ନୂଆଦିଲ୍ଲୀ : ଭାରତରେ କରୋନା ର ଦ୍ଵିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି l ଗତ କିଛିଦିନ ହେଲାଣି ପ୍ରାୟ ପ୍ରତେକଦିନ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି l ଏହି ଅସୁବିଧା ସମୟରେ ସମସ୍ତେ ସାହାଯ୍ୟର ହାତ ବଢାଉଛନ୍ତି l ଦେଶର ବଡ଼ବଡ଼ ବ୍ୟବସାୟୀ ,ବଲିଉଡ ହସ୍ତୀ ଙ୍କ ବ୍ୟତୀତ ଆମଜନ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି l ବିଦେଶରୁ ମଧ୍ୟ କୁ ସାହାଯ୍ୟ କରାଯାଉଛି l
କିନ୍ତୁ ଏହି ସମ୍ବେଦନଶୀଳ ମୁହୁର୍ତରେ ଇସ୍ରାଏଲ ର ଗୋଟିଏ ଭିଡିଓ ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ଦେଖିବାକୁ ମିଳୁଛି ଯେ ହଜାର ହଜାର ଇସ୍ରାଏଲ ନାଗରିକ ଭାରତୀୟ ମାନଙ୍କ ପାଇଁ ଏକାଠି ହୋଇ ଓଁ ନମଃ ଶିବାୟ ଜପ କରୁଛନ୍ତି l ଏହି ଭିଡିଓ ଟିକୁ ପବନ କେ ପାଲ ନିଜର ଇନ୍ଷ୍ଟଗ୍ରାମ ପ୍ରୋଫାଇଲ ରେ ସେୟାର କରିଛନ୍ତି l ସେ ଇସ୍ରାଏଲ ରେ ଭାରତୀୟ ରାଜନାୟୀକ ଅଟନ୍ତି ଓ ଇଣ୍ଡିଆନ ଫରେନ ସର୍ଭିସ ୨୦୧୭ ରେ ପାସ କରିଛନ୍ତି l
ସେ ଏହି ଭିଡିଓ ର କ୍ୟାପ୍ସନ ରେ ଲେଖିଛନ୍ତି ଯେତେବେଳେ ଆପଣଙ୍କ ପାଇଁ ସାରା ଇସ୍ରାଏଲ ଏକାଠି ହୋଇଛି ସେତେବେଳେ ଅସାର ଆଲୋକ ଦେଖାଯିବ l ଇସ୍ରାଏଲ ଓ ଭାରତର ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ସହଯୋଗ ରହିଛି l ଇସ୍ରାଏଲ ର ଅନେକ ଯୁବକ ପ୍ରତେକ ବର୍ଷ ଆସି ଥାଆନ୍ତି ହିମାଚଳ ପ୍ରଦେଶ ର ବିଭିନ୍ନ ସ୍ଥାନକୁ l କୁହାଯାଏ ଯେ ଇସ୍ରାଏଲ ରେ ତିନିବର୍ଷ ପର୍ଯ୍ୟନ୍ତ ମିଲିଟାରୀ ଟ୍ରେନିଂ ନେବା ପରେ ସେମାନେ ହିମାଚଳ ପ୍ରଦେଶ ଅସିଥାଆନ୍ତି ମନର ଶାନ୍ତି ପାଇଁ l ଇସ୍ରାଏଲ କିଛିଦିନ ପୂର୍ବରୁ ନିଜକୁ କରୋନା ମୁକ୍ତ ଘୋଷଣା କରିଛି l ଏଠାରେ କରୋନା ପାଇଁ କୌଣସି ପ୍ରତିବନ୍ଧକ ନାହିଁ l ସ୍କୁଲ ଗୁଡିକ ମଧ୍ୟ ଖୋଲିଦିଆ ଗଲାଣି l

Comments are closed.