Odisha news

୫ଟି ସଚିବ ଙ୍କ ପିପିଲି ଗ୍ରସ୍ତ। ମନ୍ଦିର, ମସଜିଦ,ଚର୍ଚ୍ଚ,କମ୍ୟୁନିଟି ସେଣ୍ଟର ଗୁଡ଼ିକର ଉନ୍ନତୀ ଖୁବ୍ ଶୀଘ୍ର।

0

ପିପିଲି : ୫ଟି ସଚିବ ଭି କେ ପାଣ୍ଡିଆନ ସଡ଼କ ପଥରେ ଆସି ଶୁକ୍ରବାର ପୂର୍ବାହ୍ନ ସାଢେ଼ ଦଶଟା ସମୟରେ ପିପିଲି ଇନ୍ଦିରା ମଇଦାନ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ମହିଳା ଓ ସାଧାରଣ ଜନତାଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହିତ ସେମାନଙ୍କ ଠାରୁ ବିଭିନ୍ନ ଦାବୀ ପତ୍ର ଗୁଡ଼ିକ ଗ୍ରହଣ କରିଥିଲେ।ଲୋକଙ୍କ ଦାବୀ ମଧ୍ୟରୁ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ କମ୍ୟୁନିଟି ସେଣ୍ଟର ଗୁଡ଼ିକର ଉନ୍ନତୀ କ୍ଷେତ୍ରରେ ସାତଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ୫ଟି ସଚିବ ମଞ୍ଚ ଉପରେ ଘୋଷଣା କରିଥିଲେ।ତତ୍ ସହିତ ପାନୀୟ ଜଳର ସମସ୍ୟା ଥିଲେ ତୁରନ୍ତ ସ୍ଥାନୀୟ ବିଡ଼ିଓ ଙ୍କୁ ଲୋକମାନେ ଜଣାନ୍ତୁ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ।ପିପିଲି ରେ ଚାନ୍ଦୁଆ ଶିଳ୍ପର ବିକାଶ କରାଯିବ ଏଥି ନିମନ୍ତେ ଏକ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠାଇବା ପାଇଁ ଜିଲ୍ଲାପାଳ ଙ୍କୁ କହିଥିଲେ। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିତ ଦାବି ଓ ଅଭିଯୋଗ ପତ୍ର ଗୁଡ଼ିକ ର ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ଶ୍ରୀଯୁକ୍ତ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ କହିଥିଲେ। ପିପିଲି ଡେଲାଙ୍ଗର ମିଶନ ଶକ୍ତି ର କାର୍ଯ୍ଯକ୍ରମ କୁ ପ୍ରଶଂସା କରିଥିଲେ।ବିଜୁ ସ୍ବାସ୍ଥ୍ୟ ବିମା ର ଉପକାରିତା ଏବଂ କୃଷକ ମାନଙ୍କ ପାଇଁ ବିନା ସୁଧରେ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ସମ୍ପର୍କ ରେ ଆଲୋକପାତ କରିଥିଲେ। ସ୍ବଚ୍ଛତା ଶହ ଭଲକାମ କରି ଏକ ସସକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଉପସ୍ଥିତ ଜନତାଙ୍କୁ କହିଥିଲେ। ପିପିଲି କାର୍ଯ୍ୟକ୍ରମ ସାରି ୫ଟି ସଚିବ ହେଲିକପ୍ଟର ଯୋଗେ କୃଷ୍ଣପ୍ରସାଦ ଗ୍ରସ୍ତ କରିଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଉପଜିଲ୍ଲାପାଳ,ଭବତରଣ ସାହୁ, ଏସପି ଡ କନୱାର ବିଶାଲ ସିଂ, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ପିପିଲି ବିଡ଼ିଓ ରଶ୍ମିତା ନାଥ, ତହସିଲଦାର୍ ପୁନମ ମହାପାତ୍ର, ଏସଡିପିଓ ବି  ଏନ ପତି,ଆଇ ଆଇସି ଦୀପକ ଖଣ୍ଡାୟତରାୟ ପ୍ରମୁଖ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହି ପରିଚାଳନା ଓ ଶୃଙ୍ଖଳା ରକ୍ଷା କରିଥିଲେ।

Leave A Reply