ନୂଆଦିଲ୍ଲୀ : ଜଣେ ମହିଳା ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେଇଛନ୍ତି ବୋଲି ସନ୍ଦେହ କରୁଥିଲେ । ମହିଳା ଜଣଙ୍କ ଗୋଟିଏ ଉପାୟ ବାହାର କଲେ ଯାହା ପ୍ରମାଣିତ କରିଦେଲା ଯେ ତାଙ୍କର ସନ୍ଦେହ ସଠିକ୍ ଥିଲା ବୋଲି । ସେ ନିଜ ସ୍ବାମୀଙ୍କୁ ଦେହ ଯିବି ମାନଙ୍କ ସହିତ ଧରିଲେ । ମହିଳା କହିଛନ୍ତି ସେ ଘରୋଇ ଜସୁସଙ୍କ ଦ୍ବାରା ନିଜ ସ୍ବାମୀଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ୩୩ ବର୍ଷୀୟା ଜଣେ ମହିଳା ଲୋକ ଲୋଚନକୁ ଆଣିଛନ୍ତି ଯେ ସେ ଦେହ ଯିବି ସହିତ ସମ୍ପର୍କ ରଖିଥିବା ନିଜ ସ୍ବାମୀଙ୍କୁ କିପରି ଭାବରେ ସାମ୍ନାରେ ଧରିଲେ । ସେ କହିଛନ୍ତି ଏଗୁଡ଼ିକ ସେତେବେଳେ ଆରମ୍ଭ ହେଲା ଯେତେବେଳେ ମୁଁ ତାଙ୍କୁ ଦେଖିଲି ମୋବାଇଲ୍ ରେ ଏହି ବିଷୟରେ ସର୍ଚ୍ଚ କରିବା ।
ସେତେବେଳେ ମୋ ସ୍ବାମୀ ମୋର ସନ୍ଦେହଟି ମିଥ୍ୟା ବୋଲି କହି ମୋତେ ବିଶ୍ୱାସ ଦେବାକୁ ଚେଷ୍ଟା କରୁଥିଲେ ।ମୁଁ ମଧ୍ୟ ବିଶ୍ବାସ କରି ତାଙ୍କ ସହିତ ରହିଥିଲି , କିନ୍ତୁ ମୁଁ ଗୋଟିଏ ଘରୋଇ ଯାସୁସ କମ୍ପାନୀ ଦ୍ବାରା ନିଜର ଯାଞ୍ଚ ଜାରି ରଖିଥିଲେ ।ମୁଁ ସେହି ଜସୁସ୍ କୁ ନିଜର ଅଫିସ୍ ସମୟ ସହିତ ସ୍ବାମୀଙ୍କର ଅଫିସ୍ ସମୟ ମଧ୍ୟ କହିଥିଲି । ଏହା ପରେ ସେ ଦୀର୍ଘଦିନ ପର୍ଯ୍ୟନ୍ତ ମୋ ସ୍ବାମୀଙ୍କର ପିଛା କରିବା ପରେ ଗୋଟିଏ ମାସ ପରେ ତାଙ୍କ କର୍ତୁତ୍ୱର ଘଟଣା ମୋ ସାମ୍ନାକୁ ଆସିଥିଲା । ଜସୁସ ଜଣଙ୍କ ମତେ କହିଥିଲା ଯେ ମୋର ଅଫିସ୍ ଯିବା ପରେ କେତେ ଝିଅ ଘରକୁ ଆସିଥାନ୍ତି । ସେତେବେଳେ ଏହା ସୀମା ଉଲଂଘନ କଲା ଯେତେବେଳେ ମୁଁ ଜାଣିଲି ଜଣେ ଦେହଜୀବୀ ମଧ୍ୟ ଆସିଛି । ଜାସୁସ୍ ଜଣଙ୍କ ପ୍ରମାଣ ସ୍ୱରୂପ ମୋ ସ୍ବାମୀଙ୍କ ସହିତ ବିଭିନ୍ନ ଝିଅଙ୍କ ଫଟୋ ଦେଇଥିଲା ।
ମୁଁ ପର ଦିନ ଅଫିସ୍ ଯିବା ବେଳକୁ କାନ୍ଥରେ ସେହି ଫଟୋ ଗୁଡ଼ିକୁ ଲଗାଇ ଅଫିସ୍ ଚାଲି ଯାଇଥିଲି । ଯେତେବେଳେ ମହିଳା ଜଣଙ୍କ ଅଫିସ୍ ରୁ ଫେରିଲେ ଦେଖିବାକୁ ପାଇଥିଲେ ଯେ ତାଙ୍କ ସ୍ଵାମୀ ସନ୍ତ ହୋଇ ବସି ରହିଛନ୍ତି । ଏହା ପରେ ମହିଳା ଜଣଙ୍କ ଫଟୋ ଗୁଡ଼ିକୁ ତାଙ୍କ ସ୍ବାମୀଙ୍କ ମୁହଁ ଉପରକୁ ଫିଙ୍ଗି ଦେଇଥିଲେ । ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀଙ୍କର ବିବାହ ବିଚ୍ଛେଦ ହୋଇ ନଥିଲେ ମଧ୍ୟ ଏକା ସାଙ୍ଗରେ ରହୁ ନାହାନ୍ତି । ଗବେଷଣାରୁ ଜଣା ପଡ଼ିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ସନ୍ଦେହି ଅଟନ୍ତି । କିନ୍ତୁ ସେମାନଙ୍କର ଧାରଣ ପୁରୁଷଙ୍କ ଅପେକ୍ଷା ଅଧିକ ପରିମାଣରେ ଫେଲ୍ କରିଥାଏ ।