ସାମାଜିକ ଦୂରତା ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ କିଛି ଲୋକ ନିଜ ପ୍ରିୟଜନଙ୍କ ସହ ସବୁବେଳେ ସମ୍ପର୍କରେ ରହିବା ପାଇଁ ନୂଆ ନୂଆ ବିକଳ୍ପ ଆପଣାଉଛନ୍ତି । ଏହାର ଏକ ଉଦାହରଣ କାଲିଫର୍ନିଆର ୧୦ ବର୍ଷର ଝିଅ ପ୍ୟାଗି । ସେ ସାମାଜିକ ଦୂରତା
ନିୟମ ମାନି ଜେଜେ ଓ ଜେଜେ ମା’ଙ୍କୁ ଆଲିଙ୍ଗନ କରିଛି । ସେ କିଛି ଟୁ୍ୟଟୋରିଆଲ୍ ଦେଖିବା ପରେ ସାୱାର କର୍ଟେନ୍ ଓ କିଛି ପ୍ୟାକେଟ୍ ସାହାଯ୍ୟରେ ପ୍ଲାଷ୍ଟିକ୍ ପର୍ଦା ତିଆରି କରିଛି । ଜେଜେ, ଜେଜେ ମା’ଙ୍କ ରୁମ୍ ଆଗରେ ପର୍ଦା ଲଗାଇ ସେମାନଙ୍କୁ
ଆଲିଙ୍ଗନ କରିଥିଲା । ପ୍ୟାଗିର ମା’ ଲିଣ୍ଡ୍ସେ ସେହି ମୁହୂର୍ତ୍ତର ଏକ ଭିଡିଓ ଏବଂ ଦୁଇଟି ଫଟୋ ଫେସବୁକ୍ରେ ସେୟାର କରି କ୍ୟାପ୍ସନ୍ ଲେଖିଛନ୍ତି, ପ୍ୟାଗି ଜଣେ ବ୍ୟକ୍ତିଙ୍କ ଭିଡିଓ ଦେଖିଥିଲା ଯିଏ ତାଙ୍କ ପରିବାର ଲୋକଙ୍କୁ ଆଲିଙ୍ଗନ କରିବା
ପାଇଁ ଏପରି ଏକ କମ୍ବଳ ତିଆରି କରିଥିଲେ । ପରେ ସେ ଏପରି ଏକ ପର୍ଦା କରିଥିଲା ଯାହାଦ୍ୱାରା ନାନା ଓ ପାପାଙ୍କୁ ହଗ୍ କରିପାରିବ । ତାଙ୍କ ନାନି ପର୍ଦାକୁ ଦେଖି ଖୁସିରେ କହିଲେ, ‘ଓ ମାଇଁ ଗଡ୍ । ଆଇ ଲଭ୍ ୟୁ ।’