ପିପିଲି-ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ଙ୍କ ପକ୍ଷରୁ ଭୋଟ ଗ୍ରହଣ କରାଯିବା ପାଇଁ ମେ ୧୬ ତାରିଖ ଘୋଷଣା କରାଯାଇଛି । କିନ୍ତୁ ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ପଂଚାୟତ ନୁଆଗୋଡି ଗ୍ରାମ ବାଙ୍ଗରପଡା ବାସୀମାନେ ଏହି ଉପନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ମନସ୍ଥିର କରି ଚେତାବନୀ ଦେଇଛନ୍ତି । ମିଳିଥିବା ପ୍ରାପ୍ୟ ସୁଚନା ମୁତାବକ ଡେଇସିପୁର ପଂଚାୟତର ନୁଆଗୋଡି ବାଙ୍ଗରପଡା ବାସୀଙ୍କ ଭୋଟକେନ୍ଦ୍ର ୧୦୬ନମ୍ବର ବୁଥ ନୁଆଗୋଡି ସ୍କୁଲରେ ଥିବା ବେଳେ ସେମାନଙ୍କୁ ଅନ୍ୟ ପଂଚାୟତ ସହଜପୁର ଅଧିନସ୍ଥ ସୁହାଗପୁର ୧୦୫ ନମ୍ବର ବୁଥ ଭୋଟ କେନ୍ଦ୍ରକୁ ଭୋଟ ଦେବା ପାଇଁ ଯିବାକୁ ପଡୁଛି । ନିଜ ଗ୍ରାମ ନୁଆଗୋଡି ଭୋଟ କେନ୍ଦ୍ର ଠାରୁ ସେହୀ ବୁଥ କେନ୍ଦ୍ର ୩କିମି ଦୁର ଅବସ୍ଥାପିତ ଅଟେ । ଯାତାୟତ ପାଇଁ କୈାଣସି ସୁବିଧା ନାହିଁ । ନୁଆଗୋଡି ଗ୍ରାମ ବୁଥ ମାତ୍ର ୭ମିଟର ଦୁର ହେଉ ଥିବା ବେଳେ ତାଙ୍କୁ ସେଠାରେ ଭୋଟ ଦେବା ପାଇଁ ଅନୁମତୀ ମିଳୁନାହିଁ । ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ଆଣିଲେ ବି ସମସ୍ୟା ର କୈାଣସି ସମାଧାନ ନହେବାରୁ ଭୋଟ ବର୍ଜନ ପାଇଁ ୧୦୮ ଭୋଟର ପିପିଲି ବିଡିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଆଣି ଦାବୀ କରିଛନ୍ତି । ସେମାନଙ୍କ ଦାବୀ ମୁତାବକ ତାଙ୍କ ଗ୍ରାମ ବୁଥରେ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରାଯାଉ ନଚେତ ସମସ୍ତ ଭୋଟର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
