ପଶ୍ଚିମବଙ୍ଗ ଓ ଆସାମରେ ଦୁତୀୟ ଚରଣ ମତଦାନ ପାଇଁ ବନ୍ଦ ହେଲା ପ୍ରଚାର କାର୍ଯ୍ୟ : ନନ୍ଦିଗ୍ରାମରେ ଅମିତ ସାହା ଓ ମମତା ବାନାର୍ଜୀ ଶେଷ ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ : ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ମତଦାନର ଦୁତୀୟା ଚରଣ ପାଇଁ ମଙ୍ଗଳବାରଦିନ ସନ୍ଧ୍ୟାବେଳେ ପ୍ରଚାର କାର୍ଯ୍ୟ ସମାପ୍ତ ହୋଇଛି ଏହି ଚରଣରେ ଆସାମରେ ସମୁଦାୟ ୩୯ ଟି ବିଧାନସଭା ସିଟ ଉପରେ ଗୁରୁବାର ଦିନ ମତଦାନ ଗ୍ରହଣ କରାଯିବ l ଆସାମ ମତଦାନରେ ସମୁଦାୟ ୩୪୫ ଜଣଙ୍କର ଭାଗ୍ୟ ନିର୍ଧାରଣ ହେବାର ଅଛି ,ଯେଉଁଥିରେ ୨୬ ଜଣ ମହିଳା ଅଛନ୍ତି l ବିଜେପିର ନିର୍ଦେଶରେ ଆସାମ ଜନତାନ୍ତ୍ରିକ ଗଠବନ୍ଧନ କରିବ l ଏଥିରେ ଆସାମ ଗଣପରିଷଦ ମଧ୍ୟ ଭାଗିଦାର ଅଛି l
ଯେବେକି କଂଗ୍ରେସ ସହିତ UPPL ଓ ମହାଯୋତ ଗଠବନ୍ଧନ ରହିଛନ୍ତି l ଆସାମର ଜାତୀୟ ପାର୍ଟି ଓ ରାଇଜୋର ଦଳ ମଧ୍ୟ ଏହି ମୁକାବିଲାରେ ଅଂଶଗ୍ରହଣ କରିଛନ୍ତି l ଆସାମ ମତଦାନର ଦୁତୀୟା ଚରଣରେ ବିଜେପିର ୩୪ ଜଣ ପାର୍ଥି ଥିବାବେଳେ କଂଗ୍ରସର ୨୮ ଜଣ ପାର୍ଥି ରହିଛନ୍ତି l ଏହି ମତଦାନରେ ୧୭୬ ଜଣ ନୀରଦଳୀୟ ପାର୍ଥି ଓ ଅନ୍ୟ ପାର୍ଟି ମାନେ ନିଜର ଭାଗ୍ୟ ଚମକାଇବାର ଆସ ରଖିଛନ୍ତି l
ପଶ୍ଚିମବଙ୍ଗର ଦୁତୀୟା ଚରଣ ବିଧାନସଭା ମତଦାନରେ ୩୦ ଟି ସିଟରେ ଗୁରୁବାର ଦିନ ମତଦାନ ଗ୍ରହଣ କରାଯିବ l ଏଥିରେ ୧୭୧ ଜଣ ପାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ l ଯେଉଁଥିରେ ୧୯ ଜଣ ମହିଳା ରହିଛନ୍ତି l ପଶ୍ଚିମବଙ୍ଗରେ ସମୁଦାୟ ୮ଟି ଚରଣରେ ମତଦାନ ହେବ l ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଦୁତୀୟ ଚରଣ ମତଦାନରେ ସମସ୍ତ ୩୦ ଟି ସିଟରେ ନିଜର ପାର୍ଥି ଠିଆ କରିଛନ୍ତି l ଯେବେକି କଂଗ୍ରସ ,ଲେଫ୍ଟ ଓ ତାଙ୍କର ଘଟକ ଦଳ ଇଣ୍ଡିଆନ ସ୍ୱେକ୍ୟୁରଲ ମିଳିତ ଭାବରେ ମତଦାନ ଲଢ଼ିବେ l
ଏହି ଚରଣରେ ନନ୍ଦିଗ୍ରାମ ବିଧାନସଭା ସିଟରେ ଭୋଟ ଗ୍ରହଣ କରାଯିବ l ମମତା ବାନାର୍ଜୀ ଏଠାରୁ ଭୋଟ ଲଢ଼ିବେ ବୋଲି ଘୋଷଣା କରି ଏହାକୁ ରାଜ୍ୟର ହଟ ସିଟ କରି ଦେଇଛନ୍ତି l ଏହି ସିଟରୁ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ବୋଲି କୁହାଯାଉଛି l ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ସେ ମମତା ବାନାର୍ଜୀଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିବେ ବୋଲି କହଗିଛନ୍ତି l

Comments are closed.