଅସୁବିଧାରୁ ମୁକ୍ତି ପାଇଥାଏ l ଏହି ଦିନ ହନୁମାନଙ୍କର ପୂଜା କରିବା ଦ୍ୱାରା କୁଣ୍ଡଳିରୁ ମଙ୍ଗଳ ଦୋଷ ଦୂର ହୋଇଥାଏ l ଯଦି ଆପଣ କୌଣସି ପ୍ରକାରର କଷ୍ଟର ସାମ୍ନା କରୁଛନ୍ତି ତେବେ ମଙ୍ଗଳବାର ଦିନ ଏହି ସବୁ ଉପାୟ କରନ୍ତୁ l

* ଆପଣ ଗୋଟିଏ ନିର୍ମଳ ହୃଦୟରେ ମଙ୍ଗଳ ବାର ଦିନ ବଜ୍ରାଙ୍ଗ ବାଣ ପାଠ କରିବା ଦ୍ୱାରା ଶକ୍ତି ବିନାଶ ହୋଇଥାଏ ,ଏହାକୁ ପାଠ କରିବା ସମୟରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସି କରିବା ବଶ୍ୟକ l ତାସାହିତ ଆପଣ ନିଜ ମନରେ ହନୁମାନଙ୍କୁ ସ୍ମରଣ କରି ସଂକଳ୍ପ ନେବା ଉଚିତ l

* ହନୁମାନଙ୍କ କୃପା ଯାହା ଉପରେ ରହିଥାଏ ତା ଉପରୁ ଶନି ଓ ଯମରାଜାଙ୍କର ମଧ୍ୟ ଖରାପ ପ୍ରଭାବ ପଡି ନଥାଏ l ଆପଣ ଶନି ଗ୍ରହଙ୍କ ପିଡାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଯଦି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାନ୍ତୁ l ଏହି ଦିନ ଆପଣ ଲାଭ ପ୍ରାପ୍ତି କରିବା ପାଇଁ ହନୁମାନ ଚାଳିଶ କିମ୍ବା ସୁନ୍ଦର କାଣ୍ଡ ପାଠ କରିବା ବଶ୍ୟକ l

* ଯଦି ଆପଣ କୌଣସି ରୋଗରେ ଯନ୍ତ୍ରଣା ପାଉଛନ୍ତି ତେବେ ଜଳର ଗୋଟିଏ ପାତ୍ର ହନୁମାନଙ୍କ ପ୍ରତିମା ଆଗରେ ରଖି ଦିଅନ୍ତୁ ଓ ହନୁମାନ ବହୁକର ୨୧ ଦିନ ପର୍ଯ୍ୟନ୍ତ ପାଠ କରନ୍ତୁ l ପ୍ରତିଦିନ ପୂଜା ସାରିବା ପରେ ସେହି ଜଳକୁ ଗ୍ରହଣ କରନ୍ତୁ l ହନୁମାନଙ୍କ କୃପା ମିଳିବ ଦ୍ୱାରା ଶରୀରର ସମସ୍ତ କଷ୍ଟ ଦୂର ହେବ ସହିତ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିବ l

* ଯଦି ଆପଣଙ୍କ ମନରେ କୌଣସି ପ୍ରକାରର ଭୟ ରହିଛି ତେବେ ମଙ୍ଗଳବାର ଦିନ ଓଁ ହନୁମତୟେ ନମଃ ୧୦୮ ଥର ଜପ କରିବା ଆବଶ୍ୟକ l

* ସନ୍ତାନ ମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ରହିଥିଲେ ମଙ୍ଗଳବାର ଓ ଶନିବାର ହନୁମାନଙ୍କ ନିକଟରେ ଗୁଡ ଚଣା ଅର୍ପଣ କରନ୍ତୁ l ଏହା ଦ୍ୱାରା ସନ୍ତାନ ମାନଙ୍କ ଜୀବନରେ ସ୍ଥିରତା ଆସିବା ସହିତ ଉନ୍ନତି ଓ ସଫଳତା ମିଳିବ l

IEC 2 years

Comments are closed.