Odisha news

ସ୍ୱାଧୀନତାର ୭୬ ବର୍ଷରେ କେତେ ବଦଳିଛି ଆମ ଦେଶ 

0
Padmaja Pattanaik : ଅଗଷ୍ଟ ମାସ ହେଉଛି ସ୍ୱାଧୀନତାର ମାସ l ଆଜି ଦେଶ ୭୬ ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଛି , ପ୍ରତି ବର୍ଷ ଅଗଷ୍ଟ ମାସ ୧୫ ତାରିଖ ଦିନଟିକୁ ରାଷ୍ଟ୍ରୀୟ ଉତ୍ସବ ଭାବରେ ପାଳନ କରାଯାଇ ଥାଏ l ଏହି ସ୍ୱାଧୀନତା ପାଇଁ ଭାରତ ମାତାର ବୀରପୁତ୍ର ଓ ଵୀରାଂଗନା ନିଜ ଜୀବନର ବାଜି ଲଗାଇ ଦେଇଥିଲେ , ଏବଂ ୨୦୦ ବର୍ଷରୁ ଉର୍ଧ୍ଵ ଭାରତ ଉପରେ ରାଜୁତି କରୁଥିବା ବ୍ରିଟିଶ ସରକାର ଙ୍କୁ ଦେଶରୁ ପଳାୟନ କରିବା ପାଇଁ ବାଧ୍ୟ କରି ଦେଇଥିଲେ l ସ୍ୱାଧୀନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଦେଶ ସ୍ୱାଧୀନତା କୁ ନେଇ ଦେଇଥିବା ପ୍ରଥମ ଐତିହାସିକ ଭାଷଣ ର ବିଷୟ ବସ୍ତୁ ଥିଲା ‘ଟ୍ରିଷ୍ଟ ଉଇଥ ଡେଷ୍ଟିନି ‘ , ଯାହାକୁ ନେଇ ଆଲୋଚନା ଚାଲିଛି ଯେ ଦେଶ ୭୭ ତମ ନା ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବ l କିନ୍ତୁ ଯଦି ୧୫ ଅଗଷ୍ଟ ୧୯୪୭ ରୁ ଦେଖିବା ତେବେ ଏହା ୭୭ ତମ ସ୍ୱାଧୀନତା ଦିବସ, ଯଦି ଦେଖିବା ୧୯୪୮ ତେବେ ଏହା ୭୬ ତମ ସ୍ୱାଧୀନତା ଦିବସ l ସେ ଯାହାବି ହେଉନା କାହିଁକି , ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପ୍ରଥମ ଭାଷଣ ଦେଇଥିଲେ ଲାଲ କିଲ୍ଲା ରୁ ଯାହା ଆଜି ମଧ୍ୟ ପ୍ରଚଳନ ରହିଛି l
ଆଜିର ଦିନରେ ଦେଶର ପ୍ରତ୍ୟେକ ସ୍ଥାନରେ ତ୍ରିରଙ୍ଗା ପତାକା ଉଡ଼ିଥାଏ ଫରଫର ହୋଇ , ଏହି ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟ ଙ୍କ ମନରେ ଭରି ଦେଇଥାଏ ଗର୍ବ ଓ ଗୌରବ l ସତେ ଯେମିତି ଲାଗିଥାଏ ଗୋଟିଏ ମୁକ୍ତ ଆକାଶ ତଳେ ଯେପରି ଶହଶହ ମୁକ୍ତ ବିହଙ୍ଗ ଉଡି ବୁଲୁଛନ୍ତି l ସ୍ୱାଧୀନତା ହେଉଛି ପ୍ରତ୍ୟେକ ନାଗରିକ ଙ୍କ ପରିଚୟ ଓ ସମ୍ମାନ l କିନ୍ତୁ ଏହି ୭୬ ବର୍ଷ ମଧ୍ୟରେ କେତେ ବଦଳିଛି ଆମ ଦେଶ ?
