Odisha news

ଶୌକ ପାଇଁ ଘରେ ସିଂହ ପାଳିବା ପଡିଲା ମାହାଙ୍ଗା

ନୂଆଦିଲ୍ଲୀ : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛନ୍ତି l ସୟଦ ହମଦାଦ ହୁସେନ ସାହା ନାମକ ଜଣେ ବ୍ୟକ୍ତି ଲଗାତାର ସୋସିଆଲ ମିଡିଆରେ ଗୋଟିଏ ଆଫ୍ରିକୀୟ ସିଂହ ସହିତ ନିଜର ଫଟୋ ଓ ଭିଡିଓ ସେୟାର କରୁଛନ୍ତି l ବନ୍ୟଜନ୍ତୁ ସଂରକ୍ଷଣ ପାଇଁ କାମ କରୁଥିବା ଅନେକ ଗୁଡିଏ ସଂସ୍ଥାଙ୍କ ଅଭିଯୋଗ ପରେ ବନ୍ୟଜନ୍ତୁ ବିଭାଗ ପଦକ୍ଷପ ଉଠାଇବେ ବୋଲି ଚିନ୍ତା କରୁଛନ୍ତି l

ଲାହୋରର ସାଙ୍ଗିଆ ଅଞ୍ଚଳରେ ଏହି ବ୍ୟକ୍ତି ଜଣଙ୍କ ନିଜ ଫାର୍ମ ହାଉସରେଗୋଟିଏ ଆଫ୍ରିକୀୟ ସିଂହକୁ ପୋଷା ଜନ୍ତୁ ଭାବରେ ପାଳିଛନ୍ତି l ସେ ପ୍ରାୟତଃ ନିଜ ସାଙ୍ଗ ମାନଙ୍କ ସହିତ ଏହି ସିଂହର ଫୋଟୋ ଭିଡିଓ ପ୍ରସ୍ତୁତ କରି ସେୟାର କରିଥାନ୍ତି l ଟାଇଗର ସାହା ନାମରେ ଫେସବୁକ ପେଜରେ ସାହା ସିଂହ ସହିତ ଫୋଟୋ ଗୁଡିକୁ ସେୟାର କରନ୍ତି l

ବନ୍ୟଜନ୍ତୁ ସଂରକ୍ଷଣ ସଂଗଠନ ଗୁଡିକ ଉକ୍ତ ବ୍ୟକ୍ତିଙ୍କର ଏହି ପ୍ରକାରର କାର୍ଯ୍ୟକଳାପକୁ କ୍ରୁର ବୋଲି ଦର୍ଶା ଯାଇଛି l ସାହା ନିଜ ହାତରେ ସିଂହ ଟିକୁ ଗାଧୋଇ ଦେଇ ଥାନ୍ତି ,ଅଧିକାଂଶ ସମୟୟ ତାଙ୍କ ସାଙ୍ଗମାନେ ମଧ୍ୟ ସିଂହର ପିଞ୍ଜରା ଭିତରକୁ ଚାଲି ଯାନ୍ତି l ପଶୁ ଅଧିକାର ପାଇଁ କାମ କରୁଥିବା ଏନଜିଓ ବ୍ୟତୀତ ବନ୍ୟଜନ୍ତୁ ବିଭାଗ ମଧ୍ୟ ପଞ୍ଜାବ ସରକାରଙ୍କୁ ସାହାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି l

Nalco

Comments are closed.