Odisha news

“ମା” ନାମରେ କଳଙ୍କ : ଜନ୍ମ ଦିନ ଉତ୍ସବରେ ୬ ଦିନ ପର୍ଯ୍ୟନ୍ତ ବ୍ୟସ୍ତ ରହିଲେ ମା ,ଘରକୁ ଫେରି ଦେଖିଲେ ଏଭଳି ଘଟଣା

ନୂଆଦିଲ୍ଲୀ : ବ୍ରିଟେନରେ ଗୋଟିଏ ଅଭାବନୀୟ ଘଟଣା ଘଟି ଯାଇଛି l ଛୁଆର ସମ୍ପର୍କ ପୃଥିବୀର ଗୋଟିଏ ବିରଳ ସମ୍ପର୍କ ,କୌଣସି ମା କେବେବି ନିଜର ଛୁଆକୁ ଭୁଲି ପାରିବନି l ଏହା କାହାଣୀ ନୁହେଁ ଗୋଟିଏ ସତ୍ୟ ଘଟଣା l ୧୮ ବର୍ଷ ପ୍ରବେଶ କରିବାରୁ ମା ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମ ଦିନ ପାଳନ କରିବା ପାଇଁ ଚାଲି ଯାଇଥିଲେ ,ଏହି ସମୟରେ ସେ ନିଜର ଛୁଆଟିକୁ ସାଙ୍ଗରେ ନେବାପାଇଁ ଭୁଲି ଯାଇଥିଲେ l ଯେତେବେଳେ ୬ ଦିନ ପରେ ଘରକୁ ଫେରିଲେ ସେତେବେଳେ ଆଉ କିଛି ନଥିଲା l ଉକ୍ତ ମହିଳାଙ୍କ ନାମ ହେଉଛି ବେର୍ଫି କୁଦି ,ସେ ଜନ୍ମ ଦିନ ଉତ୍ସବରେ ଯୋଗ ଦେବାପାଇଁ କୁନି ଝିଅକୁ ଛାଡି ଯାଇଥିଲେ l

ସେହି ଉତ୍ସବରେ ଏତେ ମଜଗୁଲ ରହି ଯାଇଥିଲେ ଯେ ନିଜ ଝିଅକୁ ମଧ୍ୟ ଭୁଲି ଗଲେ l ୬ ଦିନପରେ ଯେତେବେଳେ ଫେରିଲେ ତାଙ୍କ ଝିଅ ମୃତ ମିଳିଥିଲା l ଡାକ୍ତର ଖାନାରେ ସେ ନେଇ ଝିଅଟିକୁ ଦେଖାଇବା ପରେ ଡାକ୍ତର ମାନେ ତାଙ୍କ ଝିଅକୁ ମୃତ ଘୋଷଣା କରିଥିଲେ l ସେ ତାଙ୍କ ବନ୍ଧୁ ମାନଙ୍କ ସହିତ ଉତ୍ସବରେ ଥିଲା ବେଳେ ଥରେ ମାତ୍ର ଫୋନ କରିଥିଲେ ,ଯେଉଁଥିରୁ କୌଣସି ଉତର ଆସି ନଥିଲା l ଶବ ବ୍ୟବଚ୍ଛେଦ ହେବ ପରେ ଜଣାପଡିଥିଲା ଯେ ଖାଇବା ପିଇବା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି l ମା ଜଣଙ୍କ କହିଛନ୍ତି ମୁଁ ମୋର ଭୁଲକୁ ସ୍ୱୀକାର କରୁଛି ଓ ମତେ କୋର୍ଟ ଯେଉଁ ଦଣ୍ଡ ଦେବା ତାହାମଧ୍ୟ ଗ୍ରହଣ କରିବି l ଏହା ମଧ୍ୟରେ ପୋଲିସ ସିସିଟିଭି ଫୁଟେଜକୁ କୋର୍ଟକୁ ସମର୍ପଣ କରିଛି l

Ad2

Comments are closed.