ଦିଲ୍ଲୀର ଢ଼ାବାର ବାବାଙ୍କ ଭଳି ଖୋଲିଲା ଘରହିନ ବ୍ୟକ୍ତିର ଭାଗ୍ୟ : ହାତରେ ୧୨ ଲକ୍ଷ ଟଙ୍କା ମିଳିଲା ପରେ ଆଖିରୁ ବୋହିଲା ଲୁହ
ନୂଆଦିଲ୍ଲୀ : ଦିଲ୍ଲୀର ଢ଼ାବାର ବାବାଙ୍କ ଭଳି ଜଣେ ବ୍ଲଗର ତାଙ୍କ ନାମ ମାଇକ l ସେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଓ ତାଙ୍କ ପାଇଁ ୧୭ ହଜାର ଡଲାର ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୨.୫ ଲକ୍ଷଟଙ୍କା ,ସେହି ରାଶିକୁ ସାମାଜିକ ଗଣମାଧ୍ୟମ ଜରିଆରେ ଏକତ୍ରିତ କରି ପାରିଲେ l ଆମେରିକାର ଏହି ଘଟଣାଟି ଘଟିଛି l ୪୬ ବର୍ଷୀୟ ମାଇକଙ୍କ ସାକ୍ଷାତ ଫିଲିପ ନାମକ ବ୍ୟକ୍ତିଙ୍କ ସହିତ ହୋଇଥିଲା l ସେ ଆମେରିକାର କେନିଟକଟ ସହରରେ ରହୁଥିଲେ l ମାଇକି ଏହି ୨୪ ବର୍ଷୀୟ ଫିଲିପଙ୍କୁ ପଚାରିଥିଲେ କଣ ଆପଣ ଗାଡିର କାଚ ସଫା କରି ପାରିବେ ?ପ୍ରଥମେ ଫିଲିପ ଏହାକୁ କରିବା ପାଇଁ ମନା କରିଥିଲେ l କିନ୍ତୁ କିଛି ସମୟ ପରେ ସେ ମାଇକଙ୍କୁ ନିଜ ଗାଡି ଭିତରକୁ ଡାକିଥିଲେ ଓ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଥିଲା l ଜାନୁଆରୀ ୩୧ ତାରିଖ ଦିନ ଫିଲିପ ନିଜର ଗାଡିକୁ କେନିଟକଟ ସହରରେ ରାସ୍ତା କଡରେ ପର୍କିଙ୍ଗ କରିଥିଲେ ସେତେବେଳେ ତାପମାତ୍ରା ୧୦ ଡିଗ୍ରୀ ଥିଲା l
ଫିଲିପ ଯେତେବେଳେ ଦେଖିଲେ ମାଇକ ଅଧ ଘଣ୍ଟା ହେଲାଣି ଥଣ୍ଡାରେ ବାହାରେ ଠିଆ ହୋଇଛନ୍ତି ,ସେତେବେଳେ ସେ ତାଙ୍କ ପାଇଁ ଗୋଟିଏ ବ୍ରେଡ ଆଣି ଗାଡି ଭିତରକୁ ଆମନ୍ତ୍ରଣ କରିଥିଲା l ଏହାପରେ ମାଇକ ଫିଲିପଙ୍କୁ ପଚାରିଥିଲେ କଣ କରୁଛ ?ଫିଲିପ କହିଥିଲେ କଣ ମାଇକ ତାଙ୍କ ବ୍ଲଗରେ କଥା ହେବାକୁ ଚାହୁଁଛନ୍ତି କି ? ମାଇକ ନିଜ ଜୀବନରେ ଯୋଡି ହୋଇଥିବା ବିଭିନ୍ନ ଘଟଣାକୁ ଫିଲିପଙ୍କୁ ଶୁଣାଇ ଥିଲେ l ଏହା ପରେ ଫିଲିପ ଉଭୟଙ୍କର କଥାବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ l ସାମାଜିକ ଗଣମାଧ୍ୟମରେ ଲୋକମାନେ ମାଇକଙ୍କ କଥାବାର୍ତା ଶୁଣି ଅତ୍ୟନ୍ତ ପସନ୍ଦ କରିଥିଲେ l
ଅଧିକାଂଶ ଲୋକ ଲାଇକ କରିବା ପରେ ଫିଲିପ ପଚାରିଥିଲେ କଣ ତମେମାନେ କେହି ଅର୍ଥ ଦାନ କରିବାକୁ ଚାହୁଁଛକି l ଏହା ପରେ ଜନସାଧାରଙ୍କ ପାଖରୁ ସମ୍ବେଦନାର ସଂକେତ ମିଳିଲା l ଫିଲିପଙ୍କର କିଛି ଫଲଅର ୧୭ ହଜାର ଡଲାର ଏକାଠି କରି ନେଇଥିଲେ l ଫିଲିପ ନିଜ ପ୍ରଶଂସକ ମାନଙ୍କ ନିକଟରୁ ଏହି ପଇସା ଆଣି ଫିଲିପଙ୍କୁ ଦେଇଥିଲେ l ଫିଲିପ କହିଛନ୍ତି ମାଇକିଙ୍କୁ ସାହାଯ୍ୟ କରିବା ମୋ ଜୀବନର ଗୋଟିଏ ଅଦ୍ଭୁତ ଅନୁଭୂତି l ମୁଁ ୮ମାସ ହେଲାଣି ଘରଛାଡି ନିଜ ଗାଡ଼ିରେ ବିଭିନ୍ନ ଜାଗା ବୁଲୁଛି l ମୋର ବହୁଦିନର ଇଛା ପୁରାଣ ହୋଇଥିବାରୁ ମୁଁ ଖୁସି ଅନୁଭବ କରୁଛି l

Comments are closed.