ଇଣ୍ଡୋନେଶୀୟ ଦ୍ୱୀପ ବାଲିରେ ଏକ କଲେଜର କର୍ତ୍ତୃପକ୍ଷ ଗରିବ ଛାତ୍ରଛାତ୍ରୀଙ୍କଠାରୁ ଟୁ୍ୟଶନ୍ ଫି’ ବଦଳରେ ନଡ଼ିଆ ନେଉଛନ୍ତି । ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବିଦ୍ୟାର୍ଥୀମାନେ ଟୁ୍ୟଶନ୍ ଫି’ ଦେବାକୁ ବିଫଳ ହେବାରୁ ଭିନସ୍ ୱାନ୍ ଟୁରିଜମ୍ ଏକାଡେମୀ ସେମାନଙ୍କ ପ୍ରତି ଏପରି ଦୟା ଦେଖାଇଛି । କଲେଜ ପକ୍ଷରୁ କୁହାଯାଇଛି ଆର୍ଥିକ ଦୁଃସ୍ଥିତି ସହ ସଂଘର୍ଷ କରୁଥିବା ଛାତ୍ରମାନଙ୍କୁ ଟୁ୍ୟଶନ୍ ଫି’ ବଦଳରେ ପ୍ରାକୃତିକ କଞ୍ଚା ମାଲ୍ ଦାଖଲ କରିବାକୁ କୁହାଯାଇଛି । ଏହାଛଡ଼ା କଲେଜ ହର୍ବାଲ ଉକ୍ସଊାଦ ତିଆରି ପାଇଁ ଆବଶ୍ୟକ ମୋରିଙ୍ଗା ପତ୍ର, ଗୋଟୁ କୋଲା ପତ୍ର ଆଦିକୁ ଟୁ୍ୟଶନ୍ ଫି’ ଭାବେ
ସ୍ୱୀକାର କରାଯାଉଛି ।
