ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ ତମ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେଵ : ପ୍ଲେଆରଙ୍କୁ ନେଇ ଚିନ୍ତାରେ ଦିଲ୍ଲୀ , ମୁମ୍ବାଇ , ଚେନ୍ନାଇ
ନୂଆଦିଲ୍ଲୀ ୩୦/୦୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ ତମ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍-୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ୩ ବଡ଼ ଟିମ୍କୁ ଝଟ୍କା ଲାଗିଛି। ୫ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ, ୩ ଥର ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ଗତ ଆଇପିଏଲ୍ରେ ଫାଇାନଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ଖେଳାଳିଙ୍କ ବିନା ପ୍ରଥମ ମ୍ୟାଚ୍ ଖେଳିବେ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଥମ ମ୍ୟାଚ୍ ଆହ୍ବାନପୂର୍ଣ୍ଣ ରହିବ କାରଣ ସେହି ମ୍ୟାଚ୍ରେ ଟିମ୍ର ଦୁଇ ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ ନାହିଁ। ଆଇପିଏଲ୍ ୨୦୨୧ର ପ୍ରଥମ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି କାଗିସୋ ରବାଡା, ଏନରିକ୍ ନୋର୍ଖିଆ, ଲୁଙ୍ଗି ଏଙ୍ଗଡି, କ୍ବିଣ୍ଟନ ଡିକକ୍। ଏହି ୪ କ୍ରିକେଟର ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ରେ ନିଜ ଟିମ୍ ପକ୍ଷରୁ ଖେଳିବେ। ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି ସିରିଜ୍ ପାଇଁ ଭାରତରେ ବିଳମ୍ବରେ ପହଞ୍ଚିବେ। ଫେରିବା ପରେ ୭ ଦିନ କ୍ବାରେଣ୍ଟାଇନ୍ରେ ରହିବା ପରେ ଟିମ୍ରେ ସାମିଲ ହେବେ।
ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାଙ୍କ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ୭ ଏପ୍ରିଲେ ଶେଷ ହେବ। ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ସୁପରକିଙ୍ଗସ୍ ସ୍ପଷ୍ଟ କରିଛି, ଦ୍ରୁତ ବୋଲର ଲୁଙ୍ଗି ଏଙ୍ଗଡି ପ୍ରଥମ ମ୍ୟାଚ୍ରେ ଉପଲବ୍ଧ ରହିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତା ବଢ଼ିଛି। କାରଣ ଟିମ୍ର ମୁଖ୍ୟ ପ୍ଲେୟର କୁହାଯାଉଥିବା କାଗିସୋ ରବାଡା ଏବଂ ଏନରିକ୍ ନୋର୍ଖିଆ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ।
Comments are closed.