Odisha news

ବିଚାରପତି ବୁଲିବୁଲି କଲେ କରୋନା ସଚେତନ : ଲୋକମାନେ କରତାଳି ଦେଇ କଲେ ସ୍ୱାଗତ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଖରୋଗନୋରେ ଲକଡାଉନ ଆରମ୍ଭ ହେବାର ୫ ଘଣ୍ଟା ପୂର୍ବରୁ ଜଣେ ଜଜ ନିଜ ଗାଡ଼ିରେ ବସି ଲୋକ ମାନଙ୍କୁ କରୋନା ସଚେତନତା ସନ୍ଦେଶ ଘୋଷଣା କରି ବୁଝାଇ ଥିଲେ l ଜଜଙ୍କୁ ସଚେତନତା କରୁଥିବାର ଦେଖି କିଛି ଲୋକ ସଡକ ଉପରକୁ ଆସି କରତାଳି ଦେଇ ନିଜର ଖୁସି ଦେଖାଇଥିଲେ l ଉକ୍ତ ଜଜଙ୍କ ନାମ ହେଉଛି ନ୍ୟାୟାଧୀଶ ସୁବାସ ସୋଲାଙ୍କି ,ସେ ସହରର ଗଲି କନ୍ଦିରେ ବୁଲି ଲୋକ ମାନଙ୍କୁ ଜାଗରଣ କରୁଥିଲେ l ଏହି ସମୟରେ ସେ ନିଜ ହାତରେ ମାଇକ ଧରି ସଚେତନ କରିବା ସହିତ ଲୋକ ମାନଙ୍କୁ କରୋନା ବିଷୟରେ ବିଭିନ୍ନ କଥା ବୁଝାଉ ଥିଲେ l

ଏହି ସମୟରେ ଦୋକାନୀ ମାନଙ୍କୁ ମଧ୍ୟ ଜଜଙ୍କ ସହିତ ଦେଖିବାକୁ ମିଳିଥିଲା l ଦୋକାନୀ ମାନେ ତାଙ୍କୁ ସମ୍ମାନ ଜଣାଇ ମାସ୍କ ପିନ୍ଧିବା ପାଇଁ ଅନ୍ୟ ମାନଙ୍କୁ ସଚେତନ କରିଥିଲେ ସେ କହିଥିଲେ ଯେ କରୋନାର ଦୁତୀୟ ଲହରୀ ଏତେ ଭୟଙ୍କର ହୋଇ ଯାଇଛି ଯେ ଯାହାକୁ ନିଜଠାରୁ ଦୁରେଇ ରଖିବା ନିହାତି ଆବଶ୍ୟକ l ଦୋକାନୀ ଭାଇ ମାନଙ୍କୁ କହିଲେ ଆପଣମାନେ ମଧ୍ୟ ମାସ୍କର ସଦୁପଯୋଗ କରନ୍ତୁ ଓ ଆପଣଙ୍କ ମାସ୍କ ମୁହଁରେ ଏପରି ଲଗାଇବା ଆବଶ୍ୟକ ଆପଣଙ୍କ ପାଟି ସହିତ ନାକ ଯେପରି ଢାଙ୍କି ହୋଇ ରହିବ l ଆହୁରି ମଧ୍ୟ ସେ କହିଛନ୍ତି ଯଦି କେହି ଗ୍ରାହକ ବିନା ମାସ୍କରେ ଦୋକାନକୁ ଆସୁଛନ୍ତି ତାଙ୍କୁ ମଧ୍ୟ ସଚେତନ କରନ୍ତୁ l

Ad2
Leave A Reply