କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିଥିବା ବେଳେ ୮୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନ୍ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଜିଲ୍ଲାର ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ଆଜି ମତଦାନ କରିଥିଲେ ମତଦାତା।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ସମାପ୍ତ ହେବାପରେ ଶନିବାର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ବିଜେପି ନେତା ସୁଖୋମୟ ସତପତି, ଅଭିନେତ୍ରୀ ଜୁନ୍ ମାଲିଆ, ବାଗମୁଣ୍ଡିରୁ ଚାରିଥର କଂଗ୍ରେସ ବିଧାୟକ ଥିବା ନେପାଳ ମହାତୋ ଏବଂ ସଞ୍ଜୁକ୍ତ ମୋର୍ଚ୍ଚାର ସୁଶାନ୍ତ ଘୋଷଙ୍କ ଭାଗ୍ୟ ଆଜି ଭୋଟର ନିର୍ଦ୍ଧାରଣ କରିଛନ୍ତି।
କଡ଼ା ସୁରକ୍ଷା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା ଏବଂ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀର ପ୍ରାୟ ୭୩୦ କମ୍ପାନିକୁ ନିୟୋଜିତ କରି ୭୦୬୧ ପରିସରରେ ଥିବା ୧୦,୨୮୮ ମତଦାନ ବୁଥର ସୁରକ୍ଷା ଉପରେ ନଜର ରଖିଥିଲେ। ଏହା ବ୍ୟତୀତ ୨୨,୦୯୨ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ଉତ୍ତେଜନା ପ୍ରବଣ ସ୍ଥାନରେ ନିୟୋଜିତ କରାଯାଇଥିଲା।
Comments are closed.