Odisha news

ଭାରତ ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏଲ ପାଇଁ ଉଠାଇଲା ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସହିତ ସଂଘର୍ଷ ମାମଲାରେ ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା ମାନବ ଅଧିକାର ପରିଷଦରେ ଇସ୍ରାଏଲ ଓ ପାଲେଷ୍ଟାଇନର ସଂଘରସକୁ ନେଇ ଗୋଟିଏ ପ୍ରସ୍ତାବ ପାରିତ କରାଯାଇଛି l ପ୍ରସ୍ତାବ ଅନୁସାରେ UN ମାନବ ଅଧିକାର ପରିଷଦ ପାଲେଷ୍ଟାଇନର ଚରମ ପନ୍ଥୀ ସଂଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ୧୧ ଦିନର ସଂଘର୍ଷକୁ ନେଇ ଯାଞ୍ଚ କରିବ , ଏହି ଯାଞ୍ଚକୁ ଯୁଦ୍ଧ ଅପରାଧ ଯାଞ୍ଚ ଭାବରେ କରାଯିବ l ଏହି ପ୍ରସ୍ତାବକୁ ଇସ୍ରାଏଲ କଡା ବିରୋଧ କରିଛି l ସେହି ସ୍ଥାନରେ ଭାରତ ଇସ୍ରାଏଲ ଓ ପାଲେଷ୍ଟାଇନକୁ ଶାନ୍ତିର ଅପିଲ କରିଛି ଏବଂ ଏହି ପ୍ରସ୍ତାବର ମତଦାନ ପ୍ରକ୍ରିୟା ଠାରୁ ଦୁରେଇ ରହିଛି l

କିନ୍ତୁ ଯୁଦ୍ଧ ଅପରାଧର ଯାଞ୍ଚର ଦାବିକୁ ନେଇ UNHRC ରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମତଦାନରେ ଭାରତ ଭାଗ ନେଲାନାହିଁ l ଭାରତ ସେହି ୧୩ ଟି ଦେଶ ମଧ୍ୟରେ ସାମିଲ ରହିଛି ଯେଉଁମାନେ ଏହି ମତଦାନରେ ଭାଗ ନେଇ ନାହାନ୍ତି l ୨୪ ଟି ଦେଶ ଏହାକୁ ସମର୍ଥନ କରିଥିଲେ l ଭାରତ ଆଉଥରେ ତାର ଇସ୍ରାଏଲ ପ୍ରତି ରହିଥିବା ଭାବନାକୁ ଆଉଥରେ ଦୋହରାଇ ଥିଲା l ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସିଜ ଫାୟାରକୁ ସ୍ୱାଗତ କରିଛି ଭାରତ ,ଭାରତ କହିଛି ସୁରକ୍ଷା ପରିଷଦର ପୂର୍ଵ ଜେରୁ ଜେଲମ ଓ ଅନ୍ୟ ପାଲେଷ୍ଟାଇନ ଅଞ୍ଚଳରେ ଥିବା ସମସ୍ଥ ସ୍ଥାନ ଉପରେ ଦୃଷ୍ଟି ରହିଛି l

ଏହି ବୈଠକ ସମୟରେ ଭାରତ ହିଂସା ବିଶେଷ କରି ରମ୍ଜାନର ପବିତ୍ର ମାସରେ ଏଭଳି ଘଟିଥିବାରୁ ଚିନ୍ତାବ୍ୟକ୍ତ କରିଛି l ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାଇ ପ୍ରତିନିଧି ଓ ରାଜଦୂତ ଟିଏସ ଟିରୁମୁର୍ତ୍ତି କହିଛନ୍ତି ” ଆମେ ଗ୍ରହଣ କରୁଛୁ ଯେ ଦୁଇଟି ରାଷ୍ଟ୍ରର ନୀତି ଜରିଆରେ ଏହାର ସମାଧାନ କରାଯାଇ ପାରିବ l ଏହି ତଥ୍ୟକୁ ନେଇ ଦୁଇ ପକ୍ଷ ମଧ୍ୟରେ ସିଧା ଓ ସାର୍ଥକ କଥାବାର୍ତା ମାଧ୍ୟମରେ ଶାନ୍ତି ସ୍ଥାପିତ କରାଯାଇ ପାରିବ l ଏହା କେବଳ ଦୁଇ ରାଷ୍ଟ୍ରର ବୁଝାମଣା ଦ୍ୱାରା ସମ୍ଭବ ହେବ ,ଯାହାଦ୍ୱାରା ଇସ୍ରାଏଲ ଓ ପାଲେଷ୍ଟାଇନର ଲୋକ ହକ୍ଦାର ଅଟନ୍ତି l “

Nalco

Comments are closed.