ନୂଆଦିଲ୍ଲୀ : ଗୋଟିଏ ଆମେରିକୀୟ ରିପୋର୍ଟରେ ଭାରତରେ ଧାର୍ମିକ ସ୍ୱାଧୀନତା ସ୍ଥିତି ଆଉଥରେ ନକାରାତ୍ମକ ଦର୍ଶାଯାଇଛି l USCIRF ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଭାରତର ଧାର୍ମିକ ସ୍ୱାଧୀନତାର ସ୍ଥିତିକୁ ନକାରାତ୍ମକ କୁହାଯାଇଛି l ଭାରତକୁ ଚିନ୍ତା ଜନକ ଦେଶର ତାଲିକାରେ ରଖିବା ପାଇଁ ସୁପାରିଶ କରାଯାଇଛି l ତାସାହିତ ଧାର୍ମିକ ସଂଗଠନର ସମର୍ଥନକୁ ନିନ୍ଦା ମଧ୍ୟ କରାଯାଇଛି l
ଗତବର୍ଷ ଯେତେବେଳେ ଆମେରିକାର ସଂସ୍ଥା ଏଭଳି ସୁପାରିଶ କରିଥିଲା ସେତେବେଳେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ” ଆମେ ନିଜର ପୁରୁଣା ଧାରଣା ଉପରେ ଏହି ଭଳି ସ୍ଥିର ରହିବୁ ,କୌଣସି ବାହାର ବ୍ୟକ୍ତି ଆମ ନାଗରିକ ମାନଙ୍କର ସ୍ଥିତି ବିଷୟରେ ଏଭଳି ମନ୍ତବ୍ୟ ଦେଇ ପାରିବ ନାହିଁ l ” ବିଦେଶ ମନ୍ତ୍ରଣାଳୟ କହିଛି ଯେ ଭାରତରେ ଏଭଳି ବ୍ୟବସ୍ଥା ରହିଛି ଯାହା ଧାର୍ମିକ ସ୍ୱତନ୍ତ୍ରତା ଓ ଶାସନର ସୁରକ୍ଷାକୁ ଗ୍ୟାରେଣ୍ଟି ଦେଉଛି l
ସୂଚନା ଯୋଗ୍ୟ ଯେ ରିପୋର୍ଟରେ NRC ଓ CAA କୁ ନେଇ ହୋଇଥିବା ବିରୋଧ ପଦର୍ଶନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି l ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ନେଇଥିବା ସରକାର ରାଷ୍ଟ୍ରବାଦୀ ନୀତିକୁ ବଢ଼ାଉଛି ଯାହାଦ୍ୱାରା ଧାର୍ମିକ ସ୍ଵାତନ୍ତ୍ରତାର ଉଲଂଘନ ହେଉଛି l ଭାରତରେ ଚାଲିଥିବା ବିଭିନ୍ନ ହିଂସାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି l ବର୍ତମାନ ପ୍ରଶ୍ନ ଉଠୁଛି ଯେ ଆମେରିକାର ଏହିଭଳି ମନ୍ତବ୍ୟ କେତେ ଭାରତ ପାଇଁ ମହତ୍ୱପୂର୍ଣ୍ଣ ଓ ବିପଦ ପୂର୍ଣ୍ଣ l ବର୍ତମାନ ସୁଦ୍ଧା ଭାରତ ପକ୍ଷରୁ ଏହି ମନ୍ତବ୍ୟକୁ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ l

Comments are closed.