ଅଧିକାଂଶ ଲୋକ ଶୁଭ ମୁହୂର୍ତ ଦେଖି ନୂଆ କାମ ଆରମ୍ଭ କରି ଥାନ୍ତି l ନୂଆ କାମ ଆରମ୍ଭ କରିବା ପାଇଁ ଆମେ ଜ୍ୟୋତିଷଙ୍କୁ ସମ୍ପର୍କ କରିଥାଉ କିନ୍ତୁ କିଛିଟା ସ୍ଥଳରେ ଏହା ସମ୍ଭବ ହେବ କଷ୍ଟକର ହୋଇଥାଏ l ତେବେ ଆଜି ଆମେ ଆପଣଙ୍କୁ ସୂଚନା ଦେଉଛୁ ଯେ ଯଦି ଆପଣ କିଛି ନୂଆ ବ୍ୟବସାୟ କିମ୍ବା କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ କେଉଁ ଦିନଟି ଶୁଭ ରହିବ l ହିନ୍ଦୁ ଧର୍ମରେ ବିଶେଷକରି ଶୁଭ ମୁହୂର୍ତ ଓ ଶୁଭ ଦିନ ଉପରେ ମହତ୍ୱ ଦିଆଯାଇଥାଏ l
* ଯଦି ଆପଣ ଖାଇବା ପିଇବା ସମ୍ବଧୀୟ ଜିନିଷର ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଷୋମବାର ଦିନଟି ଆପଣଙ୍କ ପାଇଁ ଶୁଭ ହେବ ଓ ଭଲ ଫଳ ପ୍ରଦାନ କରିବ l ଆପଣ ଚାହିଁଲେ ଶିବଙ୍କ ପାଖରେ ଜଳାଭିଷେକ କରି ଶୁଭ କାର୍ଯ୍ୟ ଆରମ୍ଭ କରି ପାରିବେ l
* ଯଦି ଆପଣ ଜାଗା ବ୍ୟବସାୟ କରିବାକୁ ଚାହୁଁଛନ୍ତି ,ଘର ତୋଳିବା ଓ ନିର୍ମାଣ ସମ୍ବଧୀୟ କାମ ରହିଛି ତେବେ ମଙ୍ଗଳବାର ଟି ଏଥିପାଇଁ ଶୁଭ ଅଟେ l ଏହି ଦିନ ଆପଣ ଭୋର ସମୟରେ ନିଜ କାର୍ଯ୍ୟର ଆରମ୍ଭ କରି ପାରିବେ ଏବଂ ଲକ୍ଷ୍ମୀଙ୍କ ନିକଟରେ କ୍ଷୀର ଓ ଗୁଡା ପ୍ରସାଦ ଭାବରେ ଅର୍ପଣ କରିବେ l
* ପଇସା ଦିଆନିଆ ମାମଲା ହେଉ କିମ୍ବା ସେୟାର ବଜାରରେ ପଇସା ବିନିଯୋଗ କରିବାକୁ ଚାହୁଁଛନ୍ତି ସେଥିପାଇଁ ବୁଧବାର ଦିନଟି ଶୁଭ ହେବ l ବୁଦ୍ଧଙ୍କର ସମ୍ପର୍କ ଧାନ ସହିତ ରହିଛି ସେଥିପାଇଁ ଧନ ସହିତ ଯୋଡି ହୋଇଥିବା କାର୍ଯ୍ୟକୁ କରିବା ଦ୍ୱାରା ଭଲ ଫଳ ମିଳିବ l
* ଶିକ୍ଷା ,ଧାର୍ମିକ କାର୍ଯ୍ୟ କିମ୍ବା ଚାଷବାସ ସହିତ ଯୋଡି ହୋଇଥିବା କାମ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନଟି ଆପଣଙ୍କ ପାଇଁ ଶୁଭ ହେବ l ଗୁରୁବାର ଦିନ ଏହି କାର୍ଯ୍ୟକୁ କରିବା ଦ୍ୱାରା ଦୀର୍ଘ ସମୟ ଧରି ଚାଲିଥାଏ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଭଲ ଫଳ ମିଳିଥାଏ l
* ଶୁକ୍ର ଗ୍ରହଙ୍କୁ କଳା ,ପ୍ରତିଭା ଓ ସୌନ୍ଦର୍ଯ୍ୟର କାରକ ବୋଲି କୁହାଯାଏ l ଯଦିଅ ଆପଣ ସୌନ୍ଦର୍ଯ୍ୟ ପ୍ରସାଧନ କିମ୍ବା ପୋଷାକ ଇତ୍ୟାଦିର ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଏହାକୁ ଆରମ୍ଭ କଲେ ଶୁଭଫଳ ପାଇବେ l
* କୌଣସି କାମକୁ ଦୀର୍ଘ ଦିନ ଧରି କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ହନୁମାନଙ୍କ ନିକଟରେ ତେଲ ଦୀପ ସହିତ ଲଡୁ ଅର୍ପଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ l ଯାହା ଦ୍ୱାରା ଆପଣ ବ୍ୟବସାୟ ଓ ଚାକିରୀରେ ଯଶ ଲାଭ କରିବେ l
* ରବିବାର ଦିନ କାଠ ସମ୍ବଧୀୟ କାମ ,ଚିକିତ୍ସା ସମ୍ବଧୀୟ କାମ କିମ୍ବା କୌଣସି ରାଜକୀୟ କାମ କରିବା ଦ୍ୱାରା ଆପଣ ସଫଳତା ପାଇବେ l ସୂର୍ଯ୍ୟଙ୍କର ସମ୍ପର୍କ ଶାସନ ,ସତା ,କାଠ ଓ ସରକାରୀ ସମ୍ବଧୀୟ କାର୍ଯ୍ୟରେ ରହିଛି l
