ପାନୀୟ ଜଳର ଉତ୍କଟ ସମସ୍ଯାକୁ ନେଇ ବ୍ରହ୍ମପୁର ମହାନଗର କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଆର୍ ଡି ସି କୁଂ ଦାବିପତ୍ର ପ୍ରଦାନ
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବ୍ରହ୍ମପୁର ମହାନଗର କଂଗ୍ରେସ ବୁଧବାର ଶହଶହ ସଂଖ୍ୟାରେ ମହିଳାଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। ସହରରେ ପାନୀୟ ଜଳର ଉତ୍କଟ ସମସ୍ଯାକୁ ନେଇ ଏହି ଆନ୍ଦୋଳନ କରିଛି କଂଗ୍ରେସ।ନବୀନ ସରକାରଙ୍କ ଅପାରଗତା କାରଣରୁ ସହରବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛି କଂଗ୍ରେସ।ଜିଲ୍ଲା କଂଗ୍ରେସ କାଯ୍ୟଳୟ ଠାରୁ ଶହଶହ ସଂଖ୍ୟାରେ ମହିଳାଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଘେରାଉ କରିଥିଲେ କଂଗ୍ରେସର ନେତୃବୃନ୍ଦ।୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାନିବିଲି ପ୍ରକଲ୍ପ ତରବରିଆ ଭାବେ ଉଦଘାଟନ କରାଯାଇଥିବା ବେଳେ ଏଯାବତ୍ ଏହି ପ୍ରକଲ୍ପ ସମ୍ପୁର୍ଣ୍ଣ ହୋଇ ପାରୁନି।ଯାହା ଫଳରେ କି ସହରବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।
ସେହିପରି ଛେଳିଗଡ ପ୍ରକଳ୍ପ ଏକ ବହୁମୂଖୀ ପ୍ରକଳ୍ପ ହୋଇଥିବା ବେଳେ କେନ୍ଦ୍ରୀୟ ଜଳ ଆୟୋଗ ଓ ଯୋଜନା ଆୟୋଗକଂ ସମ୍ପୁର୍ଣ୍ଣ ମଂଜୁରୀ ସତ୍ତ୍ବେ ଆଜିସୁଦ୍ଧା ଏହାର ଫାଇଦା ଗଂଜାମ ଓ ଗଜପତି ଜିଲ୍ଲାବାସୀ ପାଇ ପାରୁ ନାହାନ୍ତି ବୋଲି କହିଛି କଂଗ୍ରେସ।ରାଜ୍ୟ ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କାହିଁକି ଲୋକଙ୍କୁ ପାନୀୟ ଜଳ ମିଳୁନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥି ସହିତ ଘଟକେଶ୍ୱର ପ୍ରକଳ୍ପ ମଧ୍ୟ ୪ ଗୋଟି ନିର୍ବାଚନ ମଣ୍ଡଳୀର ଲୋକକୁଂ ପାନୀୟ ଜଳ ଓ ଚାଷ ଜମିକୁ ଜଳସେଚନ ସୁବିଧା ଉଦେଶ୍ୟ ରଖି ଯୋଜନା କରାଯାଇଥିଲେ ମଧ୍ୟ ଏଯାବତ୍ ଏହି ପ୍ରକଳ୍ପ ଆରମ୍ଭ ହୋଇ ପାରୁନି ବୋଲି କହିଛି କଂଗ୍ରେସ।
ସହରରେ ପାନୀୟ ଜଳଯୋଗାଣ ସମସ୍ଯାର ସମାଧାନ ଆଗାମୀ ୨୦ ଦିନ ମଧ୍ୟରେ କରା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଅଚଳ କରିବାକୁ ଚେତାବନୀ ଦେଇଛି କଂଗ୍ରେସ। ଏନେଇ ମାନ୍ଯବର ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଦିଆଯାଇଥିଲା।

Comments are closed.