ସ୍ୱାଧୀନତା ର ୭୬ ବର୍ଷ ମଧ୍ୟରେ ଅନେକ ଘଟଣା ଘଟି ଯାଇଛି l ଦେଶର ଡୋର ଅନେକ ସରକାର ଙ୍କ ହାତରେ ଆସିଛି ଯାଇଛି l ସେଥି ମଧ୍ୟରେ ଘଟି ଯାଇଛି ଏଭଳି ଅନେକ ଘଟଣା ଯାହାକି ମନକୁ କଷ୍ଟ ଦେଇଛି ଓ କିଛି ଘଟଣା ଖୁସି ମଧ୍ୟ ଦେଇଛି l ଦେଶର କାୟା ଏହି ୭୬ ବର୍ଷ ମଧ୍ୟରେ କିଛି ପରିମାଣ ରେ ବଦଳୀ ଯାଇଛି ସତ , କିନ୍ତୁ କିଛିଟା କଥା ଏଭଳି ରହିଛି ଯାହା ପୂର୍ବରୁ ଯେମିତି ଥିଲା ସେମିତି ରହିଛି l ଲୋକେ କେବଳ ସ୍ୱାଧୀନ ହୋଇଛି ଦେଶ ଜାଣିଛନ୍ତି, କିନ୍ତୁ ସେମାନେ ହୋଇ ନାହାନ୍ତି l
ଆଜିର ସ୍ୱାଧୀନ ଭାରତରେ ମଧ୍ୟ ଦେଶ ବାସୀ ଙ୍କ ମନରେ ଏଭଳି ବହ୍ନି ଜଳୁଛି ଯାହାକି ୭୬ ବର୍ଷ ହେଲାଣି ଲିଭିପାରି ନାହିଁ l ଏହି ବହ୍ନି ରେ ଜଳୁଛି ଅନେକ ବ୍ୟଥା, ଯାତନା , ଭାବନା ଓ ଆଶା l ଆଜି ମଧ୍ୟ ଦେଖିବାକୁ ମିଳୁଛି ଦରିଦ୍ରତା ର ଛାପ, ଭୋକରେ ଗଡୁ ଥିବା ଭାତ ହାଣ୍ଡି, ବେକାରୀ ଯୁବକର ଯାତନା, ଅନେକ ନିଷ୍ପେସିତ ମହିଳା ଙ୍କ ବ୍ୟଥା, ବୃଦ୍ଧ ବାପା ମାଙ୍କ ବୋହି ଯାଉଥିବା ଆକ୍ଷି ର ଲୁହ , ରାସ୍ତା କଡରେ ପଡି ରୋଗରେ ଚିତ୍କାର ଛାଡୁଥିବା କିଛିଟା ବ୍ୟାଧି ଗ୍ରସ୍ତ ରୋଗୀ ଏବଂ ଭୋକର ଜ୍ୱାଳାରେ ଚିତ୍କାର ଛାଡ଼ୁଛନ୍ତି କିଛିଟା ନିରୀହ ଆକ୍ଷି l ଅନ୍ଧକାର ରେ ବୁଡି ରହିଛି ଅନେକ ଗାଁ ଗଣ୍ଡା ଓ ଆଉ କେଉଁଠି ବିଜୁଳୀ ଆଲୋକ ଥାଇ ମଧ୍ୟ ଜଳୁଛି ଡିବି ଆଲୁଅ l ଯୋଜନା ପରେ ଯୋଜନା ବଢି ଚାଲିଛି କିନ୍ତୁ ଏବେ ମଧ୍ୟ ପ୍ରତ୍ୟେକ ପରିବାରରେ ବୃଦ୍ଧ ପିତାମାତା ବେକାରୀ ପୁଅକୁ ଦେଖି ହେଉଛନ୍ତି ରାତ୍ରୀ ଅନିଦ୍ରା l ସରକାର କନ୍ୟା ମାନଙ୍କ ଆଣୁଛନ୍ତି ଅନେକ ସୁରକ୍ଷା ଓ ଯୋଜନା କିନ୍ତୁ ଏବେ ମଧ୍ୟ ନାରୀ ଅସୁରକ୍ଷିତ l
୭୬ ବର୍ଷ ମଧ୍ୟରେ କେତେ ବଦଳିଛି ଆମ ଦେଶ ? ସତରେ କଣ ଏହା ସମ୍ପୂର୍ଣ ସ୍ୱାଧୀନତା ? ପୂର୍ବରୁ ବିଦେଶୀ ମାନଙ୍କ ଅଧୀନରେ ଥିଲା ଦେଶ କିନ୍ତୁ ଏବେ ସ୍ବଦେଶୀ ମାନଙ୍କ ବାହୁ ବଳରେ ରହିଛି ଦେଶ l ଯେଉଁଠି ସମସ୍ତେ ମିଶି ଆମେ ପାଳୁଛୁ ସ୍ୱାଧୀନତା ଦିବସ ସେଠାରେ ମଧ୍ୟ ଆଜି ମଧ୍ୟ ଲୋକେ ନିଷ୍ପେସିତ l ଜୟ ହିନ୍ଦ l
Leave A Reply