ନାରୀମାନେ ଗର୍ଭବତୀ ହେବ ସୌଭାଗ୍ୟର କଥା ହୋଇଥାଏ l କିନ୍ତୁ ଏବେ ଦେଶରେ ଯେଉଁ କରୋନା ଭାଇରସ ସମୟ ଚାଲିଛି ,ଏହି ସମୟରେ ଗର୍ଭବତୀ ଙ୍କ ଅତ୍ୟନ୍ତ କଠିନ ମୁହୂର୍ତ୍ତ lଗର୍ଭାବସ୍ଥାରେ ନାରୀ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମି ଯାଏ l ଏଇ ଅବସ୍ଥାରେ କିପରି ନିଜକୁ ସୁସ୍ଥ ରଖି ପାରିବା ସହିତ ଗର୍ଭସ୍ଥ ଶିଶୁର ଯତ୍ନ ନେଇ ପାରିବେ ସେ ବିଷୟରେ ଜାଣିବା l
* ନିଜର ଇମ୍ୟୁନିଟି କୁ ବଢାଇବା ଉଚିତ-ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ନିଜର ଓ ଗର୍ଭରେ ଥିବା ଶିଶୁର ଦାଇତ୍ୱ ଆପଣଙ୍କ ଉପରେ l ଗୋଟିଏ ମା ନିଜର ଖାନପନା କୁ ଠିକ ରଖିବା ଜରୁରୀ l ଏମିତି କିଛି ଖାଆନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କୁ ଥଣ୍ଡା ,ଜ୍ୱର ଓ କାସର ଶିକାର ହେବାକୁ ପଡିବ l ଯଦି ଆପଣ ଏହି ସବୁ ରୋଗର ଶିକାର ହେଉଛନ୍ତି ତେବେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ l ଚେଷ୍ଟା କରନ୍ତୁ ବାହାରୁ ଆସୁଥିବା ଲୋକ ମାନଙ୍କ ସହିତ କମ ମିଳାମିଶା କରିବା ସହିତ ସାମାଜିକ ଦୂରତ୍ୱ କୁ ମାନନ୍ତୁ l
* ବାରମ୍ବାର ହସ୍ପିଟାଲ ଯିବା ଠିକ ନୁହେଁ -ଗର୍ଭାବସ୍ଥାରେ ମହିଳା ମାନେ ବାରମ୍ବାର ହସ୍ପିଟାଲ ଯାଇଥାନ୍ତି ,କାରଣ ସେମାନେ ତାଙ୍କର ଗର୍ଭସ୍ଥ ଶିଶୁ ସୁସ୍ଥ ଅଛି କି ନାହିଁ ଜାଣିବାକୁ ଇଛା ରଖିଥାନ୍ତି l କିନ୍ତୁ ଏହି କରୋନା ମହାମାରୀ ସମୟରେ ଏହା କରିବା ଠିକ ହୋଇ ନଥାଏ l ଗର୍ଭାବସ୍ଥାରେ ଯଦି ରକ୍ତ ପରୀକ୍ଷା ଓ ଅଲ୍ଟ୍ରାସାଉଣ୍ଡ ଇତ୍ୟାଦି କରିବାର ଥାଏ ଡାକ୍ତରଙ୍କ ପାଖକୁ ଯାଇ ସାବଧାନତାର ସହିତ ଫେରିବା ଆବଶ୍ୟକ l ବିନା ମାସ୍କ ଓ ଗ୍ଳୋବ୍ସ ରେ ବାହାରକୁ ବାହାରିବା ଉଚିତ ନୁହେଁ l
*ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ -ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଖାସ କରି ଗର୍ଭବତୀ ଙ୍କ ପାଇଁ ଏକ ଗାଇଡ଼ ଲାଇନ ଜାରି କରିଛି l ICMR ନିର୍ଦେଶ ଅନୁସାରେ ଯଦି କୌଣସି ଗର୍ଭବତୀର ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ଓ ଡାକ୍ତର ମଧ୍ୟ ତୁରନ୍ତ ତାଙ୍କର COVID -19 ପରୀକ୍ଷା କରାଯିବl ଆବଶ୍ୟକ ଏଥିପାଇଁ ଆପଣ କୌଣସି ଉଚ୍ଚ ସ୍ଥାନକୁ ଚଢନ୍ତୁ ନାହିଁ ,କିମ୍ବା ସିଡିରେ ଯା ଆସ କରନ୍ତୁ ନାହିଁ l କାରଣ ଏପରି କଲେ ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ l
* ସଫାସୁତୁରା ଉପରେ ଧ୍ୟାନ ଦିଅନ୍ତୁ -କରୋନା ରୁ ରକ୍ଷା ପାଇବା ପାଇଁ ଏହି ଗୋଟିଏ ଉପାୟ ହିଁ ଆବଶ୍ୟକ l ଏଥିପାଇଁ ସାବୁନ କିମ୍ବା ସାନିଟାଇଜର ରେ ନିଜ ହାତକୁ ବାରମ୍ବାର ଧୁଅନ୍ତୁ l ଗର୍ଭବତୀ ମହିଳା ମାନେ ନିଜର ଲୁଗାପଟା ଓ ତଉଲିଆ ଇତ୍ୟାଦିକୁ ଅନ୍ୟମାନଙ୍କ ଲୁଗାପଟା ସହ ମିଶାଇ ରଖିବା ଉଚିତ ନୁହେ l ଯଦି ଆପଣ କର୍ମଜୀବି ମହିଳା ଅଟନ୍ତି ତେବେ “ୱାର୍କ ଫର୍ମ ହୋମ “ନିୟମକୁ ପାଳନ କରନ୍ତୁ l
*ଯେତେ ଅଧିକରୁ ଅଧିକ ଆରାମ କରିବା ଆବଶ୍ୟକ -କରୋନା ମହାମାରୀ ସମୟରେ ଲାକଡାଉନ ଚାଲିଛି,ଗର୍ଭବତୀ ମହିଳା ମାନେ ଘରେ ରହି ଅଧିକ ଆରାମ କରିବା ଜରୁରୀ ଅଟେ l କାରଣ ସାଧାରଣ ମହିଳା ମାନଙ୍କ ତୁଳନାରେ ଏଇ ମାନଙ୍କୁ ଶୀଘ୍ର ସଂକ୍ରମଣ ହୋଇ ଥାଏ l ଆହୁରି ମଧ୍ୟ ନିଜକୁ ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରଖିବା ଜରୁରୀ ଓ ତା ସାହିତ ପ୍ରତ୍ୟକ ଦିନ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ l