Odisha news

କରୋନା ସଂକ୍ରମଣ ରୋକିବାକୁ ନର୍ଲାରେ ନାଇଟ କର୍ଫ୍ୟୁ

0
ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) : କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଶନିବାର ଠାରୁ ନର୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଘଣ୍ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଉଛି। ଏହି ପଦକ୍ଷେପକୁ ନର୍ଲାବାସୀ ତଥା ବୁଦ୍ଧିଜୀବିମାନେ ଓ ବିଭିନ୍ନ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଏହାକୁ ସ୍ଵାଗତ କରିଛନ୍ତି। ନର୍ଲା ବଣିକ ସଂଘ ତରଫରୁ ମଧ୍ୟ ଆଜିଠାରୁ ସ୍ଵଚ୍ଛୋକୃତ ଭାବେ ଅପରାହ୍ନ ୨ ଘଣ୍ଟା ଠାରୁ ସକାଳ ୫ଘଣ୍ଟା କର୍ଫ୍ୟୁ ଜାରି ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।ଗତ ମାର୍ଚ୍ଚ ୧ ତାରିଖ ଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ନର୍ଲା ବ୍ଳକରେ ମୋଟ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନର୍ଲା ସ୍ଵାସ୍ଥ୍ୟ ବିଭାଗର ବି.ପି.ଏମ ସବିର ପଧାନଙ୍କ ଠାରୁ ପ୍ରକାଶ ପାଏ। ନର୍ଲା ପୋଲିସ ପକ୍ଷରୁ ମଧ୍ୟ କୋଭିଡ ନିୟମକୁ କଡାକଡି କରିଛି। ଅନେକ ସମୟରେ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ, ହେଲମେଟ ଚେକିଂ, ସାମାଜିକ ଦୂରତା ବଜାୟ ରଖିବାକୁ ତାଗିତ କରିଛନ୍ତି। କିଛି ଅମାନିଆ ମାସ୍କ ଓ ହେଲମେଟ ପରିଧାନ ନ କରିବା ଫଳରେ ଫାଇନ ମଧ୍ୟ ଆଦାୟ  କରାଯାଇଛି।
Nalco
Leave A Reply