ନୂଆଦିଲ୍ଲୀ : ଫିଲିପାଇନ୍ସ ର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଚୀନର ଅପ୍ରମାଣିକ ଟୀକ୍କା କରଣ କୁ ଖୁବ ଆଲୋଚନା କରିଛନ୍ତି l ବର୍ତମାନ ସେ ଚୀନ କୁ କହିଛନ୍ତି କି ସେ ଦାନ କରାଯାଇଥିବା ନିଜର ସିନୋ ଫାର୍ମ ଭ୍ୟାକସିନ କୁ ଫେରାଇ ନେଇଯାଉ l ଚୀନ ଫିଲିପାଇନ୍ସ କୁ ୧ ହଜାର ସିନୋ ଫାର୍ମ ଭ୍ୟାକସିନ ଦାନ ଦେଇଥିଲା l ରାଷ୍ଟ୍ରପତି ରୋଡ୍ରିଗୋ କହିଛନ୍ତି ଫିଲିପାଇନ୍ସ ରେ ସିନୋ ଫାର୍ମ ଭ୍ୟାକସିନ କୁ ମଞ୍ଜୁରୀ ମିଳିନାହିଁ l
ସିନୋ ଫାର୍ମ ଓ ସିନୋ ବେକ ଭ୍ୟାକସିନ ଉଭୟକୁ ବର୍ତମାନ WHO ପକ୍ଷରୁ ମଞ୍ଜୁରୀ ମିଳି ନଥିବାରୁ ଫିଲିପାଇନ୍ସ ଏହାକୁ ନିଜ ଦେଶରେ ଲାଗୁ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହିଁ l ମିଳିଥିବା ସୂଚନା ଅନୁସାରେ ଅପ୍ରମାଣିତ ହେବା ସତ୍ୱେ ମଧ୍ୟ ଫିଲିପାଇନ୍ସ ରେ ସିନୋ ଫାର୍ମ ଭ୍ୟାକସିନ କିଛି ଲୋକ ନେଇଛନ୍ତି ଓ ସ୍ୱୟଂ ରୋଡ୍ରିଗୋ ମଧ୍ୟ ଏହି ଭ୍ୟାକସିନ ନେଇଛନ୍ତି l
ସେ ଜନ ସାଧାରଣଙ୍କୁ କହିଛନ୍ତି “ମୁଁ ଯେଉଁ ଭୁଲ କରିଛି ଆପଣମାନେ କରନ୍ତୁ ନାହିଁ l ଏହା ଭୟଙ୍କର ଅଟେ ,କାରଣ ଏହାକୁ ନେଇ କୌଣସି ଗବେଷଣା କରାଯାଇ ନାହିଁ l ହୁଏତ ଏହାକୁ ନେବା ଦ୍ୱାରା ଆପଣଙ୍କ ଶରୀରରେ କିଛି କ୍ଷତି ହୋଇପାରେ l ସେ ଲୋକମାନଙ୍କୁ ଚୀନ ର ଭ୍ୟାକସିନ ନେବା ପାଇଁ ବାରଣ କରିଛନ୍ତି l ” ଏହି ଘଟଣାକୁ ନେଇ ଆଲୋଚନା ହେବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଚୀନ ନିଜର ଭ୍ୟାକସିନ ଫେରାଇ ନେଉ l ପୂର୍ବ ଏସିଆ ମହାଦେଶରେ ଫିଲିପାଇନ୍ସ ସବୁଠୁ ଅଧିକ କରୋନା ରେ ପ୍ରଭାବିତ ହୋଇଛି l
Comments are closed.